ଜଳିଗଲା ଘର, ପାଉଁଶ ଭିତରୁ ୭ଟି ଛୁଆଙ୍କୁ ପାଗଳ ହୋଇ ଖୋଜୁଛି ମା'
Advertisement

ଜଳିଗଲା ଘର, ପାଉଁଶ ଭିତରୁ ୭ଟି ଛୁଆଙ୍କୁ ପାଗଳ ହୋଇ ଖୋଜୁଛି ମା'

କୋଲକାତା ସହରରୁ ଏକ ଯନ୍ତ୍ରଣାଦାୟକ ଖବର ସାମ୍ନାକୁ ଆସିଛି। ସୋମବାର ସକାଳେ ସିନ୍ଥୀ ପୋଲିସ ଷ୍ଟେସନ ପରିସରରେ ରାମଲିଲା ମୈଦାନ ନିବାସୀ ଅଶୋକ ଚନ୍ଦ୍ରଙ୍କ ଘରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା।

ଏହି ଘଟଣାରେ ପୁରା ଘର ପାଉଁଶ ହୋଇଯାଇଥିଲା। ଏହା ଏକ ଭଲ ଖବର ଥିଲା ଯେ, ଅଶୋକ ଚନ୍ଦ୍ର, ତାଙ୍କ ପତ୍ନୀ ଏବଂ ଦୁଇ ପିଲା କୌଣସି ପ୍ରକାରେ ସେମାନଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ କିନ୍ତୁ ଏହି ନିଆଁ ଏକ ମାଆର ସାତୋଟି ସନ୍ତାନକୁ ଛଡ଼ାଇ ନେଇ ଯାଇଥିଲା। ବାସ୍ତବରେ, ଏହି ଅଗ୍ନିକାଣ୍ଡରେ ଘରେ ଥିବା ୭ ଟି ନବଜାତ କୁକୁର ଛୁଆ ଙ୍କ କିଛିବି ଚିହ୍ନବର୍ଣ୍ଣ ମିଳିନି। ଏଥି ସହିତ, ମଆ କୁକୁରଟି ନିଜର ପିଲାମାନଙ୍କୁ ସେହି ଧ୍ୱସ୍ତବିଧ୍ୱସ୍ତ ଘରୁ ଖୋଜୁଥିବା ବେଳେ ଏଣେତେଣେ ବୁଲୁଥିବା କିଛି ଭାବପ୍ରବଣ ଚିତ୍ର ସାମ୍ନାକୁ ଆସିଛି । 

fallback

ସ୍ଥାନୀୟ ଲୋକଙ୍କ କହିବା କଥା, ଯେତେବେଳେ ଘରେ ନିଆଁ ଲାଗିଥିଲା ସେତେବେଳେ ଘର ଭିତରେ କୁକୁର ଛୁଆ ରହିଥିଲେ, ତେବେ କୁହାଯାଉଛି ଯେ, ଅଗ୍ନିକାଣ୍ଡରେ ସେ ଛୁଆଙ୍କ ମୃତ୍ୟୁ ହୋଇଛି।  

fallback

ଘଟଣା ପରଠାରୁ ମା କୁକୁରଟି ନିଜ ଛୁଆଙ୍କୁ ଏଣେ ତେଣେ ଖୋଜିବାରେ ଲାଗିଛି। ବାରମ୍ବାର ସେହି ଅଗ୍ନିକାଣ୍ଡରେ ଛାରଖାର ହୋଇଯାଇଥିବା ପାଉଁଶରୁ ନିଜ ଶିଶୁଙ୍କୁ ବିକଳ ହୋଇ ଖୋଜୁଛି।  

fallback

ଲୋକଙ୍କ କହିବା କଥା, ଏହି କୁକୁରଟି ୨ ରୁ ୩ ଦିନ ତଳେ ହିଁ ୭ ଟି କୁକୁର ଛୁଆ ଜନ୍ମ ଦେଇଥିଲା । ହେଲେ ଯେତେବେଳେ ଘରେ ନିଆଁ ଲାଗିଥିଲା ସେତେବେଳେ ମା କୁକୁରଟି ବାହାରେ ଥିଲା ସେଥିଲାଗି ମା କୁକୁରଟି ଏହି ଭୟଙ୍କର ଅଗ୍ନିକାଣ୍ଡରୁ ବଞ୍ଚିଯାଇଥିଲା। 

fallback

ନିଆଁ ଲାଗିବା ଦ୍ୱାରା ଘରଟି ପୁରା ଧ୍ୱସ୍ତବିଧ୍ୱସ୍ତ ହୋଇସାରିଛି । ଘରେ ଥିବା ସମସ୍ତ ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି।