ବେକାରୀ ଭତ୍ତା ଚାହୁଁଥିଲେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେସନ;ଏହା ହେଉଛି ପକ୍ରିୟା, ତୁରନ୍ତ ମିଳିବ ଲାଭ
Advertisement

ବେକାରୀ ଭତ୍ତା ଚାହୁଁଥିଲେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେସନ;ଏହା ହେଉଛି ପକ୍ରିୟା, ତୁରନ୍ତ ମିଳିବ ଲାଭ

Atal Beemit Vyakti Kalyan Yojana: ଏହି ଯୋଜନା ସାହାଯ୍ୟରେ ଶିଳ୍ପ ଶ୍ରମିକମାନଙ୍କୁ ବେକାରୀ ଭତ୍ତା ଦିଆଯାଉଛି । ESIC ଏହି ଯୋଜନାକୁ ୩୦ ଜୁନ୍ ୨୦୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: Unemployment allowance: କୋରୋନା କାଳରେ ଅନେକ ଲୋକଙ୍କ ଚାକିରୀ ଚାଲିଯାଇଛି । ବେରୋଜଗାରଙ୍କ (Unemployment) ପାଇଁ ସରକାର ମଧ୍ୟ ବେରୋଜଗାର ଭତ୍ତା ଦିଅନ୍ତି । ବେରୋଜଗାରୀଙ୍କୁ ଭତ୍ତା ଦେବା ପାଇଁ ସରକାର 'ଅଟଳ ବିମିତ୍ ବ୍ୟକ୍ତି କଲ୍ୟାଣ ଯୋଜନା' (Atal Beemit Vyakti Kalyan Yojana) ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ୫୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ଏହି ଯୋଜନା ଚଳାଇଥାଏ । 

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର 'ଅଟଳ ବିମିତ୍ ବ୍ୟକ୍ତି କଲ୍ୟାଣ ଯୋଜନା' (Atal Beemit Vyakti Kalyan Yojana) କୁ ୩୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଯୋଜନା ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଥିଲା ।

'ଅଟଳ ବିମିତ୍ ବ୍ୟକ୍ତି କଲ୍ୟାଣ ଯୋଜନା' କ’ଣ?
'ଅଟଳ ବିମିତ୍ ବ୍ୟକ୍ତି କଲ୍ୟାଣ ଯୋଜନା' ଅଧୀନରେ ଚାକିରୀ ହରାଇଥିବା ବେକାର ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଭତ୍ତା ଦିଆଯାଉଛି । ଜଣେ ବେକାର ବ୍ୟକ୍ତି ଏହି ଭତ୍ତାର ୩ ମାସ ପାଇଁ ଲାଭ ଉଠାଇ ପାରିବେ । ଜଣେ  ମାସ ପାଇଁ ସେ ହାରାହାରି ବେତନର ୫୦% କ୍ଲେମ କରିପାରିବେ । ବେକାର ହେବାର ୩୦ ଦିନ ପରେ, ଏହି ଯୋଜନାରେ ଯୋଗ ଦେଇ ଏକ କ୍ଲେମ କରାଯାଇପାରିବ ।

ଅଧିକ ପଢ଼ନ୍ତୁ: ତାଲିବାନ ଦି'ଫାଳ! ହକ୍କାନି ନେତାଙ୍କ ସହ ବିବାଦ ପରେ କାବୁଲ ଛାଡିଲେ ଡେପୁଟି ପିଏମ୍ ବରାଦର

ଏହିପରି ଉଠାନ୍ତୁ ଯୋଜନାର ଲାଭ 
ଏହି ଯୋଜନାର ଲାଭ ଉଠାଇବାକୁ, ESIC ସହିତ ଜଡିତ କର୍ମଚାରୀମାନେ ESIC ର ଯେକୌଣସି ଶାଖା ଭିଜିଟ କରି ଏହା ପାଇଁ ଆବେଦନ କରିପାରିବେ । ଏହା ପରେ, ଆବେଦନ ESIC ଦ୍ୱାରା ନିଶ୍ଚିତ ହେବ ଓ ଯଦି ଏହା ସଠିକ୍ ହୁଏ ତେବେ ରାଶି ସମ୍ପୃକ୍ତ କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଯିବ ।

କିଏ ନେଇପାରିବ ଏହି ଯୋଜନାର ଲାଭ?
୧. ଏହି ଯୋଜନାର ଲାଭ ସେହି ବେସରକାରୀ ସଂସ୍ଥା କାମ କରୁଥିବା ବ୍ୟକ୍ତିମାନେ ଉଠାଇ ପାରିବେ ଯାହାର କମ୍ପାନୀ ପ୍ରତି ମାସରେ PF / ESI ବେତନରୁ କାଟିଥାଏ ।
୨. ବେସରକାରୀ କମ୍ପାନୀ, ଫେକ୍ଟ୍ରି ଓ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ESI ଲାଭ ଉପଲବ୍ଧ । ଏଥିପାଇଁ ଏକ ESI କାର୍ଡ ତିଆରି କରାଯାଏ ।
୩. କର୍ମଚାରୀମାନେ ଏହି କାର୍ଡ କିମ୍ବା କମ୍ପାନୀରୁ ଆଣିଥିବା ଡକ୍ୟୁମେଣ୍ଟ ଆଧାରରେ ଏହି ଯୋଜନାର ଲାଭ ଉଠାଇ ପାରିବେ । ESI ର ଲାଭ ସେହି କର୍ମଚାରୀମାନଙ୍କ ପାଇଁ ଉପଲବ୍ଧ ଯାହାର ମାସିକ ଆୟ ୨୧ ହଜାର ଟଙ୍କା କିମ୍ବା କମ୍ । 

ଅଧିକ ପଢ଼ନ୍ତୁ: ପିତା ଜବରଦସ୍ତ କଲେ Virginity Test, ଯନ୍ତ୍ରଣା ବଖାଣି କାନ୍ଦିପକାଇଲେ ଝିଅ

ଏହିପରି କରାନ୍ତୁ ରେଜିଷ୍ଟ୍ରେସନ
୧. ଏହି ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କୁ ପ୍ରଥମେ ESIC ୱେବସାଇଟରେ ଅଟଳ ବିମିତ୍ ବ୍ୟକ୍ତି କଲ୍ୟାଣ ଯୋଜନାର ଫର୍ମ ଡାଉନଲୋଡ୍ କରିବାକୁ ପଡିବ । 
୨. ଏହି ୱେବସାଇଟକୁ https: //www.esic.nic.in/attachments/circularfile/93e904d2e3084d65fdf7793 ଯାଇ ରେଜିଷ୍ଟ୍ରେସନ କରିବାକୁ ପଡିବ ।