ଭାରତ ଉପରେ ଧନ ବର୍ଷା କରିବ ଜାପାନ
Advertisement

ଭାରତ ଉପରେ ଧନ ବର୍ଷା କରିବ ଜାପାନ

ଜାପାନ ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୪୨ ଆରବ ଡଲାର ନିବେଶ କରିବା ନେଇ ମଧ୍ୟ ଘୋଷଣା କରିବେ ବୋଲି ସୂଚନା ମିଳିଛି । ମୋଦି-କିଶିଦାଙ୍କ ମଧ୍ୟରେ ୟୁକ୍ରେନ ପ୍ରସଙ୍ଗରେ ଚର୍ଚ୍ଚା ହେବା ନିଶ୍ଚିତ । 

ଭାରତ ଉପରେ ଧନ ବର୍ଷା କରିବ ଜାପାନ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ଏହି ସମୟରେ ୟୁକ୍ରେନ ପ୍ରସଙ୍ଗରେ ଦୁଇ ଦେଶ ନିଜ ନିଜର ଆଭିମୁଖ୍ୟ ଏକD କରିବା ଦିଗରେ ମଧ୍ୟ ଚର୍ଚ୍ଚା କରିବେ । ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ପ୍ରସଙ୍ଗରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।

ଜାପାନ ପ୍ରଧାନମନ୍ତ୍ରୀ (Japan Prime minister) ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୪୨ ଆରବ ଡଲାର ନିବେଶ କରିବା ନେଇ ମଧ୍ୟ ଘୋଷଣା କରିବେ ବୋଲି ସୂଚନା ମିଳିଛି । ମୋଦି-କିଶିଦାଙ୍କ ମଧ୍ୟରେ ୟୁକ୍ରେନ (Ukraine) ପ୍ରସଙ୍ଗରେ ଚର୍ଚ୍ଚା ହେବା ନିଶ୍ଚିତ । ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ପ୍ରଥମ ରାଷ୍ଟ୍ରାଧ୍ୟକ୍ଷ ଭାବେ ୨୦୨୨ରେ ଭାରତ ଗସ୍ତରେ ଆସିଛନ୍ତି ।

Also Read: ବିଦେଶରେ ଘର କିଣିବାକୁ ଚାହୁଁଛନ୍ତି କି? ଏହି ଦେଶରେ ଓଡିଶାଠୁ ବି ଶସ୍ତାରେ ମିଳୁଛି ଜମି-କୋଠା

ସୁରକ୍ଷା ସମ୍ପର୍କକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ । ଇନଭେଷ୍ଟମେଣ୍ଟ ଓ ଆର୍ଥିକ ସହଯୋଗକୁ ନେଇ ଚର୍ଚ୍ଚା ହେବା ପରେ ଜାପାନ ପିଏମ୍ ୫ ଟ୍ରିଲିୟନ ୟେନ ବା ୪୨ ଆରବ ଡଲାର ଇନଭେଷ୍ଟମେଣ୍ଟ (Investment) ସମ୍ପର୍କରେ ଘୋଷଣା କରିବେ । ସେହିପରି ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ (PPP) ମୋଡରେ ଜାପାନ କମ୍ପାନୀଗୁଡ଼ିକର ଭାରତରେ ବିସ୍ତାର ନେଇ ମଧ୍ୟ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Also Read: ମୋଦି ସରକାରଙ୍କୁ ଚେତାବନୀ ସହ ଏହି ଅନୁରୋଧ କଲେ ରାହୁଲ

ଏହା ପୂର୍ବରୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ (Shinzo Abe)  ୨୦୧୪ ଭାରତ ଗସ୍ତ ସମୟରେ ୫ ବର୍ଷ ମଧ୍ୟରେ ନିବେଶ ଓ ବିତ୍ତପୋଷଣ ବାବଦରେ ୩.୫ ଟ୍ରିଲିୟନ ୟେନର ଘୋଷଣା କରିଥିଲେ । ଜାପାନ ଲଗାତାର ଭାବେ ଭାରତରେ ସହର ଗୁଡ଼ିକର ବିକାଶ ଓ ନିଜର ବୁଲେଟ ଟ୍ରେନ ପ୍ରୋଜେକ୍ଟ ସହ ହାଇସ୍ପିଡ୍ ଟ୍ରେନ ଚଳାଚଳକୁ ଫୋକସ ଦେଉଛି । ଶନିବାର ମୋଦି ଓ କିଶିଦା ୧୪ତମ ଭାରତ-ଜାପାନ ଶିଖର ବୈଠକରେ ସାମିଲ ହେବେ ।