କେମିତି ପ୍ରସ୍ତୁତ ହୁଏ Exit Poll, ଏଥିରେ ଭୋଟରଙ୍କ କ'ଣ ଥାଏ ଭୂମିକା
Advertisement

କେମିତି ପ୍ରସ୍ତୁତ ହୁଏ Exit Poll, ଏଥିରେ ଭୋଟରଙ୍କ କ'ଣ ଥାଏ ଭୂମିକା

ତେବେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୦ ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରିବେ ଏବଂ ଏହା ଏକମାତ୍ର ତଥା ଅନ୍ତିମ ଫଳାଫଳ ହେବ।

କେମିତି ପ୍ରସ୍ତୁତ ହୁଏ Exit Poll, ଏଥିରେ ଭୋଟରଙ୍କ କ'ଣ ଥାଏ ଭୂମିକା

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଆଉ କିଛି ସମୟ ବାକି ନିଜ ମତ ସାବ୍ୟସ୍ତ କରି ଜନତା କାହାକୁ ନିଜର ସରକାର ବାଛିବେ। ତେବେ ଆଜି ସନ୍ଧ୍ୟା ୭ଟାରେ ଏହି ପାଞ୍ଚ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ଜାରି କରାଯିବ। ତେବେ ଏହି ଏକଜିଟ ପୋଲ ଜାରି କରନ୍ତି କିଛି ଏଜେନ୍ସି।  ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ କାହାର ସରକାର ଗଠନ ହେବ? ସେ ନେଇ ଜାରି ହେବ ଏକଜିଟ୍ ପୋଲ୍। ତେବେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୦ ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରିବେ ଏବଂ ଏହା ଏକମାତ୍ର ତଥା ଅନ୍ତିମ ଫଳାଫଳ ହେବ।

ଏଭଳି ପରିସ୍ଥିତିରେ, ପ୍ରଶ୍ନ ଉଠେ ଯେ EXIT POLL ଗୁଡିକ କିପରି ପ୍ରସ୍ତୁତ ହୁଏ, ତେବେ ଚାଲନ୍ତୁ ସେ ବିଷୟରେ ଜାଣିବା...

ଭୋଟ୍ ବେଳେ ଲୋକଙ୍କ ମୁଡକୁ ପରଖିଥାନ୍ତି ଏଜେନ୍ସି। କେଉଁ ନେତାଙ୍କୁ ସେମାନେ ସମର୍ଥନ କରନ୍ତି କାହାକୁ କରନ୍ତିନି ସେ ସବୁକୁ ନେଇ ଏକ ଆଜେଣ୍ଡା ମଧ୍ୟ କରିବାକୁ ପଡ଼ିଥାଏ। ମତଦାନ ଦିନ ଯେଉଁ ଭୋଟର ମତ ସାବ୍ୟସ୍ତ କରି ସାରିବା ପରେ  ସେମାନଙ୍କ ମତଦାନ ନେଇ ପ୍ରଶ୍ନ ପଚରାଯାଇଥାଏ । ତେବେ ସେମାନେ କାହାକୁ ଭୋଟ ଦେଇଥାନ୍ତି ତାଙ୍କ ରାୟର ଆଧାରକୁ ନେଇ EXIT POLL  ପ୍ରସ୍ତୁତ କରାଯାଇଥାଏ। ଭୋଟିଂକୁ ନେଇ ପ୍ରଶ୍ନର ଉତ୍ତର ଜାଣିବାକୁ ଏହାସହ ପୋଲିଂ ବୁଥରେ ପଚରାଯାଇଥିବାରୁ ଏହାକୁ EXIT POLL ବୋଲି କୁହାଯାଏ। 

ବିଶେଷଜ୍ଞଙ୍କ କହିବାକଥା ଯେ, ଭୋଟ ଦେଇ ପୋଲିଂ ବୁଥରୁ ବାହାରି ସାରିବା ପରେ ତାଙ୍କ ଉତ୍ତରରେ ସେମାନେ ସତ ହିଁ କୁହନ୍ତି। ତା ଉତ୍ସାହ ହେଉ ବା ଦାୟିତ୍ୱ। ଆଉ ଏହି କାରଣରୁ EXIT POLL ବହୁ ମାତ୍ରାରେ ସଠିକ୍ ମଧ୍ୟ ସାବ୍ୟସ୍ତ ହୋଇଥାଏ। ଆଗରୁ ଏହାର ଅନେକ ଉଦାହରଣ ମଧ୍ୟ ରହିଛି। EXIT POLL ପ୍ରାଇଭେଟ ସର୍ଭେ କମ୍ପାନୀ ଓ ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଏ। ସରକାରୀ ଏଜେନ୍ସି ଏ ସବୁରୁ ନିଜକୁ ଦୂରେଇ ରଖିଥାଏ। 

କଥାରେ ଅଛି, Exit polls Do Not mean an exact polls । EXIT POLL ସରକାର ଗଢିବା ନେଇ କୌଣସି ଭୂମିକା ଗ୍ରହଣ କରିନଥାଏ। ନିର୍ବାଚନ କମିଶନର ବିଧିବଦ୍ଧ ଭାବେ ରେଜଲ୍ଟକୁ ନେଇ ଘୋଷଣା କରିଥାନ୍ତି। ତେବେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା କରାଯାଇଥିବା ତଥ୍ୟକୁ ସତ ମାନିବାକୁ ହୁଏ। 

Also Read: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ସହ କ'ଣ କଥା ହେଲେ ମୋଦି

Also Read: ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!

Also Read: ଯୁଦ୍ଧ ମଧ୍ୟରେ ପୁଟିନଙ୍କୁ ନେଇ ଆସିଲା ବହୁତ ବଡ଼ ଖବର, ଏହି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ଋଷର ରାଷ୍ଟ୍ରପତି!