ପୁଟିନଙ୍କ ଟେନସନ୍ ବଢ଼ାଇଲା ବ୍ରିଟେନ, ଏବେ ଋଷ ପାଇଁ ୟୁକ୍ରେନ ଜିତିବା ହେବ ଅସମ୍ଭବ!
Advertisement

ପୁଟିନଙ୍କ ଟେନସନ୍ ବଢ଼ାଇଲା ବ୍ରିଟେନ, ଏବେ ଋଷ ପାଇଁ ୟୁକ୍ରେନ ଜିତିବା ହେବ ଅସମ୍ଭବ!

Russia-Ukraine War: ଜନସନ (Boris Johnson) କହିଛନ୍ତି ଯେ, ବ୍ରିଟେନ ଓ ଏହାର ସହଯୋଗୀ ଦେଶ ୟୁକ୍ରେନକୁ ସାହାଯ୍ୟ କରିବ । ଏହି ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଏହାକୁ ମଜବୁତ କରିବା ଆବଶ୍ୟକ । ଏହି ସଙ୍କଟ ହେବାର ଏକ ମାସ ବିତିଗଲାଣି । ଆମେ ୟୁକ୍ରେନରେ ସ୍ୱାଧୀନତାର ନିଆଁକୁ ଜୀବନ୍ତ ରଖିପାରିବା ।

ପୁଟିନଙ୍କ ଟେନସନ୍ ବଢ଼ାଇଲା ବ୍ରିଟେନ, ଏବେ ଋଷ ପାଇଁ ୟୁକ୍ରେନ ଜିତିବା ହେବ ଅସମ୍ଭବ!

ନୂଆଦିଲ୍ଲୀ: Russia-Ukraine War: ପ୍ରାୟ ଏକ ମାସ ଧରି ଋଷ ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଏହା ମଧ୍ୟରେ ପାଶ୍ଚାତ୍ୟ ଦେଶମାନେ (Western countries) ଋଷ (Russia) ବିରୋଧରେ ବିଭିନ୍ନ ପ୍ରକାରର କଟକଣା ଜାରି କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ଯୁଦ୍ଧରେ ସିଧାସଳଖ ସାମିଲ ହୋଇନାହାଁନ୍ତି । ଋଷ ମଧ୍ୟ ଧମକ ଦେଇ କହିଛି ଯେ ଯଦି ପ୍ରତିରକ୍ଷା ଉପକରଣ ଯୋଗାଇ ୟୁକ୍ରେନକୁ କେହି ସାହାଯ୍ୟ କରନ୍ତି, ତେବେ ଏହା ଯୁଦ୍ଧରେ ସାମିଲ ବୋଲି ମନେ କରାଯିବ । ତେବେ ବର୍ତ୍ତମାନ ବ୍ରିଟେନ ୟୁକ୍ରେନକୁ ୬,୦୦୦ କ୍ଷେପଣାସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛି । BBC ର ରିପୋର୍ଟ ଅନୁଯାୟୀ ବ୍ରିଟେନ (Britain) ୟୁକ୍ରେନର ସୈନିକ (Ukrainian Soldiers) ଓ ପାଇଲଟମାନଙ୍କୁ ୪ କୋଟି ଡଲାରର ସହାୟତା ପ୍ରଦାନ କରିବ ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (British Prime Minister Boris Johnson) ଗୁରୁବାର ଏହି ଘୋଷଣା କରିପାରନ୍ତି । ୟୁକ୍ରେନ (Ukraine) ର ଶକ୍ତି ବୃଦ୍ଧି ପାଇଁ କ'ଣ କରାଯିବା ଉଚିତ ସେନେଇ ନାଟୋ (NATO) ଓ G7 ନେତାଙ୍କ ସହ ବୈଠକରେ ସହମତି ହୋଇପାରେ ।

ଜନସନ (Boris Johnson) କହିଛନ୍ତି ଯେ, ବ୍ରିଟେନ ଓ ଏହାର ସହଯୋଗୀ ଦେଶ ୟୁକ୍ରେନକୁ ସାହାଯ୍ୟ କରିବ । ଏହି ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରିବା ସହ ଏହାକୁ ମଜବୁତ କରିବା ଆବଶ୍ୟକ । ଏହି ସଙ୍କଟ ହେବାର ଏକ ମାସ ବିତିଗଲାଣି । ଆମେ ୟୁକ୍ରେନରେ ସ୍ୱାଧୀନତାର ନିଆଁକୁ ଜୀବନ୍ତ ରଖିପାରିବା ।

ଅଧିକ ପଢ଼ନ୍ତୁ:-ଋଷ କେବେ ବ୍ୟବହାର କରିବ ପରମାଣୁ ଅସ୍ତ୍ର? ଜବାବ ରଖିଲେ ସରକାରୀ ମୁଖପାତ୍ର

ଏହା ବି ପଢ଼ନ୍ତୁ:-ରାଜଧାନୀରେ ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ହେବାକୁ ଯାଉଛି ସତ! ପୁଟିନ ଓ ଋଷକୁ ନେଇ କହିଥିଲେ ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବ!

ସୂଚନା ଅନୁଯାୟୀ, ବ୍ରିଟେନ ୟୁକ୍ରେନକୁ ୬ ହଜାର କ୍ଷେପଣାସ୍ତ୍ର ବା ମିସାଇଲ୍ (missiles) ଦେବ । ଏହା ବ୍ୟତୀତ ୟୁକ୍ରେନ ସେନାକୁ ୨୫ କୋଟି ପାଉଣ୍ଡର ସାହାଯ୍ୟ ଦିଆଯିବ । ଏହାସହ ୟୁକ୍ରେନ ଓ ଋଷର ଭାଷାରେ ନିଜର ସେବାକୁ ମଜବୁତ କରିବା ପାଇଁ ବିବିସି ୱାର୍ଲ୍ଡ ସର୍ଭିସ (BBC World Service) କୁ ୪.୧ ମିଲିୟନ୍ ପାଉଣ୍ଡ ସାହାଯ୍ୟ ମିଳିବ ।

ସେପଟେ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ ସିଧାସଳଖ ଶାନ୍ତି ଆଲୋଚନା କରିବାର ପ୍ରସ୍ତାବକୁ ଦୋହରାଇଛନ୍ତି । ଜେଲେନସ୍କି ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ପ୍ରାୟ ଏକ ମାସ ଧରି ଚାଲିଥିବା ଯୁଦ୍ଧ, ଯେଉଁଥିରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦିଆଯାଇଛି, ତାହାକୁ ଶେଷ କରିବା ପାଇଁ ପୁଟିନଙ୍କ ସହ ସାକ୍ଷାତ କରି ଯେକୌଣସି ଫର୍ମାଟରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।