NASA: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ବାଜିଲା ସତର୍କ ଘଣ୍ଟି, ୨୦୫୦ ପର୍ଯ୍ୟନ୍ତ ବୁଡ଼ିଯିବ ଦେଶର ଏହି ସହର!
Advertisement

NASA: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ବାଜିଲା ସତର୍କ ଘଣ୍ଟି, ୨୦୫୦ ପର୍ଯ୍ୟନ୍ତ ବୁଡ଼ିଯିବ ଦେଶର ଏହି ସହର!

US Space Agency Report: ନାସା ପକ୍ଷରୁ ପ୍ରକାଶିତ ତଥ୍ୟରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ଉପକୂଳବର୍ତ୍ତୀ ରାଜ୍ୟ ବୁଡ଼ିଯିବା କଥା କୁହାଯାଇ ନାହିଁ। ବରଂ ଏହା ମଧ୍ୟ କୁହାଯାଇଛି ଯେ, ସାମୁଦ୍ରିକ ଝଡ଼ ହେତୁ ସବୁଠାରୁ ବଡ ସମସ୍ୟା ସମୁଦ୍ର ବନ୍ୟା ପରିସ୍ଥିତି ହେବ। 

NASA: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ବାଜିଲା ସତର୍କ ଘଣ୍ଟି, ୨୦୫୦ ପର୍ଯ୍ୟନ୍ତ ବୁଡ଼ିଯିବ ଦେଶର ଏହି ସହର!

NASA Report on Global Warming: ସଦ୍ୟ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ଚମକାଇବା ଭଳି ରିପୋର୍ଟ ଜାରି କରିଛି। ଯାହା ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଚିନ୍ତା ବଢାଇ ଦେଇଛି। ନାସା ପକ୍ଷରୁ ପ୍ରକାଶିତ   ରିପୋର୍ଟ ଆସନ୍ତା ୨୦୫୦ ସୁଦ୍ଧା  ଆମେରିକାର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯିବ। 

ଗତ ତିନି ଦଶନ୍ଧିର ସାଟେଲାଇଟ୍ ତଥ୍ୟ (Satellite Data) ବିଶ୍ଳେଷଣ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା (American Space  Agency NASA)। ଯେଉଁଥିରେ କୁହାଯାଉଛି ଯେ ଆମେରିକା ଉପକୂଳରେ (Coast of America) ଗୋଟିଏ ଫୁଟ ପର୍ଯ୍ୟନ୍ତ ବୁଡ଼ି ଯିବ। ଏହାର ସବୁଠାରୁ ଅଧିକ ପ୍ରଭାବ ଗଲ୍ଫ ଉପକୂଳ ଏବଂ ଦକ୍ଷିଣ ପୂର୍ବ ଉପକୂଳରେ ଦେଖିବାକୁ ମିଳିବ। ଏହି ରିପୋର୍ଟ ଆଧାରରେ ଦେଶର ନ୍ୟୁୟର୍କ, ସାନ ଫ୍ରାନ୍ସିସ୍କୋ, ଲସ୍ ଆଞ୍ଜେଲସ୍, ଭର୍ଜିନିଆ ଭଳି ଦେଶର ଉପକୂଳବର୍ତ୍ତୀ ରାଜ୍ୟର ଅନେକ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ପୂର୍ବାନୁମାନ କରିଛି ନାସା।

ନାସା ପକ୍ଷରୁ ପ୍ରକାଶିତ ତଥ୍ୟରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ଉପକୂଳବର୍ତ୍ତୀ ରାଜ୍ୟ ବୁଡ଼ିଯିବା କଥା କୁହାଯାଇ ନାହିଁ। ବରଂ ଏହା ମଧ୍ୟ କୁହାଯାଇଛି ଯେ, ସାମୁଦ୍ରିକ ଝଡ଼ ହେତୁ ସବୁଠାରୁ ବଡ ସମସ୍ୟା ସମୁଦ୍ର ବନ୍ୟା ପରିସ୍ଥିତି ହେବ। କମ୍ୟୁନିକେସନ ଏବଂ ଏନଭାୟର୍ଣ୍ଣରମେଣ୍ଟ ଜର୍ଣ୍ଣାଲ ନାମକ ପ୍ରତ୍ରିକାରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ ବୈଜ୍ଞାନିକ ଏଜେନ୍ସି ପକ୍ଷରୁ କରାଯାଇଥିବା ଅନୁସନ୍ଧାନ ରିପୋର୍ଟ ବାବଦରେ ସମୀକ୍ଷା କରାଯାଇଛି। ଏହି ରିପୋର୍ଟ ଜରିଆରେ କୁହାଯାଇଛି ଆଗାମୀ ୩୦ ବର୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଉପକୂଳରେ କେବଳ ପାଣି ରହିବ। ଦେଶର ପୂର୍ବ ଉପକୂଳରେ (East Coast) ସମୁଦ୍ର ସ୍ତର (Sea Level) ୧୦-୧୪ ଇଞ୍ଚ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗଲ୍ଫ ତଟରେ (Gulf Coast)  ୧୪-୧୮ ଇଞ୍ଚ ଏବଂ ପଶ୍ଚିମ ତଟରେ (Weast Coast) ସମୁଦ୍ର ପତ୍ତନ ୪-୮ ଇଞ୍ଚ ପର୍ଯ୍ୟନ୍ତ ବଢିଯିବ।

ନାସା ପକ୍ଷରୁ ପ୍ରକାଶିତ ରିପୋର୍ଟ (NASA Report) ଉପରେ ପ୍ରତିକ୍ରିୟା ରଖିଛନ୍ତି ମିଚିଗାନ ବିଶ୍ୱବିଦ୍ୟାଳୟର ଜଳବାୟୁ ବିଭାଗ ବୈଜ୍ଞାନିକ ଜୋନାଥାନ ଓବରପେକ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ନାସା ଏହାର ସାଟେଲାଇଟ ଅଲ୍ଟିମିଟର ସମୁଦ୍ର ପତ୍ତନକୁ ମାପ କରିଛି। ଏହା ପରେ NOAA Tide Gauge Records ସହିତ ଏହି ରିପୋର୍ଟ ମେଳ କରି ଏ ସମ୍ପର୍କିତ ତଥ୍ୟ ପ୍ରକାଶ କରିଛି। ଯଦିଓ ତୃଣମୂଳ ସ୍ତରରେ ଏହି ତଥ୍ୟ ମଧ୍ୟ ସଠିକ୍, ହେଲେ  ଏହା ଚିନ୍ତାର ବିଷୟ। ପୃଥିବୀର ମେରୁ ଅଞ୍ଚଳରେ ବରଫ ଯେତିକି ତରଳିବ, ସମୁଦ୍ର ଜଳ ପତ୍ତନ ସେତିକି ବୃଦ୍ଧି ପାଇବ। ବିଶ୍ୱ ତାପନ (Global Warming) ହେତୁ ମେରୁ ଅଞ୍ଚଳରେ ବରଫ ତରଳିବାରେ ଲାଗିଛି। ଏହାକୁ ନିୟନ୍ତ୍ରିତ କରାଯିବା ଆବଶ୍ୟକ।

ଗତବର୍ଷ ନାସା ବିଶ୍ୱ ତାପନ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଯେଉଁଥିରେ ଭାରତ ସମ୍ପର୍କରେ ରିପୋର୍ଟ ପ୍ରକାଶିତ ହୋଇଥିଲା। ଯେଉଁଥିରେ ଦାବି କରାଯାଇଛି ଯେ ଆଗାମୀ ୮୦ ବର୍ଷ  ମଧ୍ୟରେ ଅର୍ଥାତ ୨୧୦୦ ପର୍ଯ୍ୟନ୍ତ ଭାରତର ୧୨ ସହର ୩ ଫୁଟ ପାଣିରେ ବୁଡ଼ିଯିବ। ଏହି ରିପୋର୍ଟ ଅନୁଯାୟୀ ସମତଳ ଭୂମିରେ ବହୁ ପରିମାଣର ବିନାଶ ଦେଖିବାକୁ ମିଳିବ। ବିଶ୍ୱ ତାପନ କାରଣରୁ ମେରୁ ଅଞ୍ଚଳରେ ବଡ଼ ବଡ଼ ବରଫ ଖଣ୍ଡ ତରଳିବା  କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ନାସା। 

ନାସା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତର ଓଖୋ, ମର୍ମାଗାଓଁ, ଭାବ ନଗର, ମୁମ୍ବାଇ, ମାଙ୍ଗଲୋର, ଚେନ୍ନାଇ, ବିଶାଖାପଟ୍ଟନମ୍, ତୁତିକୋରିନ, କୋଚ୍ଚି, ପାରାଦ୍ୱୀପ, ପଶ୍ଚିମବଙ୍ଗର କିଡୋରପୋର ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶ୍ୱ ତାପନ ଭଳି ସମସ୍ୟାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକ ନିରାପଦ ସ୍ଥାନକୁ ଚାଲି ଯିବେ। ପଶ୍ଚିମବଙ୍ଗର କିଡୋରପର ଅଞ୍ଚଳ ଯେଉଁଠାରେ ସମୁଦ୍ର ଜଳସ୍ତର ବଢିବା ନେଇ କୌଣସି ବିପଦ ଅନୁଭୂତ ହୋଇନାହିଁ। ହେଲେ ଆସନ୍ତା ୨୧୦୦ ସୁଦ୍ଧା ଏଠାରେ ସମୁଦ୍ର ସ୍ତର ଅଧା ଫୁଟ ପର୍ଯ୍ୟନ୍ତ ବଢିଯିବ।