ଦେଶରେ ସ୍ମାର୍ଟଫୋନ ମେନ୍ୟୁଫ୍ୟାକଚରିଂରେ ମାଇଲଖୁଣ୍ଟ: ଜାଣନ୍ତୁ ଆଗରେ କେଉଁ କମ୍ପାନୀ
Advertisement

ଦେଶରେ ସ୍ମାର୍ଟଫୋନ ମେନ୍ୟୁଫ୍ୟାକଚରିଂରେ ମାଇଲଖୁଣ୍ଟ: ଜାଣନ୍ତୁ ଆଗରେ କେଉଁ କମ୍ପାନୀ


ଏହା ପଛର କାରଣ, ସରକାରଙ୍କ ପ୍ରଡକସନ୍ ଲିଙ୍କଡ୍ ଇନସେନଟିଭ୍ (PLI) ସ୍କିମ ବୋଲି କୁହାଯାଉଛି । ଭାରତରେ ତିଆରି ସ୍ମାର୍ଟଫୋନ ବିଶ୍ୱର ଅନେକ ବିକଶିତ ଦେଶକୁ ରପ୍ତାନୀ କରାଯାଉଛି । 

ଦେଶରେ ସ୍ମାର୍ଟଫୋନ ମେନ୍ୟୁଫ୍ୟାକଚରିଂରେ ମାଇଲଖୁଣ୍ଟ: ଜାଣନ୍ତୁ ଆଗରେ କେଉଁ କମ୍ପାନୀ

ନୂଆଦିଲ୍ଲୀ: ଚୀନ ଏବଂ ଭିଏତନାମ ବିଶ୍ୱବ୍ୟାପୀ ସବୁଠାରୁ ଅଧିକ ସ୍ମାର୍ଟଫୋନ ବିକ୍ରି କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ଦୁଇ ଦେଶକୁ ମେନ୍ୟୁଫ୍ୟାକଚରିଂ ହବ୍ ବୋଲି କୁହାଯାଇଥାଏ । ହେଲେ ସ୍ଥିତି ଏବେ ବଦଳିବା ଭଳି ଦେଖାଯାଉଛି । ଅସଲରେ ସ୍ମାର୍ଟଫୋନ ରପ୍ତାନୀ କରିବା ମାମଲାରେ ଭାରତ ଲମ୍ବ ଡିଆଁ ମାରିଛି । ଚଳିତ ଆର୍ଥିକ ବର୍ଷରେ ଦେଶରୁ ସ୍ମାର୍ଟଫୋନ୍ ରପ୍ତାନୀ ୮୩ % ବୃଦ୍ଧି ପାଇବା ସହ ଏହି ସଂଖ୍ୟା ୫.୬ ଆରବ ଡଲାର ଅର୍ଥାତ୍ ୪୨,୦୦୦ କୋଟି ଟଙ୍କା ପହଞ୍ଚିବାର ଅନୁମାନ ରହିଛି । ଗତ ବର୍ଷ ଦେଶରୁ ୨୩ ହଜାର କୋଟି ଟଙ୍କାର ସ୍ମାର୍ଟଫୋନ୍ ରପ୍ତାନୀ କରାଯାଇଥିଲା ।

ଏହା ପଛର କାରଣ, ସରକାରଙ୍କ ପ୍ରଡକସନ୍ ଲିଙ୍କଡ୍ ଇନସେନଟିଭ୍ (PLI) ସ୍କିମ ବୋଲି କୁହାଯାଉଛି । ଭାରତରେ ତିଆରି ସ୍ମାର୍ଟଫୋନ ବିଶ୍ୱର ଅନେକ ବିକଶିତ ଦେଶକୁ ରପ୍ତାନୀ କରାଯାଉଛି ।

