ଶକ୍ତିମାନ କହିଲେ: 'ଯୋଗରାଜଙ୍କ ଭଳି ଲୋକଙ୍କୁ ପିଟିବା ଦରକାର'
Advertisement

ଶକ୍ତିମାନ କହିଲେ: 'ଯୋଗରାଜଙ୍କ ଭଳି ଲୋକଙ୍କୁ ପିଟିବା ଦରକାର'

ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂଙ୍କୁ ଜବାବ ଦେଇଇଛନ୍ତି ଶକ୍ତିମାନ ମୁକେଶ ଖାନ୍ନା।

ଶକ୍ତିମାନ କହିଲେ: 'ଯୋଗରାଜଙ୍କ ଭଳି ଲୋକଙ୍କୁ ପିଟିବା ଦରକାର'

ନୂଆଦିଲ୍ଲୀ: ହିନ୍ଦୁ ସମ୍ପ୍ରଦାୟ ଉପରେ ବିବାଦୀୟ ବୟାନ ରଖି ବିବାଦୀୟ ହୋଇପଡିଥିଲେ କ୍ରିକେଟର ଯୁବରାଜ ସିଂଙ୍କ (Crickter Yuvraj Singh) ପିତା ଯୋଗରାଜ ସିଂ (Yograj Singh)। ତାଙ୍କର ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା। ଏପରିକି ଯୁବରାଜ ପିତାଙ୍କ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଉପରେ କ୍ଷମା ପ୍ରାର୍ଥନା କରିଥିଲେ। 

ବର୍ତ୍ତମାନ ଶକ୍ତିମାନ ସିରିୟଲ (Shaktiman Serial) ମୁଖ୍ୟ ଅଭିନେତା ମୁକେଶ ଖାନ୍ନା (Mukesh Khanna) ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି, "ଯୋଗରାଜ ସିଂ ଭଳି ଲୋକଙ୍କୁ ପିଟିବା ଦରକାର। "

ଏହା ସହିତ ସେ କହିଛନ୍ତି ଜଣେ ବ୍ୟକ୍ତି ଯାହାଙ୍କ ନାମ ଯୋଗରାଜ ସିଂ। ତାଙ୍କୁ ଜଣେ 'ମଣିଷ' ବୋଲି କହି ମୁଁ ତାଙ୍କୁ ଅପମାନିତ କରିବାକୁ ଚାହୁଁ ନଥିଲି କାରଣ ସେ କ୍ରିକେଟର ଯୁବରାଜଙ୍କ ପିତା। ସେ ଆମ ଲୋକଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଆହୁରି ଖରାପ ବ୍ୟବହାର କରାଯିବା ଉଚିତ୍। ସେ ଏହାର ଯୋଗ୍ୟ।

ମୁକେଶ ଖାନ୍ନା ଆହୁରି କହିଛନ୍ତି, "ଅନେକ ଲୋକ ତାଙ୍କ ବିରୁଦ୍ଧରେ କଥା ହୋଇଛନ୍ତି ଅନେକ ଲୋକ  ତାଙ୍କୁ ହତ୍ୟା କରିବାକୁ କହିଛନ୍ତି। ସେ ହିନ୍ଦୁଙ୍କ ପାଇଁ ଖରାପ କଥା କହିଛନ୍ତି। ସମସ୍ତେ ଜାଣନ୍ତି  ହିନ୍ଦୁ ତାଙ୍କର ଭାଇ। ସର୍ଦ୍ଦାର ଭାଇ ମଧ୍ୟ ଏହା ଜାଣନ୍ତି। ଏହି ବ୍ୟକ୍ତି ଅପମାନ କରିବା ସହ କହିଛି  ହିନ୍ଦୁଙ୍କୁ ବାନ୍ଧି ହତ୍ୟା କରାଯିବା ଦରକାର। ହେଲେ ଭାରତର ଲୋକ ସହନଶୀଳତା ଦେଖାଇଛନ୍ତି। 

ତାଙ୍କ ବିବୃତ୍ତିରେ ମୁକେଶ ଖାନ୍ନା ଆହୁରି କହିଛନ୍ତି, 'ମୁଁ ଏହା ପୂର୍ବରୁ କହିଛି ଏବଂ ପୁନର୍ବାର କହିବାକୁ ଚାହେଁ ହିନ୍ଦୁ ଧର୍ମ ଏକ ହାତୀ। ଏହା ନିଜ ଗୌରବରେ ଆଗକୁ ବଢିଛି। ଆପଣ ତାଙ୍କ ପଛରେ ଭୁକିବାକୁ ଯାଉଛନ୍ତି କି? ହୁଏତ ସେହି ବ୍ୟକ୍ତି ମଦ୍ୟପାନ କରିଥିବେ। ସେ ତାଙ୍କ ପୁଅ ଯୁବରାଜଙ୍କ ଭାବମୂର୍ତ୍ତି ପ୍ରତି ମଧ୍ୟ ଧ୍ୟାନ ଦେଇନଥିଲେ। ଯୁବରାଜ ଏହା ମଧ୍ୟ କହିଛନ୍ତି ସେ ତାଙ୍କ ବାପାଙ୍କ ବିବୃତ୍ତିରେ ସହ ସହମତ ନୁହଁନ୍ତି।

ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ମତ ରଖି ଯୋଗରାଜ ସିଂ କହିଥିଲେ, "ହିନ୍ଦୁ ଦେଶଦ୍ରୋହୀ। ବର୍ଷ ବର୍ଷ ଧରି ସେମାନେ ମୋଗଲଙ୍କ  ଦାସତ୍ୱ ଗ୍ରହଣ କରିଛନ୍ତି। କେବଳ ଏତିକି ନୁହେଁ ସେ ମହିଳାଙ୍କ ବିଷୟରେ ଏକ ବିବାଦୀୟ ବକ୍ତବ୍ୟ ମଧ୍ୟ ଦେଇଥିଲେ, ଯାହା ପରେ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରିଥିଲେ।