କ'ଣ ଦଳିତଙ୍କୁ ଘୋଡ଼ା ଚଢିବା ମନା? ବରକୁ ପୋଲିସ ଦେଲା ସୁରକ୍ଷା
Advertisement

କ'ଣ ଦଳିତଙ୍କୁ ଘୋଡ଼ା ଚଢିବା ମନା? ବରକୁ ପୋଲିସ ଦେଲା ସୁରକ୍ଷା

ବିଭିନ୍ନ ସମୟରେ ଦେଶର ବିଭିନ୍ନ ରାଜ୍ୟରୁ ଦଳିତଙ୍କ ଉପରେ ନିର୍ଯାତନା ହେଉଥିବାର ଖବର ସାମନାକୁ ଆସୁଛି। କେତେବେଳେ ପାଣି ପାଇଁ ତ କେତେବେଳେ ବିବାହ ଶୋଭାଯାତ୍ରା, ଆଉ କେତେବେଳେ ଖାଦ୍ୟକୁ ନେଇ ନିମ୍ନବର୍ଗର ଲୋକମାନେ ଉଚ୍ଚବର୍ଗର ଆକ୍ରୋସର ଶିକାର ହେଉଛନ୍ତି। 

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ଦେଶରେ ଜାତି ପ୍ରଥା ଉଚ୍ଛେଦ ପାଇଁ ସରକାର ଅନେକ ଆଇନ ତିଆରି କରିଛନ୍ତି। ଉଲ୍ଲଘ୍ନନକାରୀଙ୍କୁ ବିରୁଦ୍ଧରେ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ କିଛି ଲୋକ ଆଇନ କାନୁନକୁ ଖାତିରି କରୁନାହାନ୍ତି। ସେମାନେ ସ୍ୱାଧିନତା ପୂର୍ବେ ସାମାଜିକ ସ୍ଥିତି ଯାହା ଥିଲା, ସେଭଳି ବର୍ଗୀକରଣ ଓ ଭେଦଭାବ ଏବେ ବି ଚାହୁଁଛନ୍ତି। ଯାହାର ଏକ ଉଦାହରଣ ଉତ୍ତର ପ୍ରଦେଶର ମିରଠ ଜିଲ୍ଲାରେ ଦେଖିବାକୁ ମିଳିଛି।

ବିଭିନ୍ନ ସମୟରେ ଦେଶର ବିଭିନ୍ନ ରାଜ୍ୟରୁ ଦଳିତଙ୍କ ଉପରେ ନିର୍ଯାତନା ହେଉଥିବାର ଖବର ସାମନାକୁ ଆସୁଛି। କେତେବେଳେ ପାଣି ପାଇଁ ତ କେତେବେଳେ ବିବାହ ଶୋଭାଯାତ୍ରା, ଆଉ କେତେବେଳେ ଖାଦ୍ୟକୁ ନେଇ ନିମ୍ନବର୍ଗର ଲୋକମାନେ ଉଚ୍ଚବର୍ଗର ଆକ୍ରୋସର ଶିକାର ହେଉଛନ୍ତି। ମିରଠର ଏକ ଗାଁରେ କିନ୍ତୁ ଦଳିତ ବରର ଘୋଡା ଚଢିବାକୁ ନେଇ ହତ୍ୟା ଧମକ ମିଳିଛି। ଆଉ ଶେଷରେ ଏହି ମାମଲାରେ ପୋଲିସ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିଛି।

Also Read: ଜାଣନ୍ତୁ କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, କିଏ ଥିଲେ ପ୍ରଥମ କାଉଡ଼ିଆ..

ସୁରଜଙ୍କ ସ୍ୱପ୍ନ ଥିଲା ଯେ, ସେ ନିଜ ବିବାହ ଶୋଭାଯାତ୍ରାରେ ଘୋଡା ଚଢିବ। କିନ୍ତୁ ସ୍ଥାନୀୟ ଉଚ୍ଚଜାତିର ଲୋକମାନେ ତାଙ୍କୁ ସେପରି ସତସାହସ ନ କରିବା ପାଇଁ ଧମକ ଦେଇଥିଲେ। କିନ୍ତୁ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ସହିତ ସୁରାଜ ଗତ ଶୁକ୍ରବାର  ପାରମ୍ପାରିକ 'ଘୋଡାଚଡା' ସମାରୋହରେ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା। ଏହି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ନିକଟସ୍ତ ଗାଁରେ କନ୍ୟାଙ୍କ ବାସଭବନରେ ପହଞ୍ଚିଥିଲା।

ସପ୍ତାହ ପୂର୍ବରୁ ସୁରଜଙ୍କ ପିତା ମଙ୍ଗେରାମ ସର୍ଦ୍ଦନା ପୋଲିସ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ ଯେ, ଯଦି ତାଙ୍କ ପୁଅ ସୁରଜ ଘୋଡା ଚଢିବାକୁ ସାହସ କରନ୍ତି ତେବେ ଗ୍ରାମର ଉଚ୍ଚ ଜାତିର ପରିବାର ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଅଭିଯୋଗ ପରେ SHO ବ୍ରିଜେଶ କୁମାରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଶୁକ୍ରବାର ଅଭିଯୁକ୍ତ ଠାକୁର ପରିବାରକୁ ଭେଟିଥିଲେ।

Also Read: କନ୍ୟାର ସରପ୍ରାଇଜ୍ ଦେଖି କାନ୍ଦିଲେ ବର, ଦେଖନ୍ତୁ Viral Video

SHO କହିଛନ୍ତି ଯେ, ଅଭିଯୁକ୍ତ ଠାକୁର ପରିବାର ସହ ଆମେ ଆଲୋଚନା କରିଥିଲୁ। ସେମାନେ କହିଥିଲେ, ବରର ଘୋଡା ଚଢିବାକୁ ନେଇ ସେମାନଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ତାଙ୍କର ଘର ଦେଇ ବରଯାତ୍ରୀ ଗଲାବେଳେ ସଙ୍ଗୀତ ବନ୍ଦ କରାଯାଉ। କାରଣ ନିକଟରେ ତାଙ୍କ ଘରେ ଜଣଙ୍କର ଦେହାନ୍ତ ହୋଇଛି ଏବଂ ସେମାନେ ଶୋକରେ ଅଛନ୍ତି। ତଥାପି ସତର୍କତା ଅନୁଯାୟୀ ବର ଘରେ ପୋଲିସ ମୁତୟନ କରାଯାଇଥିଲା।

ସୁରଜଙ୍କ ଭାଇ ଅଙ୍କିତ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବରୁ ଅଭିଯୁକ୍ତ ଠାକୁର ପରିବାର ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ତାଙ୍କ ଘର ନିର୍ମାଣ କରୁଥିବାବେଳେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ରାସ୍ତା ବ୍ୟବହାର କରୁଥିଲେ। ଆଉ ଏହାକୁ ନେଇ ଠାକୁର ପରିବାର ସେମାନଙ୍କୁ ମାରପିଟ୍ କରିଥିବା ଅଙ୍କିତ ଅଭିଯୋଗ କରିଛନ୍ତି।