Allahabad High Court Hearing: ଏଣିକି ବିବାହିତ ଝିଅକୁ ମିଳିବ ବାପାଙ୍କ ଚାକିରି, କୋର୍ଟ ନେଲେ ଏହି ବଡ଼ ନିଷ୍ପତ୍ତି
Advertisement

Allahabad High Court Hearing: ଏଣିକି ବିବାହିତ ଝିଅକୁ ମିଳିବ ବାପାଙ୍କ ଚାକିରି, କୋର୍ଟ ନେଲେ ଏହି ବଡ଼ ନିଷ୍ପତ୍ତି

ମାମଲା କୋର୍ଟରେ ପହଞ୍ଚିଥିଲା। ବିଚାରପତି ବିକ୍ରମ ଡି ଚୌହାନ ନିଜର ନିଷ୍ପତ୍ତିରେ କହିଥିଲେ କି ଅରୁଣାଙ୍କୁ ଚାକିରି ନ ଦେଇ ସରକାରୀ ଡାକ୍ତରଖାନାର ଅଧିକାରୀମାନେ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୧୫ର ଉଲ୍ଲଂଘନ କରିଛନ୍ତି। କୋର୍ଟ ସିଏମଓଙ୍କୁ ଆଦେଶକୁ ଖାରଜ କରିବା ସହିତ ଅରୁଣାଙ୍କୁ ତାଙ୍କ ପିତା ଶ୍ୟାମଲାଲଙ୍କ ସ୍ଥାନରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Allahabad High Court Hearing: ଏଣିକି ବିବାହିତ ଝିଅକୁ ମିଳିବ ବାପାଙ୍କ ଚାକିରି, କୋର୍ଟ ନେଲେ ଏହି ବଡ଼ ନିଷ୍ପତ୍ତି

Allahabad High Court Hearing:  ଆଲ୍ଲାହାବାଦ: ବାପାଙ୍କ ସମ୍ପତ୍ତି ଉପରେ ବିବାହିତ ଝିଅର ହକ ଥିବା ନେଇ ପୂର୍ବରୁ କୋର୍ଟ ଶୁଣାଇସାରିଛନ୍ତି। ଏବେ ବାପାଙ୍କ ଚାକିରି ଉପରେ ବିବାହିତ ଝିଅର ଅଧିକାର ନେଇ ଆଲ୍ଲାହାବାଦ କୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି। ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାମଲାର ଶୁଣାଣୀ କରି ଆଲ୍ଲାହାବାଦ କୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ କୋର୍ଟ କହିଥିଲେ କି ବିବାହ କରି ସାରିଥିଲେ ମଧ୍ୟ ବାପଘରର ସଦସ୍ୟ ରହିଥାଏ ବିବାହିତ ଝିଅ। କୋର୍ଟର ଆଶ୍ରୟ ନେଇଥିବା ମୃତକ ଜଣକ ଅଭିଯୋଗର ଶୁଣାଣି କରି କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। 

କୋର୍ଟ କହିଥିଲେ କି ବାପାଙ୍କର ମୃତ୍ୟୁ ପରେ ମଧ୍ୟ ବିବାହିତ ଝିଅ ତାଙ୍କର ଚାକିରି ପାଇବାରେ ହକ ରହିଛି। ମିରଠର ସିଏମଓର ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି କୋର୍ଟ। ଯେଉଁଥିରେ କୁହାଯାଇଥିଲା କି ଝିଅ ବିବାହିତ ହୋଇଥିଲେ ପରିବାରର ସଦସ୍ୟ ଭାବେ ପରିଗଣିତ ହେବନାହିଁ। ହାଇକୋର୍ଟ ସିଏମଓଙ୍କ ନିର୍ଦ୍ଦେଶକୁ ଖାରଜ କରି କୋର୍ଟ ଆହୁରି ମଧ୍ୟ କହିଥିଲେ କି ବର୍ତ୍ତମାନ ନିଜର ମାନସିକତାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ବିବାହିତ ଝିଅ ମଧ୍ୟ ବାପଘରର ସଦସ୍ୟ ରହିଛି। ଏହି ଆଧାରରେ ବିବାହିତ ଝିଅକୁ ମୃତ ନିର୍ଭରଶୀଳ କୋଟା ଅଧୀନରେ ପିତାଙ୍କ ସ୍ଥାନରେ ଚାକିରି ମଧ୍ୟ ଦିଆଯାଇପାରେ।

ମିରଠର ଜେ ବ୍ଲକ୍ କଲୋନୀରେ ରହୁଥିବା ଅରୁଣାଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ୧୧ ଡିସେମ୍ବର ୨୦୧୮ରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଆଦେଶକୁ ଅରୁଣା ଚ୍ୟାଲେଞ୍ଜ କରିଥିଲେ। ଏଥିରେ ସିଏମଓ ମୃତଙ୍କ ଉପରେ ନିର୍ଭରଶୀଳ କୋଟାରେ ପିତାଙ୍କ ବଦଳରେ ଅରୁଣାଙ୍କୁ ଚାକିରି ଦେବାକୁ ମନା କରିଦେଇଥିଲେ।

ସରକାରୀ ଡାକ୍ତରଖାନାରେ ଚପରାଶୀ ଥିଲେ ଅରୁଣା
ଅରୁଣାଙ୍କ ପିତାଙ୍କର ମୃତ୍ୟୁ ୨୦୧୮ ମସିହା ଜୁଲାଇ ୪ ତାରିଖରେ ହୋଇଯାଇଥିଲା। ତାଙ୍କର ଝିଅ ଅରୁଣା ମିରଠ ସରକାରୀ ଡାକ୍ତରଖାନାରେ ଚାକିରି ପାଇଁ ଆବେଦନ କରିଥିଲେ। ଏଥିରେ ସେ ଲେଖିଥିଲେ କି ବାପାଙ୍କ ମୃତ୍ୟୁ ପରେ ଘରର ସମସ୍ତ ଦାୟିତ୍ୱ ମୋ ଉପରେ ନ୍ୟସ୍ତ ରହିଛି। ଯେଉଁ କାରଣରୁ ସେ ଏହି ଚାକିରିର ହକଦାର ଅଟନ୍ତି। ଏହି ଚାକିରି ମୋତେ ମିଳୁ ବୋଲି ସେ ଅଧିକାରୀମାନଙ୍କୁ ଜଣାଇଥିଲେ। ତେବେ ଏହି ଅବେଦନ ପତ୍ରକୁ ଅଧିକାରୀମାନେ ଖାରଜ କରିବା ସହିତ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ଅରୁଣାଙ୍କୁ ଏହି ଚାକିରି ମିଳିନଥିଲା। 

ମାମଲା କୋର୍ଟରେ ପହଞ୍ଚିଥିଲା। ବିଚାରପତି ବିକ୍ରମ ଡି ଚୌହାନ ନିଜର ନିଷ୍ପତ୍ତିରେ କହିଥିଲେ କି ଅରୁଣାଙ୍କୁ ଚାକିରି ନ ଦେଇ ସରକାରୀ ଡାକ୍ତରଖାନାର ଅଧିକାରୀମାନେ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୧୫ର ଉଲ୍ଲଂଘନ କରିଛନ୍ତି। କୋର୍ଟ ସିଏମଓଙ୍କୁ ଆଦେଶକୁ ଖାରଜ କରିବା ସହିତ ଅରୁଣାଙ୍କୁ ତାଙ୍କ ପିତା ଶ୍ୟାମଲାଲଙ୍କ ସ୍ଥାନରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ମୃତ ନିର୍ଭରଶୀଳ କୋଟାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହେବାର ୫ ବର୍ଷ ମଧ୍ୟରେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଚାକିରି ଦିଆଯାଇପାରେ। ଉତ୍ତରପ୍ରଦେଶ ସରକାର ଏ ସମ୍ପର୍କରେ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ ପିତାଙ୍କ ମୃତ୍ୟୁ ପରେ ପୁଅ କିମ୍ବା ଝିଅ ୫ ବର୍ଷ ମଧ୍ୟରେ ଚାକିରି ପାଇବାର ସୁବିଧା ରହିଛି।