ୟୁକ୍ରେନ ପରେ ବର୍ତ୍ତମାନ ଏହି ଦେଶକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଋଷ, ବର୍ଡରକୁ ପଠାଇଲା ଭୟଙ୍କର ପରମାଣୁ କ୍ଷେପଣାସ୍ତ୍ର
Advertisement

ୟୁକ୍ରେନ ପରେ ବର୍ତ୍ତମାନ ଏହି ଦେଶକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଋଷ, ବର୍ଡରକୁ ପଠାଇଲା ଭୟଙ୍କର ପରମାଣୁ କ୍ଷେପଣାସ୍ତ୍ର

ପୁଟିନ ଚେତାବନୀ ଦେଇଥିଲେ ଯେ, ନାଟୋ ଦେଶଗୁଡ଼ିକର ମେଣ୍ଟରେ ସାମିଲ ହେବା ସେମାନଙ୍କ ସବୁଠାରୁ ବଡ଼ ଭୁଲ ହେବ । କିନ୍ତୁ ଉଭୟ ଦେଶ ଏହି ଚେତାବନୀକୁ ଅଣଦେଖା କରି ନିଜର ପାରମ୍ପାରିକ ନିରପେକ୍ଷତା ନୀତିକୁ ଛାଡ଼ି ନାଟୋରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପରିସ୍ଥିତିରେ ପୁଟିନ ଏକ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ମନେ କରାଯାଉଛି । ମସ୍କୋ ସ୍ପଷ୍ଟ କରିଛି ଯେ, ଯଦି ଫିନଲ୍ୟାଣ୍ଡ ନାଟୋରେ ଯୋଗ ଦିଏ, ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହୁ । ଋଷ କହିଛି ଯେ, ସେ କେବଳ ୧୦ ସେକେଣ୍ଡରେ ଫିନଲ୍ୟାଣ୍ଡକୁ ଦୁନିଆରୁ ପୋଛି ଦେଇପାରିବ ।

ୟୁକ୍ରେନ ପରେ ବର୍ତ୍ତମାନ ଏହି ଦେଶକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଋଷ, ବର୍ଡରକୁ ପଠାଇଲା ଭୟଙ୍କର ପରମାଣୁ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: Russia-Ukraine War: ବିଗତ ଦିନରେ ୟୁରୋପର ୨ ଦେଶ ଫିନଲ୍ୟାଣ୍ଡ (Finland) ଓ ସ୍ୱୀଡେନ (Sweden) ନାଟୋ (NATO) ରେ ସାମିଲ ହେବାକୁ ଘୋଷଣା କରିଥିଲା । ଯାହା ପରେ ଋଷ ଏହାକୁ କଡ଼ା ବିରୋଧ କରିଛି । କାରଣ ଉଭୟ ଦେଶ ଋଷ (Russia) ର ସୀମାରେ ଲାଗିଛି । ବର୍ତ୍ତମାନ ଉଭୟ ଦେଶକୁ ଉଚିତ୍ ଶିକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ନିର୍ଦ୍ଦେଶରେ ଏହି ଦୁଇ ଦେଶର ସୀମାରେ ଭୟଙ୍କର ପରମାଣୁ କ୍ଷେପଣାସ୍ତ୍ର (Nuclear Missiles) ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି ।  ରାସ୍ତାରେ ପରମାଣୁ ବୋମା ନେବା ପାଇଁ ସକ୍ଷମ ଇସ୍କନ୍ଦର ମିସାଇଲ (Iskander Missiles) କୁ ଫିନଲ୍ୟାଣ୍ଡ ସୀମା ଆଡ଼କୁ ଯାଉଥିବାର ଦେଖିବାକୁ ମିଳିଛି । ଏପରି କରିବା ପଛରେ ନାଟୋ ବିସ୍ତାରକୁ ରୋକିବା ପାଇଁ ଋଷ ଯେକୌଣସି ସ୍ତରକୁ ଯାଇପାରେ ବୋଲି ସଙ୍କେତ ଦିଆଯାଉଛି । ଏହାସହ ଋଷ ଧମକ ଦେଇଛି ଯେ ୧୦ ସେକେଣ୍ଡରେ ଫିନଲ୍ୟାଣ୍ଡ ସଫା ହୋଇଯିବ ।

ପୁଟିନ ଚେତାବନୀ ଦେଇଥିଲେ ଯେ, ନାଟୋ ଦେଶଗୁଡ଼ିକର ମେଣ୍ଟରେ ସାମିଲ ହେବା ସେମାନଙ୍କ ସବୁଠାରୁ ବଡ଼ ଭୁଲ ହେବ । କିନ୍ତୁ ଉଭୟ ଦେଶ ଏହି ଚେତାବନୀକୁ ଅଣଦେଖା କରି ନିଜର ପାରମ୍ପାରିକ ନିରପେକ୍ଷତା ନୀତିକୁ ଛାଡ଼ି ନାଟୋରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପରିସ୍ଥିତିରେ ପୁଟିନ ଏକ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ମନେ କରାଯାଉଛି । ମସ୍କୋ ସ୍ପଷ୍ଟ କରିଛି ଯେ, ଯଦି ଫିନଲ୍ୟାଣ୍ଡ ନାଟୋରେ ଯୋଗ ଦିଏ, ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହୁ । ଋଷ କହିଛି ଯେ, ସେ କେବଳ ୧୦ ସେକେଣ୍ଡରେ ଫିନଲ୍ୟାଣ୍ଡକୁ ଦୁନିଆରୁ ପୋଛି ଦେଇପାରିବ ।

ଦ ସନ୍ ରିପୋର୍ଟ ଅନୁଯାୟୀ, ଋଷର ଘାତକ ପରମାଣୁ ବୋମା ପରିବହନ କରୁଥିବା ଇସ୍କନ୍ଦର କ୍ଷେପଣାସ୍ତ୍ରର ଏକ ଗୁଚ୍ଛା ଭ୍ୟୋବର୍ଗ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି । ଫିନଲ୍ୟାଣ୍ଡ ସୀମାଠାରୁ ମାତ୍ର ୨୪ କିଲୋମିଟର ଦୂରରେ ଅବସ୍ଥିତ ଋଷର ଏହା ହେଉଛି ଶେଷ ସହର । ଫିନଲ୍ୟାଣ୍ଡ ଓ ସ୍ୱିଡେନକୁ ଶିକ୍ଷା ଦେବା ପାଇଁ ଋଷ ଶୀଘ୍ର ନୂତନ ସାମରିକ ୟୁନିଟ୍ ଗଠନ କରିବାକୁ ଯାଉଛି । ଏଥିପାଇଁ ଇସ୍କନ୍ଦର କ୍ଷେପଣାସ୍ତ୍ରର ଏକ ପୁରା ଗୁଚ୍ଛା  ଭ୍ୟୋବର୍ଗକୁ ପଠାଯାଉଛି । ଏହି କ୍ଷେପଣାସ୍ତ୍ରଗୁଡିକ ସ୍ୱଳ୍ପ ଦୂରଗାମୀ ଟାର୍ଗେଟକୁ ମାରିବା ଓ ନାଟୋ ବାହିନୀକୁ ପ୍ରତିହତ କରିବା ପାଇଁ ତିଆରି କରାଯାଇଛି ।

ଏହା ବି ପଢ଼ନ୍ତୁ:-ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୁରା ତାଲିକା

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛି ଋଷ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଚଳିତ ବର୍ଷ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ୟୁକ୍ରେନ ଯୁଦ୍ଧରେ ଏହା ଋଷର ମୁଖ୍ୟ ଅସ୍ତ୍ର । ଏହି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡିକ ପରମାଣୁ ୱାରହେଡ୍ କିମ୍ବା ପାରମ୍ପାରିକ ବିସ୍ଫୋରକ ପରିବହନ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି କ୍ଷେପଣାସ୍ତ୍ରର ପରିସର ହେଉଛି  ୩୧୦ କିଲୋମିଟର । ଇସ୍କନ୍ଦର ମିସାଇଲକୁ ବଙ୍କର-ବଷ୍ଟିଂ ଓ ଆଣ୍ଟି-ରାଡାର ମିଶନ ପାଇଁ ମୁତୟନ କରାଯାଇଥାଏ ।