ନାସ୍ତ୍ରୋଦମ୍ସ ଭବିଷ୍ୟବାଣୀ; ସାବଧାନ ୨୦୨୧ରେ ଆସୁଛି ଆକାଶରୁ ବିପଦ!
Advertisement

ନାସ୍ତ୍ରୋଦମ୍ସ ଭବିଷ୍ୟବାଣୀ; ସାବଧାନ ୨୦୨୧ରେ ଆସୁଛି ଆକାଶରୁ ବିପଦ!

ଆଉ କିଛି ଦିନ ପରେ ବିଦାୟ ନେବ ବର୍ଷ ୨୦୨୦ ଆଉ ଆସିବ ନୂଆବର୍ଷ ୨୦୨୧। ଆସନ୍ତା ବର୍ଷ ବିଶ୍ୱବାସୀ କେଉଁ ପ୍ରକାର ଘଟଣାର ସାମ୍ନା କରିବେ ତାହାର ଭବିଷ୍ୟବାଣୀ କରିଛନ୍ତି ଭବିଷ୍ୟବକ୍ତା ନାସ୍ତ୍ରୋଦମ୍ସ।  

ନାସ୍ତ୍ରୋଦମ୍ସ ଭବିଷ୍ୟବାଣୀ; ସାବଧାନ ୨୦୨୧ରେ ଆସୁଛି ଆକାଶରୁ ବିପଦ!

ନୂଆଦିଲ୍ଲୀ: ବିଶ୍ୱର ଜଣାଶୁଣା ଫରାସୀ ଭବିଷ୍ୟବକ୍ତା (French Fortune Tailer) ମାଇକେଲ ଦି ନାସ୍ତ୍ରୋଦମ୍ସ (Michel de Nostradamus) ପାଖାପାଖି ୬୩୩୮ ଭବିଷ୍ୟବାଣୀ କରିଛନ୍ତି। ଯାହା ତାଙ୍କ ଦ୍ୱାରା ରଚିତ 'ଦ ପ୍ରଫେସି' (Prophecies of Nostradamus) ନାମକ ପୁସ୍ତକରେ ଲିପିବଦ୍ଧ ହୋଇଛି। ଏହି ଭବିଷ୍ୟବାଣୀ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ତଥ୍ୟ ବିଭିନ୍ନ ସମୟରେ ସତ୍ୟ ଘଟଣାରେ ପରିଣତ ହୋଇ ଜନମାନସରେ ଦୃଶ୍ୟମାନ। 

fallback

ଆଉ କିଛି ଦିନ ପରେ ପୃଥିବୀ ପୃଷ୍ଠରୁ ବିଦାୟ ନେବ ବର୍ଷ ୨୦୨୦ ଆଉ ଆସିବ ନୂଆବର୍ଷ ୨୦୨୧। ଆସନ୍ତା ବର୍ଷ ବିଶ୍ୱବାସୀ କେଉଁ ପ୍ରକାର ଘଟଣାର ସାମ୍ନା କରିବେ ତାହାକୁ ଛନ୍ଦ ଦ୍ୱାରା ନିଜେ କରିଥିବା ଭବିଷ୍ୟବାଣୀ ମାଧ୍ୟମରେ ଦର୍ଶାଇଛନ୍ତି ଭବିଷ୍ୟବକ୍ତା ନାସ୍ତ୍ରୋଦମ୍ସ। ଚଳିତ ବର୍ଷ ବିଶ୍ୱରେ ତାଣ୍ଡବ ମଚାଇଥିଲା କୋରୋନା। ଆସନ୍ତା ନୂଆ ବର୍ଷରେ ବିଶ୍ୱରେ ଘଟିବାକୁ ଯାଉଥିବା ବିଭିନ୍ନ ଘଟଣା ବାବଦରେ ଭବିଷ୍ୟବାଣୀ କରିଛନ୍ତି ଫରାସୀ ଭବିଷ୍ୟବକ୍ତା।

ନାସ୍ତ୍ରୋଦମ୍ସଙ୍କ ଦ୍ୱାରା ଲିଖିତ ପୁସ୍ତକ 'ଦ ପ୍ରଫେସି' ଅନୁସାରେ ଜଣେ ଋଷୀୟ ବୈଜ୍ଞାନିକ (Russian Scientist) ଏପରି ଏକ ଜୈବିକ ହତିଆର (Biological Weapon) ସହ ଏକ ଭାଇରସ (Virus) ବିକଶିତ କରିବେ ଯାହା ଦ୍ୱାରା ମଣିଷ ଜମ୍ବିରେ (Zombie) ପରିଣତ ହୋଇଯିବ। ଏପରି ଭାବେ ମଣିଷ ଜାତିର ସର୍ବନାଶ ହେବ। ଜମ୍ବିକୁ ନେଇ ଅନେକ ହଲିଉଡ୍ ଚଳଚ୍ଚିତ୍ର ନିର୍ମିତ ହୋଇସାରିଛି।   

fallback  

ଯେତେବଳେ ଦୁନିଆ ଧ୍ୱଂସ ହେବ ସେତେବେଳେ ଦୁର୍ଭିକ୍ଷ, ଭୂମିକମ୍ପ, ବିଭିନ୍ନ ଧରଣର ମହାମାରୀ ପୂର୍ବ ସଂକେତ ଭଳି ମଣିଷ ସମାଜରେ ଦୃଶ୍ୟମାନ ହେବ। ବର୍ତ୍ତମାନ ଏହାର ସଦ୍ୟତମ ଉଦାହରଣ ହେଉଛି କୋରୋନା ଭାଇରସ। ଯାହାକୁ ସମଗ୍ର ବିଶ୍ୱକୁ ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ଆତଙ୍କିତ ଅବସ୍ଥାରେ ରଖିଛି। ନୂଆ ବର୍ଷରେ ଏପରି ଏକ ସମୟ ଆସିପାରେ ଯାହାର ସାମ୍ନା ପୂର୍ବରୁ ଦୁନିଆ କେବେ କରିନଥିବ।            

