ଚୀନର ଋଣ ଜାଲରେ ଫସିଲା ଆଉ ଏକ ଦେଶ, 'ଡ୍ରାଗନ'କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେଲା ଦେଶର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦର
Advertisement

ଚୀନର ଋଣ ଜାଲରେ ଫସିଲା ଆଉ ଏକ ଦେଶ, 'ଡ୍ରାଗନ'କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେଲା ଦେଶର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦର

ଚୀନ ସହିତ ସ୍ୱାକ୍ଷରିତ ଋଣ ଚୁକ୍ତି ପୂରଣ କରିବାରେ ଉଗାଣ୍ଡା ସରକାର ବିଫଳ ହୋଇଛନ୍ତି । ଏହି ଚୁକ୍ତିରେ ଦେୟ ପରିବର୍ତ୍ତେ ଏହାର ଏକମାତ୍ର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ହସ୍ତାନ୍ତର କରିବାର ସର୍ତ୍ତ ମଧ୍ୟ ଥିଲା ।

ଚୀନର ଋଣ ଜାଲରେ ଫସିଲା ଆଉ ଏକ ଦେଶ, 'ଡ୍ରାଗନ'କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେଲା ଦେଶର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦର

ନୂଆଦିଲ୍ଲୀ: ଚୀନ (China) ଆଫ୍ରିକା (Africa) ର ଦେଶ ସମେତ ବିଶ୍ୱର ଗରିବ ଦେଶକୁ ଋଣ ଜାଲରେ ଫସାଇବାରେ ବ୍ୟସ୍ତ ଅଛି । ସମସ୍ତେ ଏହା ବିଷୟରେ ଅବଗତ ଅଛନ୍ତି । ଏଥି ସହିତ ପୁଣି ଥରେ ଏକ ଆଫ୍ରିକୀୟ ଦେଶ ଚୀନ (China-Uganda) ର ଋଣ ଜାଲରେ ଫସି ଯାଇଛି । ବାସ୍ତବରେ, ଚୀନ ଦେଇଥିବା ଋଣ ପରିଶୋଧ କରିବାରେ ଉଗାଣ୍ଡା (Uganda) ଅସମର୍ଥ ହୋଇଛି ଓ ଏହି କାରଣରୁ ଏହାର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡ୍ରାଗନକୁ ହସ୍ତାନ୍ତର କରିବାକୁ ପଡିଛି । ଆଫ୍ରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଣ୍ଟେବେ ଅନ୍ତର୍ଜାତୀୟ ବିମାନବନ୍ଦ (Entebbe International Airport) ଚୀନ ଦଖଲ କରିସାରିଛି ।

ଚୀନ ସହିତ ସ୍ୱାକ୍ଷରିତ ଋଣ ଚୁକ୍ତି ପୂରଣ କରିବାରେ ଉଗାଣ୍ଡା ସରକାର ବିଫଳ ହୋଇଛନ୍ତି । ଏହି ଚୁକ୍ତିରେ ଦେୟ ପରିବର୍ତ୍ତେ ଏହାର ଏକମାତ୍ର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ହସ୍ତାନ୍ତର କରିବାର ସର୍ତ୍ତ ମଧ୍ୟ ଥିଲା । ୨୦୧୫ରେ ଚାଇନାର ରପ୍ତାନି-ଆମଦାନୀ (ଏକ୍ସାଇମ୍) ବ୍ୟାଙ୍କ ଉଗାଣ୍ଡାକୁ ୨ ପ୍ରତିଶତ ଦରରେ ୨୦୭ ମିଲିୟନ ଡଲାର ଋଣ ପ୍ରଦାନ କରିଥିଲା । ନ୍ୟୁଜ୍ ଏକ୍ସର ରିପୋର୍ଟ ଅନୁଯାୟୀ, ଏଣ୍ଟେବେ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଏହି ଋଣ ଦିଆଯାଇଥିଲା । ଏହି ଋଣ ୨୦ ବର୍ଷର ପରିପକ୍ୱତା ଅବଧି ସହିତ ଦିଆଯାଇଥିଲା ଓ ସାତ ବର୍ଷର ଅନୁଗ୍ରହ ଅବଧି ଅନ୍ତର୍ଭୁକ୍ତ କରାଯାଇଥିଲା । ଋଣ ପାଇବା ପାଇଁ ଉଗାଣ୍ଡା ସରକାର ଆନ୍ତର୍ଜାତୀୟ ହସ୍ତକ୍ଷେପକୁ ଚୁକ୍ତିରୁ ହଟାଇ ଦେଇଛନ୍ତି ।

