PM Modi in QUAD Summit: ୪୦ ଘଣ୍ଟାରେ ୨୩ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି
Advertisement

PM Modi in QUAD Summit: ୪୦ ଘଣ୍ଟାରେ ୨୩ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ଏହି ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଘଟଣାକ୍ରମ, ପରସ୍ପରିକ ସହଯୋଗ, ସମ ସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଏହି ବୈଠକରେ ଚର୍ଚ୍ଚା ହେବ।  

 

PM Modi in  QUAD Summit: ୪୦ ଘଣ୍ଟାରେ ୨୩ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

PM Modi in QUAD Summit: ଆସନ୍ତା ମେ ୨୩-୨୪ ତାରିଖରେ ଆୟୋଜିତ ହେଉଥିବା କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ୪୦ ଘଣ୍ଟା ମଧ୍ୟରେ ବୈଠକ କରିବେ ପ୍ରଧାନମନ୍ତ୍ରୀ।

ଜାପାନ ରାଜଧାନୀ ଟୋକିଓ ଠାରେ ୨୪ ତାରିଖରେ ଆୟୋଜିତ ହେଉଛି କ୍ୱାଡ୍ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଜାପାନ-ଅଷ୍ଟ୍ରେଲିଆ ପ୍ରତିପକ୍ଷ ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବେ।  ଏହା ସହିତ ପ୍ରାୟ ୩୬ ସିଇଓ ଏବଂ ପ୍ରବାସୀ ଭାରତୀୟଙ୍କୁ ଜାପାନ ଗସ୍ତ ଅବସରରେ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦି।  

Also Read: 'ସେ କେଉଁ ହାତ ଥିଲା ଯିଏ ଗୋଟିଏ ଟଙ୍କାରୁ ୮୫ ପଇସା ନେଇଯାଉଥିଲା'

 

ଜାପାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ରାତି ରାଜଧାନୀ ଟୋକିଓ  ଏବଂ ୨ ରାତି ବିମାନ ଯାତ୍ରାରେ ବିତାଇବେ। ପ୍ରାୟ ୩ ମାସ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ପ୍ରଧାମନ୍ତ୍ରୀ ମୋଦି ଜାପାନ-ଅଷ୍ଟ୍ରେଲିଆ ପ୍ରତିପକ୍ଷ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।    

Also Read: 'ଯୁଦ୍ଧରୁ କେହି ଲାଭବାନ ହୁଅନ୍ତି ନାହିଁ ବରଂ ସମସ୍ତେ କ୍ଷତି ସହିବେ'

 

ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଆମନ୍ତ୍ରଣ କ୍ରମେ ଆମେରିକା ରାଷ୍ଟ୍ରପତି ଏବଂ  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମେ ୨୪ ତାରିଖରେ ଟୋକିଓ ଠାରେ ଆୟୋଜିତ ହୋଇଥିବା ତୃତୀୟ କ୍ୱାର୍ଡ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଘଟଣାକ୍ରମ, ପରସ୍ପରିକ ସହଯୋଗ, ସମ ସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଏହି ବୈଠକରେ ଚର୍ଚ୍ଚା ହେବ।