ନାସ୍ତ୍ରୋଦମ୍ସଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୧ ବର୍ଷରେ ସୂର୍ଯ୍ୟର ବିନାଶ ପୃଥିବୀକୁ କ୍ଷତି ପହଞ୍ଚାଇପାରେ। ନିଜ ରଚିତ ପୁସ୍ତକରେ ଫରାସୀ ଭବିଷ୍ୟବକ୍ତା ଚେତାବନୀ ଦେଇ କହିଛନ୍ତି ସମୁଦ୍ରର ପତ୍ତନ ବୃଦ୍ଧି କାରଣରୁ ବିପଦ ସୃଷ୍ଟି ହୋଇପାରେ। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱରେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ପୃଥିବୀ ପୃଷ୍ଠରେ ମହଜୁଦ ଥିବା ପ୍ରାକୃତିକ ସମ୍ବଳକୁ ହାତେଇବା ଲାଗି ମଣିଷ ସମାଜରେ ସଂଘର୍ଷ ଭଲି ସ୍ଥିତି ଉପୁଜିବ। ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳାୟନ କରିବେ।     

fallback

ଆସନ୍ତା ବର୍ଷ ପୃଥବୀ ସହ ଧୂମକେତୁର ଧକ୍କା ହେବ। ଏ ଘଟଣା ଭୂମିକମ୍ପ ଭଳି ଅନ୍ୟ କେତେକ ପ୍ରାକୃତିକ ବିପର୍ଯ୍ୟୟ କାରଣ ହେବ ବୋଲି ପୂର୍ବାନୁମାନ କରିଛନ୍ତି ନାସ୍ତ୍ରୋଦମ୍ସ। ପୃଥିବୀ (Earth) କକ୍ଷରେ ଏହି ଧୂମକେତୁ (Asteroid) ପ୍ରବେଶ କରିବା ପରେ ଏହା ବିସ୍ଫୋରିତ ହୋଇଯିବ। ଆକାଶରେ ଏହା ଏକ ବୃହତ୍ତ ଅଗ୍ନି ପିଣ୍ଡୁଳା ଭଳି ଦୃଶ୍ୟମାନ ହେବ।  

fallback

ନାସ୍ତ୍ରୋଦମ୍ସଙ୍କ ଭବିଷ୍ୟବାଣୀକୁ ପୂର୍ବରୁ ସମର୍ଥନ କରି ସାରିଛନ୍ତି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (US Space Agency) ନାସାର ବୈଜ୍ଞାନିକ (NASA Scientist)। ଏନେଇ ନାସା ବୈଜ୍ଞାନିକଙ୍କ କହିବା ଅନୁସାରେ ଆସନ୍ତା ବର୍ଷ ମେ ୬ ତାରିଖରେ ୨୦୦୯ କେଏଫ୧ ଧୂମକେତୁ (2009 KF1 Asteroid) ପୃଥିବୀ ସହ ଧକ୍କା ହେବାର ସମ୍ଭବନା ରହିଛି। ଏହି ଧୂମକେତୁର ତାକତ ୧୯୪୫ ମସିହାରେ ହିରୋସୀମା ଉପରେ ପଡିଥିବା ପରମାଣୁ ବୋମା ଠାରୁ ୧୫ ଗୁଣା ଅଧିକ। 

fallback

ଫରାସୀ ଭବିଷ୍ୟବକ୍ତାଙ୍କ ଦ୍ୱାରା କରାଯାଇଥିବା ଅନ୍ୟ ଏକ ଭବିଷ୍ୟବାଣୀ ଅନୁସାରେ ଏକ ଭୂମିକମ୍ପ ପ୍ରକୋପରେ ନ୍ୟୁ ୱାର୍ଲ୍ଡ (New World) ଧ୍ୱଂସ ହୋଇପାରେ। ଏହାର କେନ୍ଦ୍ରସ୍ଥଳ ଆମେରିକାର କାଲିଫର୍ଣ୍ଣିଆ ନାମକ ସ୍ଥାନ ରହିବ ଅର୍ଥାତ ଯେଉଁଠାରେ ଏହି ଘଟଣା ଘଟିପାରେ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ଅଘଟଣାକୁ ନେଇ ନାସ୍ତ୍ରୋଦମ୍ସଙ୍କ ପକ୍ଷରୁ କରାଯାଇଥିବା ଭବିଷ୍ୟବାଣୀ ପୂର୍ବରୁ ସତ୍ୟରେ ପରିଣତ ହୋଇସାରିଛି।