ପାଲଘର ଭିଡ ହତ୍ୟା ମାମଲା: ଚାର୍ଜସିଟ ଦାଖଲ, ଘଟଣା ପଛର ମୁଖ୍ୟ କାରଣ ଦର୍ଶାଇଲା
Advertisement

ପାଲଘର ଭିଡ ହତ୍ୟା ମାମଲା: ଚାର୍ଜସିଟ ଦାଖଲ, ଘଟଣା ପଛର ମୁଖ୍ୟ କାରଣ ଦର୍ଶାଇଲା

ପାଲଘର ଘଟଣାରେ ପୃଥକ ପୃଥକ ଭାବେ ୨ଟି ଟାର୍ଜସିଟ ଦାଖଲ କରିଛି ସିଆଇଡି । 

ପାଲଘର ଭିଡ ହତ୍ୟା ମାମଲା: ଚାର୍ଜସିଟ ଦାଖଲ, ଘଟଣା ପଛର ମୁଖ୍ୟ କାରଣ ଦର୍ଶାଇଲା

ମୁମ୍ବାଇ: ଗତ ଏପ୍ରିଲ ୧୬ ତାରିଖରେ ମହାରାଷ୍ଟ୍ରର ପାଲଘରରେ ହୋଇଥିବା ଭିଡ ହତ୍ୟା(mob lynching) ମାମଲାରେ ତଦନ୍ତ କରୁଥିବା ସିଆଇଡି(CID) ସ୍ଥାନୀୟ ଦହାଣୁ କୋର୍ଟରେ ଦୁଇଟି ପୃଥକ ପୃଥକ ଚାର୍ଜସିଟ ଦାଖଲ କରିଛି । ଗୁଜବକୁ କେନ୍ଦ୍ର କରି ଦୁଇ ସାଧୁ ଏବଂ ଜଣେ ଡ୍ରାଇଭରଙ୍କୁ ଏହି ଘଟଣାରେ ନିଜର ଜୀବନ ଦେବାକୁ ପଡିଛି । ଏ ମାମଲାରେ ସିଆଇଡି ୧୨୬ ଜଣଙ୍କ ବିରୋଧରେ ପ୍ରଥମରେ ୪୯୯୫ ଏବଂ ପୃଷ୍ଠାର ଦ୍ୱିତୀୟରେ ୫୯୨୧ ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ କରିଛି । ପାଲଘର ମାମଲାରେ ଏପର୍ଯ୍ୟନ୍ତ ୧୬୫ ଜଣଙ୍କୁ ଗିରଫ କରାଯିବା ସହ ୮୦୮ ସଦିଗ୍ଧଙ୍କୁ ପଚରାଉଚରା କରୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚାର୍ଜସିଟ୍ ଅନୁଯାୟୀ ସିଆଇଡି ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଛି ପାଲଘର ସାଧୁ ହତ୍ୟା ମାମଲାରେ କୌଣସି ସାମ୍ପ୍ରଦାୟିକ କାରଣ ନାହିଁ, ହେଲେ ଗୁଜବକୁ କେନ୍ଦ୍ର କରି ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ସିଆଇଡି ପକ୍ଷରୁ କୁହାଯାଇଛି ଏହି ଅଞ୍ଚଳରେ ଏକ ଗୁଜବ ପ୍ରଚାରିତ ହୋଇଥିଲା, "କିଛି ଲୋକ ସାଧୁ, ପୋଲିସ କିମ୍ବା ଡାକ୍ତରଙ୍କ ଛଦ୍ମବେଶରେ ଆସି ପିଲାମାନଙ୍କୁ ଅପହରଣ କରି ସେମାନଙ୍କ ଶରୀରରୁ କିଡନୀ ଭଳି ଅଙ୍ଗ ଚୋରୀ କରି ନେଉଛନ୍ତି।

ଏହାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ହତ୍ୟାର ଶିକାର ହୋଇଥିବା ସାଧୁଙ୍କୁ ଅପହରଣକାରୀ ବୋଲି ଭାବି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ମହାରାଷ୍ଟ୍ର ରାଜ୍ୟ ସରକାର ସାଧୁଙ୍କ ହତ୍ୟା ଘଟଣାରେ ପଛରେ ସାମ୍ପ୍ରଦାୟିକ କାରଣ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗତ ଏପ୍ରିଲ ୧୬ ତାରିଖ ରାତିରେ ପାଲଘରର ଗାଡଚିଞ୍ଚଲେ ଗ୍ରାମରେ ଘଟିଥିବା ଘଟଣାର ଭିଡିଓ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଘଟଣାର ଭାଇରାଲ ହୋଇଥିବା ଭିଡିଓରେ ୬୫ ବର୍ଷୀୟ ସାଧୁ ନିଜର ଜୀବନ ପୋଲିସର ହାତ ଧରି ପକାଇଥିଲେ, ହେଲେ ପୋଲିସ ହାତ ଛାଡି ଦେବା ସହ ତାଙ୍କୁ ଉତ୍ୟକ୍ତ ଲୋକଙ୍କ ଭିଡ ମଧ୍ୟରେ ଛାଡି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । 

ଏହା ପରେ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶୀକାର ହୋଇ ଜୁନା ଆଖଡାର ୨ ଜଣ ସାଧୁ ମହନ୍ତ ସୁଶୀଲ ଗିରି ମହାରାଜ (୩୫) ୬୫ ବର୍ଷୀୟୟ ମହନ୍ତ ମହାରାଜ କଳ୍ପବୃକ୍ଷ ଗିରି ଏବଂ ୩୦ବର୍ଷୀୟ ଡ୍ରାଇଭର ନୀଲେଶ ତେଲଗଡେଙ୍କ ଉପରେ ଆକ୍ରମଣ କରିଥିଲେ । ମୃତକ ସାଧୁ ଦ୍ୱୟ ତାଙ୍କର ଜଣେ ସାଥିଙ୍କ ଅନ୍ତିମ ସଂସ୍କାର ପାଇଁ ଗୁଜରାଟର ସୁରଟକୁ ଯିବା ପାଇଁ ଏକ ଭଡା କାରରେ ମୁମ୍ବାଇର କାନ୍ଦିଭାଲୀ ଅଞ୍ଚଳରୁ ବାହାରିଥିଲେ । ହେଲେ ପାଲଘର ଭିଡ ହତ୍ୟା ମାମଲାର ତନନ୍ତ  ସିବିଆଇ(CBI) କିମ୍ବା ଏନଆଇଏ (NIA) ଭଳି କେନ୍ଦ୍ରୀୟ ସଂସ୍ଥାକୁ ଦେବା ଲାଗି ସନ୍ଥ ସମୁଦାୟ ଦାବି କରିଛନ୍ତି।