Russia Ukraine War: ଋଷ ସେନାଙ୍କ ତାଣ୍ଡବ ପରେ ବି କାହିଁକି ଯୁଦ୍ଧ ବିରାମ ଘୋଷଣା କଲେ ପୁଟିନ୍, ଏହା ହେଉଛି ବଡ଼ କାରଣ
Advertisement

Russia Ukraine War: ଋଷ ସେନାଙ୍କ ତାଣ୍ଡବ ପରେ ବି କାହିଁକି ଯୁଦ୍ଧ ବିରାମ ଘୋଷଣା କଲେ ପୁଟିନ୍, ଏହା ହେଉଛି ବଡ଼ କାରଣ

Russia Ukraine War: ଋଷିଆ ଓ ୟୁକ୍ରେନ ର ଯୁଦ୍ଧକୁ ଆଉ କିଛି ଦିନ ପରେ ବର୍ଷେ ଛୁଇଁବାକୁ ଯାଉଛି। ଏହି ବର୍ଷେ ମଧ୍ୟରେ ଉଭୟ ଦେଶରେ ଅନେକ ହାନି ଘଟିଛି। ବହୁ ସଂଖ୍ୟକ ସୈନ୍ୟ, ଲୋକ, ଧନ ଜୀବନ ନଷ୍ଟଭ୍ରଷ୍ଟ ହୋଇଛି। ହେଲେ ଦୁଇ ଦେଶ ମୁଣ୍ଡ ନୁଆଁଇବାକୁ ନାରାଜ୍। ଏମିତିରେ ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି।

Russia Ukraine War: ଋଷ ସେନାଙ୍କ ତାଣ୍ଡବ ପରେ ବି କାହିଁକି ଯୁଦ୍ଧ ବିରାମ ଘୋଷଣା କଲେ ପୁଟିନ୍, ଏହା ହେଉଛି ବଡ଼ କାରଣ

Russia Ukraine War: ୟୁକ୍ରେନ ବିରୁଦ୍ଧରେ ଋଷ ସେନା ଆଖି ବୁଜା ଆକ୍ରମଣ କରୁଛି। ଏହାରି ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଦୁଇ ଦିନ ଧରି ଯୁଦ୍ଧ ବିରାମ ଘୋଷଣା କରିଛନ୍ତି ପୁଟିନ୍। ପୁଟିନ କହିଛନ୍ତି ଯେ, ଆଜି ଏବଂ କାଲ ଅର୍ଥାତି ଜାନୁଆରୀ ୬ ଓ ୭ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବ ନାହିଁ। ଏହି ଯୁଦ୍ଧ ବିରାମ ଘୋଷଣାର ଅପିଲ୍ ଋଷର ଅର୍ଥୋଡକ୍ସ ଚର୍ଚ୍ଚର ପ୍ରମୁଖ କରିଛନ୍ତି । ସେ ଅପିଲ କରିଛନ୍ତି ଯେ, ଋଷ ଚଳିତ ସପ୍ତାହର ୩୬ ଘଣ୍ଟା ଯୁଦ୍ଧ ଉପରେ ରୋକ୍ ଲଗାଇବ। ମସ୍କୋର ଧର୍ମଗୁରୁ କିରିଲ ଏହି ପରାମର୍ଶ ଦେଇଛନ୍ତି ଯେ, ସ୍ଥାନୀୟ ସମୟାନୁସାରେ ଶୁକ୍ରବାର ଦ୍ୱିପ୍ରହରରୁ ଶନିବାର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଯୁଦ୍ଧ ବିରାମ ଘୋଷଣା କରାଯିବ । ଏହି ଅନୁରୋଧକୁ ପୁଟିନ ସ୍ୱିକାର କରିଛନ୍ତି । 