ଏପଲ୍ ଏବଂ ସାମସଙ୍ଗକୁ PLIର ସବୁଠାରୁ ଅଧିକ ଲାଭ
ଏହି ସ୍କିମ ଜରିଆରେ ସବୁଠାରୁ ଅଧିକ ଫାଇଦା ଆମେରିକାର ହେଭିୱେଟ୍ ଟେକ୍ କମ୍ପାନୀ ଏପଲ ଏବଂ ଦକ୍ଷିଣ କୋରିଆର ସାମସଙ୍ଗ (Samsung)କୁ ହୋଇଛି । ଏହା ସହ ଚୀନ ଏବଂ ଭିଏତନାମ ସହ ଭାରତ ମଧ୍ୟ ବିଶ୍ୱରେ ସ୍ମାର୍ଟଫୋନ ମେନ୍ୟୁଫାକଚରିଂର ବଡ଼ ହବ୍ ହୋଇ ଆଗକୁ ଆସିଛି । ୪ ବର୍ଷ ପ୍ରଥମେ ଅର୍ଥାତ୍ ୨୦୧୭-୧୮ରେ ଦେଶରୁ ସ୍ମାର୍ଟଫୋନ ରପ୍ତାନୀ ପ୍ରାୟ ୧୩ ଶହ କୋଟି ଟଙ୍କାର ଥିଲା । ୨୦୧୮-୧୯  ଏହା ବଢ଼ି ୧୧,୨୦୦ କୋଟି ଟଙ୍କା ପହଞ୍ଚିଲା ଏବଂ ପୁଣି ୨୦୧୯-୨୦୨୦ରେ ୨୭ ହଜାର ୨୦୦ କୋଟି ଟଙ୍କା ହୋଇଗଲା ।

ଏପଲର ରପ୍ତାନୀ ୧୨,୦୦୦ କୋଟି ଟଙ୍କାର ହେବ
ଭାରତରୁ ରପ୍ତାନୀ ହେଉଥିବା ସ୍ମାର୍ଟଫୋନରେ ଏପଲ୍ (Apple) ଏବଂ ସାମସଙ୍ଗର ସବୁଠାରୁ ବଡ଼ ଅଂଶ ରହିଛି । କୁହାଯାଉଛି କି ଏପଲ୍ ର ରପ୍ତାନୀ ବୃଦ୍ଧି ପାଇ ୧୨,୦୦୦ କୋଟି ଟଙ୍କା ପହଞ୍ଚିବାର ଅନୁମାନ କରାଯାଉଛି । ଏଥିରେ ଆଇଫୋନ SE, ଆଇଫୋନ 11 ଏବଂ ଆଇଫୋନ 12 ଭଳି ମଡେଲର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେହିଭଳି ସାମସଙ୍ଗର ରପ୍ତାନୀ ମଧ୍ୟ ବଢ଼ି ୨୦,୦୦୦ କୋଟି ଟଙ୍କା ପହଞ୍ଚିବାର ଅନୁମାନ ରହିଛି ।

ପ୍ରଡକସନ୍ ଏବଂ ସପ୍ଲାଇ ଦେଶରୁ ସ୍ମାର୍ଟଫୋନ ରପ୍ତାନୀ ଉପରେ ପ୍ରଭାବ ପଡ଼ିଲା
କୋରୋନା ମହାମାରୀ ଯୋଗୁ ପ୍ରଡକସନ ଏବଂ ସପ୍ଲାଇ ସହ ଜଡ଼ିତ ଅସୁବିଧା ଯୋଗୁ ଦେଶରୁ ସ୍ମାର୍ଟଫୋନ ରପ୍ତାନୀ ପ୍ରଭାବିତ ହୋଇଥିଲା । ଆର୍ଥିକ ବର୍ଷ ୨୦୨୦-୨୧ରେ ଏହା ୨୩,୦୦୦ କୋଟି ରହିଥିଲା । ଇଲେକଟ୍ରୋନିକ ମାର୍କେଟ (Electronic Market) ଏହି ସମୟରେ ଅନେକ ପ୍ରକାରର ଅସୁବିଧାର ସାମ୍ନା କରୁଛି । ଏଥିରେ ବହୁ କମ ମାତ୍ରାରେ ସେମି-କଣ୍ଡକ୍ଟର ଚିପ୍ ଉପଲବ୍ଧ ହେଉଛି । ସାଙ୍ଗରେ ଲକଡାଉନ ଏବଂ ଅନ୍ୟାନ୍ୟ କଟକଣା ଯୋଗୁ ବଜାର ପ୍ରଭାବିତ ହୋଇଛି । ଏମିତି ସ୍ଥିତିରେ ଭାରତରୁ ସ୍ମାର୍ଟଫୋନ ରପ୍ତାନୀ ବେଶ ବୃଦ୍ଧି ପାଇଥିବାରୁ, ଏହାକୁ ଏକ ଉଦାହରଣ ରୂପରେ ଦେଖାଯାଉଛି ।

