କେନ୍ଦ୍ର ସରକାରଙ୍କ ନାଁରେ ଚାଲୁଥିବା ସ୍କିମ ଜରିଆରେ ଠକେଇ ! PIB କହିଲା ସତ୍ୟତା କଣ
Advertisement

କେନ୍ଦ୍ର ସରକାରଙ୍କ ନାଁରେ ଚାଲୁଥିବା ସ୍କିମ ଜରିଆରେ ଠକେଇ ! PIB କହିଲା ସତ୍ୟତା କଣ

ସରକାର ପ୍ରକୃତରେ ଏଭଳି ଯୋଜନା ଘୋଷଣା କରିଛନ୍ତି କି? PIB ଫ୍ୟାକ୍ଟ ଚେକ୍ ଅନେକ ଅନୁସନ୍ଧାନ କରିବା ପରେ ଏହି ଭାଇରାଲ୍ ବାର୍ତ୍ତା ବିଷୟରେ ସୂଚନା ଦେଇଛି । 

କେନ୍ଦ୍ର ସରକାରଙ୍କ ନାଁରେ ଚାଲୁଥିବା ସ୍କିମ ଜରିଆରେ ଠକେଇ ! PIB କହିଲା ସତ୍ୟତା କଣ

ନୂଆଦିଲ୍ଲୀ: ସାବଧାନ, ଆପଣଙ୍କୁ ହ୍ୱାଟସଆପରେ ଏପରି କୌଣସି ମେସେଜ ବାର୍ତ୍ତା ଆସିଛି କି ଯେଉଁଥିରେ କୁହାଯାଇଛି ଯେ କେନ୍ଦ୍ର ସରକାର ଲୋକମାନଙ୍କୁ ମାଗଣା ଲାପଟପ୍ ବଣ୍ଟନ କରୁଛନ୍ତି। ଏହି ବାର୍ତ୍ତାରେ କୁହାଯାଇଛି ଯେ ସରକାର ଏହାର ଯୋଜନା ଅଧୀନରେ ଲୋକଙ୍କୁ ମାଗଣା ଲାପଟପ୍ ଦେଉଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ସରକାର ପ୍ରକୃତରେ ଏଭଳି ଯୋଜନା ଘୋଷଣା କରିଛନ୍ତି କି? PIB ଫ୍ୟାକ୍ଟ ଚେକ୍ ଅନେକ ଅନୁସନ୍ଧାନ କରିବା ପରେ ଏହି ଭାଇରାଲ୍ ବାର୍ତ୍ତା ବିଷୟରେ ସୂଚନା ଦେଇଛି । 

PIB ଫ୍ୟାକ୍ଟ ଚେକ୍ ଏହି ମେସେଜର ଅନୁସନ୍ଧାନ କରିବା ପରେ ଏହାର ଟ୍ୱିଟର (Twitter ) ହ୍ୟାଣ୍ଡେଲରେ ଏହି ସୂଚନା ଦେଇ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ମାଗଣା ଲାପଟପ୍ ବଣ୍ଟନ ଯୋଜନା ଅଧୀନରେ ସମସ୍ତଙ୍କୁ ମାଗଣା ଲାପଟପ୍ ଦିଆଯାଉଛି ବୋଲି ଏକ ନକଲି ହ୍ୱାଟସ ଆପ୍ (Whtsapp) ବାର୍ତ୍ତା ଦିଆଯାଉଛି। ଏହି ବାର୍ତ୍ତା ନକଲି ବୋଲି PIB କହିଛି। ତେଣୁ ଏପରି ନକଲି ବାର୍ତ୍ତା ପ୍ରତି ସାବଧାନ ରୁହନ୍ତୁ | ତାଙ୍କୁ ଏହି ନକଲି ବାର୍ତ୍ତା ସେୟାର କିମ୍ବା ପଠାଇବାକୁ ମଧ୍ୟ ମନା କରାଯାଇଅଛି । ଏହା ସହିତ, ଏହିପରି କୌଣସି ଲିଙ୍କ ଏବଂ ୱେବସାଇଟରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଅଂଶୀଦାର ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Also Read: ଗୃହିଣୀଙ୍କୁ ଆଶ୍ୱସ୍ତି: ରନ୍ଧା ତେଲ ପରେ କମିଲା ଡ଼ାଲି ଦର

PIB ଚେତାବନୀ ଦେଇଛି ଯେ ଯଦି ଆପଣ ଏହି ବିଜ୍ଞାପନକୁ କୌଣସି ସ୍ଥାନରେ ଦେଖନ୍ତି କିମ୍ବା ଏହା ଆପଣଙ୍କୁ ହ୍ୱାଟସ୍ ଆପ ଜରିଆରେ ଆସେ, ତେବେ ଏହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ଏଥିରେ ଦିଆଯାଇଥିବା ନମ୍ବରକୁ କୌଣସି SMS ପଠାନ୍ତୁ ନାହିଁ ଏବଂ ଆପଣଙ୍କର ବ୍ୟକ୍ତିଗତ ସୂଚନା କାହା ସହିତ ଅଂଶୀଦାର କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣ ଠକାମୀର ଶିକାର ହୋଇପାରିବେ । ଏହା ସହିତ, ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଠକେଇ ବିଷୟରେ ଅବଗତ କରାନ୍ତୁ । କାରଣ ଏମିତି କାରଣ ଜଣାଇ ଆଜିକାଲି ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

Also Read: Up Assembly Election 2021: ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ କଂଗ୍ରେସର ବଡ଼ ଘୋଷଣା

ଏଠାରେ କହିରଖୁଛୁ ଯେ,  PIB ଫ୍ୟାକ୍ଟ ଚେକ୍ ସରକାରୀ ନୀତି କିମ୍ବା ଯୋଜନା ଉପରେ ମିଥ୍ୟା ତଥ୍ୟକୁ ପ୍ରତ୍ୟାଖ୍ୟାନ କରେ। ଯଦି ଆପଣ ସରକାରୀ ସମ୍ବନ୍ଧୀୟ କୌଣସି ଖବରକୁ ନକଲି ବୋଲି ସନ୍ଦେହ କରୁଛନ୍ତି, ତେବେ ଆପଣ ଏହା ବିଷୟରେ PIB ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣ ଏହି ମୋବାଇଲ୍ ନମ୍ବର  918799711259 କିମ୍ବା socialmedia@pib.gov.in ଇମେଲ୍ କୁ ପଠାଇ ପାରିବେ।