ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛି ଋଷ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
Advertisement

ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛି ଋଷ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ପ୍ରାୟ ୩ ମାସ ଧରି ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସେଠାକାର ବଡ଼ ବଡ଼ ସହରଗୁଡ଼ିକ ଶ୍ମଶାନରେ ପରିଣତ ହୋଇସାରିଛି । ଏହି ସମୟରେ ଏକ ବଡ଼ ଖୁଲାସା ହୋଇଛି । ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନିକମାନ (Russian Soldiers) ଙ୍କୁ ଚିକିତ୍ସା କରିବା ପରିବ

ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛି ଋଷ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ପ୍ରାୟ ୩ ମାସ ଧରି ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସେଠାକାର ବଡ଼ ବଡ଼ ସହରଗୁଡ଼ିକ ଶ୍ମଶାନରେ ପରିଣତ ହୋଇସାରିଛି । ଏହି ସମୟରେ ଏକ ବଡ଼ ଖୁଲାସା ହୋଇଛି । ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନିକମାନ (Russian Soldiers) ଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଋଷ ସେମାନଙ୍କୁ ହତ୍ୟା କରୁଛି । ଏପରି କିଛି ଚାଞ୍ଚଲ୍ୟକର ଦାବି କରିଛି ବ୍ରିଟିଶ ନ୍ୟୁଜ ୱେବସାଇଟ୍ 'ଡେଲି ମେଲ୍' । ଋଷ ନିଜର ଆହତ ସୈନିକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପରିବର୍ତ୍ତେ ସେମାନଙ୍କୁ ଗୁଳି କରି ହତ୍ୟା କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ  ଏପରି ଶହ ଶହ ସୈନ୍ୟଙ୍କୁ ସେମାନଙ୍କ କମାଣ୍ଡୋ ହତ୍ୟା କରିସାରିଛନ୍ତି ବୋଲି ଡେଲି ମେଲ୍ ଦାବି କରିଛି । 

ବ୍ରିଟିଶ ନ୍ୟୁଜ ୱେବସାଇଟ୍ ଅନୁସାରେ, ଋଷ ସୈନ୍ୟମାନେ (Russian Soldiers) ନିଜର ଜଣେ ଲେଫ୍ଟନାଣ୍ଟ-କର୍ଣ୍ଣେଲ ଉପରେ ଆହତ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରିବାର ଅଭିଯୋଗ କରିଛନ୍ତି । କମାଣ୍ଡର ନିଜର ଜଣେ ଆହତ ସୈନିକଙ୍କୁ ପଚାରିଥିଲେ କି କ'ଣ ସେ ଚାଲିପାରିବେ । ଯେତେବେଳେ ସୈନ୍ୟ ଜଣକ ଉତ୍ତର ଦେଇଥଲେ ଯେ ସେ ପାରିବେ ନାହିଁ, ଅଧିକାରୀ ତୁରନ୍ତ ତାଙ୍କୁ ହତ୍ୟା କରିଥିଲେ । ଏପରି ଗୋଟିଏ ଘଟଣା ନାହିଁ ବରଂ ଅନେକ ଘଟଣା ରହିଛି, ଯେତେବେଳେ ଋଷର କମାଣ୍ଡୋମାନେ ନିଜ ସୈନିକମାନଙ୍କୁ ହତ୍ୟା କରିଛନ୍ତି ।

ଏହା ବି ପଢ଼ନ୍ତୁ:-ରକ୍ତରେ ଦ୍ରୁତ ଗତିରେ କୋଲେଷ୍ଟ୍ରଲ ବଢ଼ାଇଥାଏ ଏହି ୫ଟି ଖାଦ୍ୟ, ହୃଦଘାତକୁ ଏଡ଼ାଇବା ପାଇଁ ଆଜି ହିଁ ଛାଡ଼ନ୍ତୁ

ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଏସବୁ କାର୍ଡଧାରକଙ୍କ ପାଇଁ ଖରାପ ଖବର, ଅର୍ଥ ଆଦାୟ ସହ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଏହା ବି ପଢ଼ନ୍ତୁ:-ବିରୋଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ, କେଜ୍ରିୱାଲ ଓ ପାୱାରଙ୍କୁ ନେଇ କହିଲେ ଏହି ବଡ଼ କଥା

ଡେଲି ମେଲ ଏହି ଦାବି ୟୁକ୍ରେନ ସାମ୍ବାଦିକ ଭୋଲୋଦିମିର ଜୋଲ୍କିନଙ୍କ ଦ୍ୱାରା ସୁଟ୍ କରାଯାଇଥିବା ଏକ ଭିଡିଓ କ୍ଲିପ ଆଧାରରେ ଦାବି କରିଛି । ଏହି କ୍ଲିପ୍‌ରେ ୟୁକ୍ରେନ ସୈନିକମାନଙ୍କ ଦ୍ୱାରା ବନ୍ଦୀ କରାଯାଇଥିବା ଋଷର ସୈନ୍ୟଙ୍କ ସାକ୍ଷାତକାର ନିଆଯାଇଛି, ଯେଉଁଥିରେ ସେମାନେ ଋଷର କମାଣ୍ଡୋଙ୍କ (Russian Commanders) ଉପରେ ହତ୍ୟା ଓ ଅସଦାଚରଣ କରୁଥିବାର ଅଭିଯୋଗ କରିଛନ୍ତି ।

ଏହି ଖବର କେତେ ସତ, ତାହା ବର୍ତ୍ତମାନ ସମୟରେ ନିଶ୍ଚିତ ହୋଇପାରି ନାହିଁ । ଋଷ ଓ ୟୁକ୍ରେନ ମଧ୍ୟରେ ସିଧାସଳଖ ଯୁଦ୍ଧ ସହିତ ସୂଚନା ଯୁଦ୍ଧ ଜାରି ରହିଛି । ଯେଉଁଥିରେ ପରସ୍ପର ବିରୁଦ୍ଧରେ ମିଥ୍ୟା ଖବର ପ୍ରଚାର କରି ଅନ୍ୟର ମନୋବଳ ଭାଙ୍ଗିବା ମଧ୍ୟ ସାମିଲ ରହିଛି । ୟୁକ୍ରେନ ସହିତ ଏହି ସୂଚନା ଯୁଦ୍ଧରେ ପାଶ୍ଚାତ୍ୟ ଗଣମାଧ୍ୟମ, ବିଶେଷକରି ବ୍ରିଟେନ ଓ ଆମେରିକାର ଗଣମାଧ୍ୟମ ମଧ୍ୟ ପ୍ରବଳ ସମର୍ଥନ କରୁଛନ୍ତି । ଏପରି ପରିସ୍ଥିତିରେ ଖବରର ବିଶ୍ୱସନୀୟତା ଯାଞ୍ଚ କରିବା କଷ୍ଟକର ହୋଇଯାଏ ।