ଚୁକ୍ତିରେ ଥିଲା ଏଣ୍ଟେବେ ଅନ୍ତର୍ଜାତୀୟ ବିମାନବନ୍ଦର 

ଏଥି ସହିତ ଉଗାଣ୍ଡାର ଏହି ନିଷ୍ପତ୍ତି ଯୋଗୁଁ ବର୍ତ୍ତମାନ ଚାଇନାର ଋଣଦାତାମାନେ କୌଣସି ଅନ୍ତର୍ଜାତୀୟ ମଧ୍ୟସ୍ଥି ବିନା ଏଣ୍ଟେବେ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦଖଲ କରିପାରିବେ । ଉଗାଣ୍ଡାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (UCAA) ର ଏକ ବିବୃତ୍ତିରେ କୁହାଯାଇଛି ଯେ ଚୁକ୍ତିନାମାର କିଛି ନିୟମ ଅନୁଯାୟୀ ଏଣ୍ଟେବେ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଅନ୍ୟାନ୍ୟ ଉଗାଣ୍ଡା ସମ୍ପତ୍ତି ଅଟାଚ୍ କରାଯାଇଥିଲା । ଏହି ଉପାୟରେ ଚାଇନାର ଋଣଦାତାମାନେ ଏହି ସମ୍ପତ୍ତି ଅଧିକାର କରିପାରିବେ । ଗତ ସପ୍ତାହରେ ଉଗାଣ୍ଡାର ଅର୍ଥମନ୍ତ୍ରୀ ମାଟିଆ କାସାଇଜା  (Matia Kasaija) ବହୁ ମିଲିୟନ୍ ଡଲାରର ଋଣକୁ ଠିକ୍ ଭାବରେ ବ୍ୟବହାର ନକରିବାରୁ ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଚୀନ ଚୁକ୍ତିନାମାର ସର୍ତ୍ତାବଳୀ ପରିବର୍ତ୍ତନ କରିବାକୁ କରିଦେଇଛି ମନା 

ସଦ୍ୟତମ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଗାଣ୍ଡା ଅଧିକାରୀଙ୍କ ଏକ ପ୍ରତିନିଧୀ ଦଳ ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ଚୀନ ଗସ୍ତରେ ଯାଇ ଋଣ ଚୁକ୍ତିନାମାର ସର୍ତ୍ତାବଳୀ ଉପରେ ପୁନଃ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ତେବେ ଚୀନ୍ ଅଧିକାରୀମାନେ ଡିଲର ମୂଳ ସର୍ତ୍ତାବଳୀରେ କୌଣସି ପରିବର୍ତ୍ତନ କରିବାକୁ ଅନୁମତି ଦେବାକୁ ମନା କରିଦେଇଥିବାରୁ ଏହି ଗସ୍ତ ସଫଳ ହୋଇପାରି ନାହିଁ । ଏହାପୂର୍ବରୁ ଶ୍ରୀଲଙ୍କା ଓ ମାଲଦ୍ୱୀପ ଭଳି ଦେଶ ମଧ୍ୟ ଚୀନର ଋଣ ଜାଲରେ ପଡ଼ିସାରିଛନ୍ତି । ଶ୍ରୀଲଙ୍କାକୁ ମଧ୍ୟ ଏହାର ଗୋଟିଏ ବନ୍ଦରକୁ ଚୀନକୁ ହସ୍ତାନ୍ତର କରିବାକୁ ପଡିଛି । 

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା ଚୀନ; ପୂର୍ବ ଲଦାଖ ନିକଟରେ ରାଜପଥ ନିର୍ମାଣ କରୁଛି ଡ୍ରାଗନ୍, LAC ରେ ମିସାଇଲ୍ ରେଜିମେଣ୍ଟ ମଧ୍ୟ କଲା ମୁତୟନ

ଏହା ବି ପଢ଼ନ୍ତୁ:-WHO ଏହିପରି କରିଥାଏ ମାରାତ୍ମକ କୋରୋନା ଭାରିଆଣ୍ଟର ନାମକରଣ, ଜାଣନ୍ତୁ ପୂରା ବିଷୟ...

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ବଡ଼ ଖବର! ମହଙ୍ଗା ଭତ୍ତାର କେଲକୁଲେଶନର ବଦଳିଲା ସୂତ୍ର! ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା