ବିଶ୍ୱ ଜଳ ଦିବସ: ଜଳ ସଙ୍କଟ ଦୂରେଇବାକୁ ନେବା ଶପଥ
Advertisement

ବିଶ୍ୱ ଜଳ ଦିବସ: ଜଳ ସଙ୍କଟ ଦୂରେଇବାକୁ ନେବା ଶପଥ

ପ୍ରତିବର୍ଷ ମାର୍ଚ୍ଚ ୨୨ ଅର୍ଥାତ୍ ଆଜିର ଦିନକୁ ବିଶ୍ୱ ଜଳ ଦିବସ ଭାବରେ ପାଳନ କରାଯାଏ ଯାହା ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସ ବିଷୟରେ ସଚେତନତା ସୃଷ୍ଟି କରିଥାଏ ।  

ବିଶ୍ୱ ଜଳ ଦିବସ: ଜଳ ସଙ୍କଟ ଦୂରେଇବାକୁ ନେବା ଶପଥ

ନୂଆଦିଲ୍ଲୀ: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଗୋଟିଏ ବୁନ୍ଦା ପାଣି ଯାହା ଜୀବନ ଜିଇଁବାରେ ସହାୟକ । ଆଜି ସାରା ବିଶ୍ୱ ପାଳୁଛି ଜଳ ଦିବସ । ଯାହା ଜୀବନର ପ୍ରତିଟି ମୌଳିକ ଆଧାର ଏବଂ ମାନବ ବଞ୍ଚିବା ପାଇଁ ଜରୁରୀ ଅଟେ । ଜଳ ବିନା ସବୁ କିଛି ଅନ୍ଧକାର କାରଣ ଜଳ ବିନା ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ପ୍ରଦୂଷଣ, ଅପଚୟ ଏବଂ ଅବ୍ୟବସ୍ଥା ସବୁ ବିପଦରେ ପଡ଼ିଯିବ। ପ୍ରତିବର୍ଷ ମାର୍ଚ୍ଚ ୨୨ ଅର୍ଥାତ୍ ଆଜିର ଦିନକୁ ବିଶ୍ୱ ଜଳ ଦିବସ ଭାବରେ ପାଳନ କରାଯାଏ ଯାହା ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସ ବିଷୟରେ ସଚେତନତା ସୃଷ୍ଟି କରିଥାଏ । 

ମିଳିତ ଜାତିସଂଘ ଦ୍ୱାରା ମାର୍ଚ୍ଚ ୨୨ ରେ ବିଶ୍ୱ ଜଳ ଦିବସ( World Water Day)  ପାଳନ କରିବାକୁ ରିଓ ଡି ଜେନେରିଓରେ ମିଳିତ ଜାତିସଂଘର ପରିବେଶ ଏବଂ ବିକାଶ ସମ୍ମିଳନୀରେ ଏକ ସଂକଳ୍ପ ପାରିତ ହୋଇଥିଲା ଆଉ ତାହା ୧୯୯୩ ମସିହା ପରଠାରୁ, ପ୍ରତିବର୍ଷ ମାର୍ଚ୍ଚ ୨୨ କୁ ବିଶ୍ୱ ଜଳ ଦିବସ ଭାବରେ ପାଳନ କରାଯାଏ। ମନୁଷ୍ୟ ସମାଜ ଦ୍ୱାରା ଜଳ କେତେ ଶୀଘ୍ର ହ୍ରାସ ହେଉଛି ସେ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ସମାନ କାର୍ଯ୍ୟାନୁଷ୍ଠାନ ତଥା ପରିବର୍ତ୍ତନ ଆଣିବା ପାଇଁ ବିଶ୍ୱ ଜଳ ଦିବସର ଲକ୍ଷ୍ୟ ରଖିଛି। 

Also Read: ସୋସିଆଲ ମିଡିଆ ପାଇଁ ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ

ବିଶ୍ୱ ଜଳ ଦିବସ ଅବସରରେ ଚଳିତ ବର୍ଷର ଥିମ ରହିଛି"  'Valuing Water'. "The value of water is about much more than its price ଅର୍ଥ-: 'ଜଳର ମୂଲ୍ୟବୋଧ' । ଆମ ପରିବାର, ଖାଦ୍ୟ, ସଂସ୍କୃତି, ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥନୀତି ଏବଂ ଆମର ପ୍ରାକୃତିକ ପରିବେଶର ଅଖଣ୍ଡତା ପାଇଁ ଜଳର ବିପୁଳ ତଥା ବିଶେଷ ମହତ୍ୱ ମୂଲ୍ୟବୋଧ ରହିଛି। ଯଦି ଆମେ ଏହି ମୂଲ୍ୟବୋଧକୁ ଅଣଦେଖା କରୁ, ତେବେ ଆଗାମୀ ଭବିଷ୍ୟତରେ ଆମେ ବିପଦରେ ପଡ଼ିବା ଏଥିରେ କୌଣସି ସନ୍ଦେହ ନାହିଁ । 

Also Read:  ହୋଲି ପୂର୍ବରୁ ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

COVID-19 ମହାମାରୀ ପାଇଁ ଚଳିତ ବର୍ଷ ବିଶ୍ୱ ଜଳ ଦିବସ ଉତ୍ସବ ଭର୍ଚୁଆଲ୍ ମାଧ୍ୟମରେ କରାଯାଉଛି । ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଠ ଜଳ ସମ୍ପଦର ବହୁଳ ଆବଶ୍ୟକତା ରହିଛି । ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ଜଳ ପାଇଁ ଜୀବନ, ଜଳ ହିଁ ଜୀବଜଗତର ସତ୍ତା । ହେଲେ ନିକଟ ଅତୀତରେ ଦେଖାଦେଉଥିବା ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ମୃତ୍ତିକା ଅବକ୍ଷୟ ଯୋଗୁଁ ଆଗାମୀ ଦିନମାନଙ୍କରେ ଜଳ ସଙ୍କଟ ଘୋର ମାତ୍ରାରେ ଦେଖାଦେବ । ବୈଜ୍ଞାନିକଙ୍କ ମତରେ ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ବିଶ୍ବ ଜଳ ଦିବସରେ ଚାଲନ୍ତୁ ଶପଥ ନେବା ଯେପରି ଆମ ଆଗାମୀ ପୀଢି ପାଇଁ ଜଳ ସଙ୍କଟ (Water Crisis)  ଦେଖାନଦେଉ ସେଥିପ୍ରତି ସଜାଗ ସଚେତନତା ଜରୁରୀ ।