ସ୍ମାର୍ଟଫୋନ (Smart Phone)ରେ ଅନେକ ମୁଖ୍ୟ କମ୍ପୋନେଣ୍ଟ ସପ୍ଲାଇ ଚୀନରୁ ହୋଇଥାଏ, ହେଲେ ଭାରତ ଏବଂ ଚୀନ ସମ୍ପର୍କରେ ତୀକ୍ତତା ଆସିବା ପରେ ଏହାର ଆମଦାନୀ ବେଶ ହ୍ରାସ ପାଇଛି । ଉଦ୍ୟୋଗ ସହ ଜଡ଼ିତ ସଂସ୍ଥା ଇଣ୍ଡିଆନ ସେଲ୍ୟୁଲାର ଆଣ୍ଡ ଇଲେକଟ୍ରୋନିକ୍ସ ଆସୋସିଏସନ (ICEA) ଚେୟାରମ୍ୟାନ୍ ପଙ୍କଜ ମହେନ୍ଦ୍ରୁ କହିଛନ୍ତି କି କୋରୋନାର ତିନୋଟି ଲହର (Corona Third Wave), ୱାର୍କଫୋର୍ସରେ ଅସୁବିଧା, ଲକଡାଉନ ଏବଂ ସପ୍ଲାଇ ଚେନରେ ସବୁଠାରୁ ଉତ୍କଟ ସମସ୍ୟା ସତ୍ତ୍ୱେ ସ୍ମାର୍ଟଫୋନ ରପ୍ତାନୀରେ ବେଶ ଅଗ୍ରଗତି ଦେଖିବାକୁ ମିଳିଛି ।

କ'ଣ ହେଉଛି PLI ସ୍କିମ୍ ?
ଏହା ଅନୁଯାୟୀ କେନ୍ଦ୍ର ସରକାର ଏକ୍ସଟ୍ରା ପ୍ରଡକସନକୁ ପ୍ରୋତ୍ସାହନ ଦେଇଥାନ୍ତି ଏବଂ କମ୍ପାନୀ ଗୁଡ଼ିକୁ ଭାରତରେ ପ୍ରସ୍ତୁତ ଉତ୍ପାଦକୁ ରପ୍ତାନୀ କରିବା ପାଇଁ ଅନୁମତି ଦେଇଥାନ୍ତି । PLI ସ୍କିମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କି ନିବେଶକଙ୍କୁ ଅଧିକ ପ୍ରୋତ୍ସାହିତ କରିବା ।

Also Read: PM ମୋଦିଙ୍କୁ ଭେଟିବାକୁ ଚାହୁଁଥିଲେ ଚୀନ୍ ବୈଦେଶିକ ମନ୍ତ୍ରୀ, ଭାରତ କହିଲା-'ସମ୍ଭବ ନୁହେଁ'

Also Read: ପୁରୁଷଙ୍କ ପାଇଁ ସତର୍କବାଣୀ! ଏହି ସାଧାରଣ ଭୁଲ୍ ଆପଣଙ୍କ ବଂଶ ବିସ୍ତାର ପ୍ରକ୍ରିୟାରେ ପକାଇପାରେ ପୂର୍ଣ୍ଣଚ୍ଛେଦ