ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର
Advertisement

ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର

Loudspeaker Ban in Maharashtra: ନିକଟ ଅତୀତରେ ରାଜ ଠାକରେ ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ହଟାଇବା ପାଇଁ ଅଲ୍ଟିମେଟମ୍ ଦେଇଥିଲେ । ସେ କହିଥିଲେ ଯେ, "ନମାଜ ପାଇଁ ରାସ୍ତା ଓ ଫୁଟପାଥ କାହିଁକି ଆବଶ୍ୟକ? ଘରେ ହିଁ ପଢ଼ନ୍ତୁ । ପ୍ରାର୍ଥନା ଆପଣଙ୍କର, ଆମକୁ କାହିଁକି ଶୁଣାଉଛନ୍ତି? ଯଦି ସେମାନେ ଆମ କଥା ନ ବୁଝିବେ ତେବେ ମସଜିଦ ସାମ୍ନାରେ ହନୁମାନ ଚାଲିସା ବଜାଇବୁ । ରାଜ୍ୟ ସରକାରଙ୍କୁ କହୁଛୁ ଯେ ଆମେ ଏହି ପ୍ରସଙ୍ଗରୁ ପଛଘୁଞ୍ଚା ଦେବୁ ନାହିଁ । ଆପଣ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ ।" 

ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର

ମୁମ୍ୱାଇ: Loudspeaker Ban in Maharashtra, Azaan vs Hanuman Chalisa: ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ନେଇ ମହାରାଷ୍ଟ୍ର ରାଜନୀତି (Maharashtra Politics) ରେ ଝଡ଼ ସୃଷ୍ଟି ହୋଇଛି । ଏମଏନଏସ ଚିଫ୍ ରାଜ୍ ଠାକରେ (MNS Chief Raj Thackeray) ଙ୍କ ଧମକ ପରେ ମହାରାଷ୍ଟ୍ର ସରକାର (Maharashtra Government) ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ବଡ଼ ନିଷ୍ପତ୍ତି ନେଇ କୌଣସି ଧାର୍ମିକ ସ୍ଥଳରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ପ୍ରଶାସନ ଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରିଦେଇଛି । ଅର୍ଥାତ ବର୍ତ୍ତମାନ ଲାଉଡସ୍ପିକର ଲଗାଇବା ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ । 

ସୂତ୍ର ଅନୁସାରେ, ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଦିଲୀପ ବାଲସେ ପଟେଲ ଖୁବ୍ ଶୀଘ୍ର ଏନେଇ ଡିଜିପିଙ୍କ ସହ ଏକ ବୈଠକ ମଧ୍ୟ କରିବେ । ଯଦି କେହି ବିନା ଅନୁମତିରେ ଲାଉଡସ୍ପିକର ଲଗାନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ନାସିକ ପୋଲିସ କମିଶନର ଆଦେଶ ଦେଇଛନ୍ତି ଯେ ମେ ୩ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପାଇଁ ଅନୁମତି ନେବାକୁ ପଡ଼ିବ । ଯଦି ବିନା ଅନୁମତିରେ ଲାଉଡସ୍ପିକର ଲଗାଯାଉଛି ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । 

ନିକଟ ଅତୀତରେ ରାଜ ଠାକରେ ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ହଟାଇବା ପାଇଁ ଅଲ୍ଟିମେଟମ୍ ଦେଇଥିଲେ । ସେ କହିଥିଲେ ଯେ, "ନମାଜ ପାଇଁ ରାସ୍ତା ଓ ଫୁଟପାଥ କାହିଁକି ଆବଶ୍ୟକ? ଘରେ ହିଁ ପଢ଼ନ୍ତୁ । ପ୍ରାର୍ଥନା ଆପଣଙ୍କର, ଆମକୁ କାହିଁକି ଶୁଣାଉଛନ୍ତି? ଯଦି ସେମାନେ ଆମ କଥା ନ ବୁଝିବେ ତେବେ ମସଜିଦ ସାମ୍ନାରେ ହନୁମାନ ଚାଲିସା ବଜାଇବୁ । ରାଜ୍ୟ ସରକାରଙ୍କୁ କହୁଛୁ ଯେ ଆମେ ଏହି ପ୍ରସଙ୍ଗରୁ ପଛଘୁଞ୍ଚା ଦେବୁ ନାହିଁ । ଆପଣ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ ।" 

ଏହା ବି ପଢ଼ନ୍ତୁ:-ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୩୫ ହଜାର ମିଳିବ ଦରମା

ଏହା ବି ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି କି ଆପଣ? ତ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପୂରା ପ୍ରକ୍ରିୟା...

ଏହା ବି ପଢ଼ନ୍ତୁ:-DL ରୁ ମିଳିବ ମୁକ୍ତି! କଟିବନି ଚାଲାଣ

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଏପରି କେଉଁ ଧର୍ମ ଅଛି ଯେ ଅନ୍ୟ ଧର୍ମକୁ ଆଘାତ ଦେଇଥାଏ । ଆମେ ଗୃହ ବିଭାଗକୁ କହିବାକୁ ଚାହୁଁଛୁ ଯେ ଆମେ ଦଙ୍ଗା ଚାହୁଁନାହୁଁ । ମେ ୩ ସୁଦ୍ଧା ସମସ୍ତ ଲାଉଡସ୍ପିକର ମସଜିଦରୁ ହଟାଯିବା ଉଚିତ, ଆମ ତରଫରୁ କୌଣସି ଅସୁବିଧା ହେବ ନାହିଁ ।" ଏହା ପରେ ରାଜ ଠାକରେ ରବିବାର ଏକ ବୟାନ ଦେଇଛନ୍ତି ଯେ ମୁଁ ଦେଶର ସମସ୍ତ ହିନ୍ଦୁମାନଙ୍କୁ ଅନୁରୋଧ କରୁଛି କି ସେମାନେ ପ୍ରସ୍ତୁତ ରୁହନ୍ତୁ । ଯଦି ମେ ୩ ସୁଦ୍ଧା ମସଜିଦ ଉପରେ ଥିବା ଲାଉଡସ୍ପିକରଗୁଡି଼କ ନ ହଟେ, ତେବେ ଏହାର ଉପଯୁକ୍ତ ଜବାବ ଦେବାର ଆବଶ୍ୟକତା ରହିଛି । ସୁପ୍ରିମକୋର୍ଟଙ୍କ ଆଦେଶର ପାଳନ କରାଯିବା ଆବଶ୍ୟକ ।