C Voter Survey Report: ମୋଦିଙ୍କ ବିପକ୍ଷରେ କିଏ ଅଧିକ ମଜବୁତ ପ୍ରାର୍ଥୀ, ଆସିଲା ସର୍ଭେ ରିପୋର୍ଟ
Advertisement

C Voter Survey Report: ମୋଦିଙ୍କ ବିପକ୍ଷରେ କିଏ ଅଧିକ ମଜବୁତ ପ୍ରାର୍ଥୀ, ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ (General Election) ଦେଢ ବର୍ଷରୁ ଅଧିକ ସମୟ ବାକି ରହିଥିବା ବେଳେ ଏବେ ତମାମ ଦେଶରେ ରାଜନୈତିକ ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି। ତେବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳ ମଞ୍ଚା ବାନ୍ଧିବା ଆରମ୍ଭ କରି ସାରିଛନ୍ତି। ବିରୋଧୀଙ୍କ ପ୍ରଧାନମନ୍ତ୍ରୀ (Prime Minister) ପ୍ରାର୍ଥୀ କିଏ ହେବ ସେ ଚର

C Voter Survey Report: ମୋଦିଙ୍କ ବିପକ୍ଷରେ କିଏ ଅଧିକ ମଜବୁତ ପ୍ରାର୍ଥୀ, ଆସିଲା ସର୍ଭେ ରିପୋର୍ଟ

C Voter Survey Report: ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ (General Election) ଦେଢ ବର୍ଷରୁ ଅଧିକ ସମୟ ବାକି ରହିଥିବା ବେଳେ ଏବେ ତମାମ ଦେଶରେ ରାଜନୈତିକ ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି। ତେବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳ ମଞ୍ଚା ବାନ୍ଧିବା ଆରମ୍ଭ କରି ସାରିଛନ୍ତି। ବିରୋଧୀଙ୍କ ପ୍ରଧାନମନ୍ତ୍ରୀ (Prime Minister) ପ୍ରାର୍ଥୀ କିଏ ହେବ ସେ ଚର୍ଚ୍ଚା ଚାଲିଥିବା ବେଳେ ବିଶେଷ କରି ଏକାଧିକ ଚେହେରା ଏହି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ମୋଦିଙ୍କ ବିରୋଧରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ସେ ନେଇ ଏକ ସର୍ଭେ କରାଯାଇଥିଲା। ଯାହାର ରିପୋର୍ଟ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରି ପକାଇବ। 

୨୦୨୪ ଲୋକସଭା ନିର୍ବାଚନର ଦେଢ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ (Prime Minister) ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ପାଇଁ ଅନେକ ଚେହେରା ସାମ୍ନାକୁ ଆସିଛି। ଗୋଟିଏ ପଟେ ବିହାର (Bihar) ମୁଖ୍ୟମନ୍ତ୍ରୀ (Chief Minister) ନୀତୀଶ କୁମାର (Nitish Kumar) ବିରୋଧୀଙ୍କୁ ସଂଗଠିତ କରିବାବେଳେ ନିଜ ପାଇଁ ଭୂମିକା ଖୋଜୁଥିବା ବେଳେ ଅନ୍ୟପଟେ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ଆଉ ଏକ ଦାବିଦାର ଭାବେ ଉଭା ହୋଇଛି। ଦଳର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Chief Minister) ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ସବୁଠାରୁ ଶକ୍ତିଶାଳୀ ପ୍ରାର୍ଥୀ ଭାବରେ ବର୍ଣ୍ଣନା କରି ଦଳ କହିଛି ଯେ ୨୦୨୪ ମସିହାରେ ମୋଦି ବନାମ କେଜ୍ରିୱାଲ ଲଢେଇ ହେବ। ଏହି ସମୟରେ ସି ଭୋଟରଙ୍କ ସର୍ଭେ ସାମ୍ନାକୁ ଆସିଛି। ଯେଉଁ କାରଣରୁ 'ଆପ'ର ଆଶା ଓ ବିଶ୍ୱାସ ବଢିବାରେ ଲାଗିଛି।  

କରାଯାଇଥିବା ସି ଭୋଟର ସର୍ଭେରେ ପଚରା ଯାଇଥିଲା କି ଆଗାମୀ ସାଧାରଣ ନିର୍ବାଚନରେ ମୋଦିଙ୍କ ବିପକ୍ଷରେ କିଏ ଅଧିକ ମଜବୁତ ପ୍ରାର୍ଥୀ ହେବ। ଅରବିନ୍ଦ କେଜରିଓ୍ୱାଲ ନା ନୀତିଶ କୁମାର। ତେବେ ଏହି ସର୍ଭେରେ ୬୫ ପ୍ରତିଶତ କେଜରିଓ୍ୱାଲଙ୍କୁ ମୋଦିଙ୍କ ବିକଳ୍ପ ଭାବେ ଚୟନ କରିଥିଲେ। ସେହିପରି ନୀତିଶଙ୍କୁ ୩୫ ପ୍ରତିଶତ ଲୋକ ସମର୍ଥନ ଜଣାଇଥିଲେ। ଯଦିଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀ, ଟିଏମସି ପକ୍ଷରୁ ମମତା ବାନାର୍ଜୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। 

ଗୋଟିଏ ଦଶନ୍ଧୀ ପୂର୍ବରୁ ରାଜନୀତିରେ ପାଦ ଥାପିଥିବା ଅରବିନ୍ଦ କେଜରିଓ୍ୱାଲ ଦିଲ୍ଲୀ ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହା ସହିତ ବର୍ତ୍ତମାନ ସେ ମେକ ଇଣ୍ଡିଆ ନମ୍ବର ଓ୍ୱାନ କ୍ୟାମ୍ପେନରେ ବ୍ୟସ୍ତ ରହିଛନ୍ତି। ସେ ତମାମ ଦେଶରେ ଯାତ୍ରା ଆରମ୍ଭ କରି ଏହି କ୍ୟାମ୍ପେନ ମାଧ୍ୟମରେ ୧୩୦ କୋଟି ଲୋକଙ୍କ ସହିତ ଯୋଡ଼ି ହେବାର ପ୍ରତିଶୃତି ଦେଇଛନ୍ତି। ଦିଲ୍ଲୀ ଓ ପଞ୍ଜାବରେ କେଜରିଓ୍ୱାଲ ବର୍ତ୍ତମାନ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି। ସେପଟେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏପରିକି ବିଜେପିର ଗଡ଼ କୁହାଯାଉଥିବା ଗୁଜୁରାଟରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଶ୍ୱାସ ରହିଛି। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି କି ଗୁଜୁରାଟରେ ଆପର ଯଦି ପ୍ରଦର୍ଶନ ଭଲ ରହୁଛି ତେବେ କେଜରିଓ୍ୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପରିଗଣିତ କରାଯାଇପାରିବ। 

ଅଧିକ ପଢନ୍ତୁ: ଭାରତକୁ ଶତ୍ରୁ କହୁଥିବା ପାକିସ୍ତାନୀ କ୍ରିକେଟରଙ୍କ ଝିଅ ଉଡ଼ାଇଲେ ତ୍ରିରଙ୍ଗା ପତାକା, ତାପରେ...

ଅଧିକ ପଢନ୍ତୁ:  ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ୨୪ ଘଣ୍ଟା ବିକ୍ଷିପ୍ତ ବର୍ଷା