ସମ୍ବେଦନଶୀଳ ମାମଲାର ରାୟ ପରେ ଅସମ୍ବେଦନଶୀଳ ସୁପ୍ରିମକୋର୍ଟ!
Advertisement

ସମ୍ବେଦନଶୀଳ ମାମଲାର ରାୟ ପରେ ଅସମ୍ବେଦନଶୀଳ ସୁପ୍ରିମକୋର୍ଟ!

ବାବ୍ରୀ ମସଜିଦ ଭାଙ୍ଗିବା ମାମଲାର ରାୟ ଦେଇଥିବା ପୂର୍ବତନ ବିଚାରପତି ଏସ.କେ ଯାଦବଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସମ୍ବେଦନଶୀଳ ମାମଲାରେ ଅମ୍ବେଦନଶୀଳତା ଦେଖାଇଛନ୍ତି ସୁପ୍ରିମକୋର୍ଟ! ପୂର୍ବତନ ବିଚାରପତି ଏସ.କେ ଯାଦବଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମାନ୍ୟବର କୋର୍ଟ ମନା କରିଛନ୍ତି। ବାହୁ ବିହବାଦୀୟ ବାବ୍ରୀ ମସଜିଦ ବିଧ୍ୱଂସ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ କରିଥିଲେ ଜଷ୍ଟିସ ଯାଦବ।

ସ୍ୱତନ୍ତ୍ର ସିବିଆଇ କୋର୍ଟର ଜଷ୍ଟିସ ଏସକେ ଯାଦବ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ମାମଲାର ବିଚାର କରୁଥିଲେ। ତେବେ ରାୟ ଆସିବା ପୂର୍ବରୁ ତାଙ୍କର ଅବସର ସମୟ ଆସିଯାଇଥିଲା। କିନ୍ତୁ ରାୟ ଆସିବା ଯାଏଁ ତାହାକୁ ବୃଦ୍ଧି କରାଯିବା ସହ ସୁରକ୍ଷା ପ୍ରଦାନ କରାଯାଇଥିଲା। କିନ୍ତୁ ଏବେ ସେହି ସୁରକ୍ଷା ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି।

କାର୍ଯ୍ୟକାଳର ଶେଷ ଦିନରେ ପୂର୍ବତନ ଜଜ୍ ଏସ.କେ ଯାଦବ ବାବ୍ରୀ ମସଦିଜ୍ ଭାଙ୍ଗିବା ମାମଲାରେ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ମାମଲା ଅତି ସମ୍ବେଦନଶୀଳ ଓ ଜୀବନ ପ୍ରତି ବିପଦ ଥିବାକୁ ସେ ବ୍ୟକ୍ତିଗତ ସୁରକ୍ଷା ବୃଦ୍ଧି କରିବାକୁ ଅପିଲ କରିଥିଲେ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୬ ତାରିଖରେ ୨୮ ବର୍ଷର ପୁରୁଣା ମାମଲାରେ ଜବନୀକା ପଡିଥିଲା। ଏହି ଦିନ ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ବାବ୍ରୀ ମସଦିଜ ଭଙ୍ଗା ମାମଲାର ରାୟ ଆସିଥିଲା। ସେତେବେଳର ଜଜ୍ ସୁରେନ୍ଦ୍ର କୁମାର ଯାଦବ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବିଚାରପତି ଯାଦବ ତାଙ୍କ ବିଚାରରେ ସ୍ୱୀକାର କରିଛନ୍ତି ଯେ, ଘଟଣାଟି ଷଡଯନ୍ତ୍ର ନୁହେଁ ଆକସ୍ମାତ ଘଟିଥିଲା।

ତେବେ ବାବ୍ରୀ ଭଙ୍ଗା ମାମଲାର ଶୁଣାଣି ପାଇଁ ଜଷ୍ଟିସ ଯାଦବଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ ବରଂ ଏହି ମାମଲା ଯୋଗୁଁ ତାଙ୍କର ଟ୍ରାନ୍ସଫର ମଧ୍ୟ ବାତିଲ କରାଯାଇଥିଲା। ପ୍ରକୃତରେ, ସୁରେନ୍ଦ୍ର କୁମାର ଏଡିଜେ ଭାବରେ ଏହି ମାମଲାର ଶୁଣାଣି କରୁଥିଲେ, ପରେ ତାଙ୍କୁ ପଦୋନ୍ନତି ଦିଆଯାଇ ଜିଲ୍ଲା ଜଜ୍ କରାଯାଇଥିଲା। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଦ୍ୱାରା ସୁରେନ୍ଦ୍ର ଯାଦବଙ୍କ ସ୍ଥାନାନ୍ତର ବାତିଲ କରାଯିବା ସହ ସୁରକ୍ଷା ଦିଆଯାଇଥିଲା। କନ୍ତୁ ଏବେ ସେ ଆଉ ପୂର୍ବପରି କୌଣସି ସୁରକ୍ଷା ପାଇବେ ନାହିଁ ବୋଲି କୋର୍ଟ ସ୍ପଷ୍ଚ କରିଛନ୍ତି।