ବାସ୍ତବରେ, ଋଷର ଧର୍ମ ଚର୍ଚ୍ଚର ମୁଖ୍ୟ ପୁଟିନଙ୍କୁ ଏହି ନିବେଦନ କରିଥିଲେ। ଏହା ପରେ ପୁଟିନ ଏହା ଘୋଷଣା କରିଛନ୍ତି। ତେବେ ୟୁକ୍ରେନ ଏହାକୁ ଏକ ପ୍ରତାରଣା ବୋଲି କହିଛି। କ୍ରେମଲିନରୁ କୁହାଯାଇଛି ଯେ ପୁଟିନ ୩୬ଘଣ୍ଟିଆ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଜାନୁଆରୀ ୬ ତାରିଖ ମଧ୍ୟାହ୍ନ ୧୨ ଟାରୁ ଅସ୍ତ୍ରବିରତି ଆରମ୍ଭ ହେବ । ଋଷ ଓ ୟୁକ୍ରେନରେ ବସବାସ କରୁଥିବା କିଛି ବର୍ଗର ଲୋକ ୬ ଓ ୭ ତାରିଖରେ କ୍ରିସମାସ ପାଳନ (Christmas Celebration) କରିବାକୁ ଯାଉଛନ୍ତି। 

ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀ ୨୪ରେ ଋଷ ଏହାର ପଡୋଶୀ ଦେଶ ୟୁକ୍ରେନ (Russia Ukraine Attack) ଉପରେ ଆକ୍ରମଣ କରିଥିଲା। ପ୍ରାୟ ଦଶମାସ ମଧ୍ୟରେ, ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପନ କରିବାକୁ ପଡିଛି।ସୂଚନାନୁଯାୟୀ ଭାରତ ସମେତ ଅନେକ ଦେଶ ଉଭୟ ଋଷ ଏବଂ ୟୁକ୍ରେନକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନିବେଦନ କରିଛନ୍ତି। ତଥାପି, ଏହି କଥା ଓ ପରାମର୍ଶ ଗୁଡ଼ିକ ଉଭୟ ଦେଶ ପାଇଁ କୌଣସି ବିଶେଷ ପରିବର୍ତ୍ତନ ଆଣିପାରି ନାହିଁ । 

ଗତକିଛି ଦିନ ତଳେ ଋଷ ବିରୋଧରେ ଚାଲିଥିବା ଯୁଦ୍ଧ ବେଳେ ୟୁକ୍ରେନ ସୈନ୍ୟବାହିନୀ (Ukraine Army) ଗୁରୁବାର ଏକ ବଡ଼ ଦାବି କରିଥିଲା। ଏନେଇ ୟୁକ୍ରେନ ପକ୍ଷରୁ କୁହାଯାଇଛି ଡୋନେସ୍କ ଅଞ୍ଚଳରେ ଚାଲିଥିବା ଯୁଦ୍ଧରେ ପ୍ରାୟ ୮୦୦ ଋଷୀୟ ସୈନିକ ପ୍ରାଣ ହରାଇଛନ୍ତି। ୟୁକ୍ରେନ ସେନା କହିଛି ଋଷୀୟ ସୈନ୍ୟବାହିନୀ ବାକମୁଟ୍ ସେକ୍ଟର ଠାରେ ଆକ୍ରମଣ କରିବା ଉପରେ ଧ୍ୟାନ ଦେଇଥିଲେ। ଅଭିଡିଭକା ଏବଂ କୁପିଆନସ୍କ ସେକ୍ଟର ଠାରେ ଋଷିଆ ଦ୍ୱାରା କରାଯାଇଥିବା ଆକ୍ରମଣ ବିଫଳ ହୋଇଛି।

Also Read: Russia Ukraine War: ଋଷିଆକୁ ଲାଗିଲା ଜୋରଦାର ଝଟକା, ୮୦୦ ସୈନ୍ୟଙ୍କୁ ହତ୍ୟା କରିଥିବା ନେଇ ଦାବି କଲା ୟୁକ୍ରେନ

Also Read: Kashi Vishwanath: ଯିବାକୁ ପଡିବନି ମନ୍ଦିର ଘରେ ବସି କରିପାରିବେ କାଶୀ ବିଶ୍ବନାଥଙ୍କ ଦର୍ଶନ

Also Read: Kerala Politics: ସିପିଏମ୍‌ ମହିଳା ୱିଙ୍ଗ ପୋଷ୍ଟରରେ ସ୍ଥାନ ପାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବର୍ଷିଲା ବିଜେପି