ଚଳିତ ବର୍ଷ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର
Advertisement

ଚଳିତ ବର୍ଷ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା ଓ ଋଷର ଡିମିଟ୍ରି ମୁରାଟୋଭଙ୍କୁ ପ୍ରଦାନ କରାଯିବ । ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରାଯାଇଛି । 

ଚଳିତ ବର୍ଷ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

Nobel Peace Prize 2021: ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର (Nobel Peace Prize 2021) ଘୋଷଣା କରାଯାଇଛି । ଚଳିତ ବର୍ଷ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା (Maria Ressa) ଓ ଋଷର ଡିମିଟ୍ରି ମୁରାଟୋଭଙ୍କୁ (Dmitry Muratov) ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ଅଭିବ୍ୟକ୍ତିର ସ୍ୱାଧୀନତା ରକ୍ଷା ପାଇଁ କରିଥିବା ଉଦ୍ୟମ ନେଇ ଉଭୟ ଏହି ପୁରସ୍କାର ପାଇବେ ।

ନରୱେର ଓସଲୋରେ ଶୁକ୍ରବାରର ହୋଇଛି ବୈଠକ
ଶୁକ୍ରବାର ଦିନ ନରୱେର ଓସଲୋରେ ଆୟୋଜିତ ଏକ ବୈଠକରେ ନୋବେଲ ଚୟନ କମିଟି ଏହା ଘୋଷଣା କରିଛି । କମିଟି କହିଛି ଯେ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭ ବିଶ୍ୱରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କମିଟି ଅନୁଯାୟୀ ଯେକୌଣସି ଗଣତନ୍ତ୍ର ଓ ଶାନ୍ତି ପ୍ରତିଷ୍ଠା ପାଇଁ ଅଭିବ୍ୟକ୍ତିର ସ୍ୱାଧୀନତା ହେଉଛି ଗୁରୁତ୍ୱପୂର୍ଣ୍ଣ କାରଣ ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ ଗତ ବର୍ଷ ପାଇଥିଲେ ପୁରସ୍କାର
ଆପଣଙ୍କୁ କହିରଖିବୁ ଯେ ଏହି ପୁରସ୍କାର ଗତ ବର୍ଷ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଦିଆଯାଇଥିଲା । ସେହି ସମୟ ମଧ୍ୟରେ ଦୁନିଆରେ କ୍ଷୁଧା ଓ ଖାଦ୍ୟ ଅଭାବରେ ପୀଡିତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା । ଏଥି ସହିତ ଚୟନ କମିଟି ଚଳିତ ବର୍ଷ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛି । ଏହା ପରେ ଚଳିତ ବର୍ଷ ଉଭୟ ସାମ୍ବାଦିକଙ୍କୁ ଏହି ସମ୍ମାନଜନକ ପୁରସ୍କାର (Nobel Peace Prize 2021) ପ୍ରଦାନ କରିବାକୁ ଘୋଷଣା କରାଯାଇଛି ।

ଏହାବି ପଢ଼ନ୍ତୁ: ZEEL ର ସମର୍ଥନକୁ ନେଇ ଆଗକୁ ଆସିଲେ ହେମା ମାଳିନୀ; ଟ୍ୱିଟ୍ କରି ଏହା କହିଲେ