ମାତ୍ର ୧୦୦ ଟଙ୍କାର ଲଟେରୀ ଟିକେଟରେ ରାତାରାତି କୋଟିପତି ହେଲେ ଜଣେ ଗୃହିଣୀ
Advertisement

ମାତ୍ର ୧୦୦ ଟଙ୍କାର ଲଟେରୀ ଟିକେଟରେ ରାତାରାତି କୋଟିପତି ହେଲେ ଜଣେ ଗୃହିଣୀ

ରାତାରାତି କୋଟିପତି ହୋଇଥିବା ରେନୁ ଚୌହାନ ଲରେନ୍ସ ରୋଡର ବାସିନ୍ଦା । ଏକ ମଧ୍ୟବିତ୍ତ ପରିବାରରୁ ଆସନ୍ତି । 

ମାତ୍ର ୧୦୦ ଟଙ୍କାର ଲଟେରୀ ଟିକେଟରେ ରାତାରାତି କୋଟିପତି ହେଲେ ଜଣେ ଗୃହିଣୀ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରର ଜଣେ ଗୃହିଣୀ ଲଟେରୀରେ ପ୍ରଥମ ପୁରସ୍କାର ଜିତି କୋଟିପତି ହୋଇଯାଇଛନ୍ତି । ରେଣୁ ଚୌହାନ ନାମକ ଏହି ମହିଳା ପଞ୍ଜାବ ଷ୍ଟେଟ ଡିୟର ୧୦୦ ପ୍ଲସ୍ ଲଟେରୀ ପାଇଁ ଏକ କୋଟି ଟଙ୍କା ପୁରସ୍କାର ଜିତିଛନ୍ତି । ରାଜ୍ୟ ସରକାରଙ୍କ ବୟାନ ଅନୁଯାୟୀ ଲକି ୱିନର ରେନୁ ଚୌହାନ ଗୁରୁବାର ଟିକେଟ୍ ଓ ଆବଶ୍ୟକୀୟ ଦସ୍ତାବିଜ ରାଜ୍ୟ ଲଟେରୀ ବିଭାଗକୁ ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଗେହଲଟ-ପାଇଲଟ ମଧ୍ୟରେ ଶେଷ ହେଉଛି ଦୂରତ୍ୱ! ଜାଣନ୍ତୁ ଏହା ପଛର କାରଣ

ରାତାରାତି କୋଟିପତି ହୋଇଥିବା ରେନୁ ଚୌହାନ ଲରେନ୍ସ ରୋଡର ବାସିନ୍ଦା । ଏକ ମଧ୍ୟବିତ୍ତ ପରିବାରରୁ ଆସନ୍ତି । ଏକ କୋଟି ଲଟେରୀ ଜିତିବା ପରେ ବହୁତ ଖୁସି ରେନୁ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଏକ ପୋଷାକ ଦୋକାନ ଅଛି । ଲଟେରୀରେ ପ୍ରାପ୍ତ ପରିମାଣ ତାଙ୍କ ଜୀବନକୁ ସୁବିଧାଜନକ କରିବ ।

ଅଧିକ ପଢ଼ନ୍ତୁ:-ଇଣ୍ଡିଆନ୍ ଅଏଲରେ ଏହି ୫୦୫ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି, ଶୀଘ୍ର କରନ୍ତୁ ଅପ୍ଲାଇ

ଏଥି ସହିତ ପଞ୍ଜାବ ରାଜ୍ୟ ଲଟେରୀ ବିଭାଗର ମୁଖପାତ୍ର କହିଛନ୍ତି ଯେ, ପ୍ରତି ମାସରେ ବାହାରୁଥିବା ପଞ୍ଜାବ ଷ୍ଟେଟ ଡିୟର 100 ଲଟେରୀ ଡ୍ର ଏଥର ଫେବୃଆରୀ ୧୧, ୨୦୨୧ରେ ବାହାରି ଥିଲା । ଏଥିରେ ଟିକେଟ୍ ନମ୍ବର D-12228 କୁ ପ୍ରଥମ ପୁରସ୍କାର ମିଳିଥିଲା ​​। ସେ କହିଛନ୍ତି ଯେ ରେନୁ ପୁରସ୍କାର ରାଶି ପାଇଁ ସମସ୍ତ ଆବଶ୍ୟକୀୟ ଦଲିଲ ଜମା କରିଛନ୍ତି ଏବଂ ଖୁବ୍ ଶୀଘ୍ର ପୁରସ୍କାର ରାଶି ତାଙ୍କ ଆକାଉଣ୍ଟକୁ ପଠାଯିବ ।