ଶାହୀନବାଗ ପ୍ରଦର୍ଶନକୁ ଅବୈଧ ଦର୍ଶାଇଲେ ସୁପ୍ରିମକୋର୍ଟ, କଲେ ସମାଲୋଚନା...
Advertisement

ଶାହୀନବାଗ ପ୍ରଦର୍ଶନକୁ ଅବୈଧ ଦର୍ଶାଇଲେ ସୁପ୍ରିମକୋର୍ଟ, କଲେ ସମାଲୋଚନା...

ଏପରିକି ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ହତ୍ୟା କରିବା ଲାଗି କୁହାଯାଇଥିଲା । 

ଶାହୀନବାଗ ପ୍ରଦର୍ଶନକୁ ଅବୈଧ ଦର୍ଶାଇଲେ ସୁପ୍ରିମକୋର୍ଟ, କଲେ ସମାଲୋଚନା...

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ-ସିଏଏ (CAA-Citizenship Amendment Act) ବିରୁଦ୍ଧରେ ଦେଶରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଶାହୀନବାଗ ଠାରେ ଚାଲିଥିବା ପ୍ରଦର୍ଶନ (Shaheen Bagh Protest) କୁ ଅବୈଧ ଦର୍ଶାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) । ଏ ମାମଲାରେ କୋର୍ଟଙ୍କ ବୟାନ ଆସିବା ପରେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ବିଭିନ୍ନ ରାଜନୈତିକ ଦଳ, ତଥାକଥିତ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ବାମପନ୍ଥୀ ଚିନ୍ତାଧାରାର ସମର୍ଥକଙ୍କ ଏହା ଏକ ଜବାବ ସଦୃଶ୍ୟ ହୋଇଛି । ଏପରିକି ଶାହୀନବାଗ ଠାରେ ଚାଲିଥିବା ପ୍ରଦର୍ଶନ ସମୟରେ ଆସାମ (Assam) କୁ ଭାରତ (India) ରୁ ବିଚ୍ଛିନ୍ନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏପରିକି ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ହତ୍ୟା କରିବା ଲାଗି କୁହାଯାଇଥିଲା । 

ଶାହୀନବାଗ ପ୍ରଦର୍ଶନ ଉପରେ ମତ ରଖି ସୁପ୍ରିମକୋର୍ଟ କହିଛନ୍ତି ଏହାକୁ ସ୍ୱୀକାର କରାଯିବ ନାହିଁ । ଏହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ହେଲେ ଏହାକୁ କିପରି କରାଯାଇଥାନ୍ତା ସେ ନେଇ ନିଷ୍ପତ୍ତି ପ୍ରଶାସନିକ ଅଧିକାରୀ ନେଇଥାନ୍ତେ । ରାସ୍ତା ବନ୍ଦ କରି ଧାରଣା ଦେଉଥିବା ଲୋକଙ୍କୁ ହଟାଯିବାର ଆବଶ୍ୟକତା ରହିଥିଲା । ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ କୋର୍ଟଙ୍କ ଆଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ନଥିଲା । ଶାହୀନବାଗ ଧାରଣାସ୍ଥଳରେ ଦିଆଯାଇଥିବା  ବିବାଦୀୟ ଭାଷଣ କାରଣରୁ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ।

ଯଦି କଟ୍ଟରପନ୍ଥୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଲୋକ ରାସ୍ତା ବନ୍ଦ କରି ଧାରଣା  ପ୍ରଦର୍ଶନ କରନ୍ତି ତାହେଲେ ଏହା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇବା ସ୍ୱାଭାବିକ । କୌଣସି ସାର୍ବଜନୀନ ସ୍ଥାନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇ ପାରିବ ନାହିଁ । କେବଳ କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ବିରୋଧ ପ୍ରଦର୍ଶନ କରାଯାଇ ପାରିବ । ଗମନାଗମନ ଲାଗି ସର୍ବସାଧାରଣ ବ୍ୟବହାର କରୁଥିବା ରାସ୍ତାକୁ ମନଇଚ୍ଛା  ବନ୍ଦ ରଖାଯାଇ ପାରିବ ନାହିଁ ।