କର୍ଣ୍ଣାଟକ ପୂର୍ବତନ CM ୟେଦିୟୁରପ୍ପାଙ୍କ ବଡ଼ ନାତୁଣୀ କଲେ ଆତ୍ମହତ୍ୟା...ରାଜ୍ୟରେ ହଇଚଇ
Advertisement

କର୍ଣ୍ଣାଟକ ପୂର୍ବତନ CM ୟେଦିୟୁରପ୍ପାଙ୍କ ବଡ଼ ନାତୁଣୀ କଲେ ଆତ୍ମହତ୍ୟା...ରାଜ୍ୟରେ ହଇଚଇ

ବୟସ ୩୦ ବର୍ଷ ପାଖାପାଖି ହେବା ଅନୁମାନ କରାଯାଉଛି। ଏବଂ ସୌନ୍ଦର୍ୟ୍ୟା ବେଙ୍ଗାଲୁରୁ ସ୍ଥିତ ଏମ.ଏସ ରମୈୟା ହସ୍ପିଟାଲରେ ଡକ୍ଟର ଭାବେ କାର୍ଯ୍ୟରତ ଥିଲେ ।

କର୍ଣ୍ଣାଟକ ପୂର୍ବତନ CM ୟେଦିୟୁରପ୍ପାଙ୍କ ବଡ଼ ନାତୁଣୀ କଲେ ଆତ୍ମହତ୍ୟା...ରାଜ୍ୟରେ ହଇଚଇ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦିୟୁରପ୍ପାଙ୍କ ପରିବାର ପାଇଁ ଏକ ଘଡ଼ିସନ୍ଧି ମୂହୁର୍ତ୍ତ । କାରଣ ଏହି ବରିଷ୍ଠ ନେତାଙ୍କ ବଡ଼ ନାତୁଣୀ ସୌନ୍ଦର୍ୟ୍ୟା ଏବେ ଆଉ ଏ ଦୁନିଆରେ ନାହାଁନ୍ତି। ସୌନ୍ଦର୍ୟା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ବୟସ ୩୦ ବର୍ଷ ପାଖାପାଖି ହେବା ଅନୁମାନ କରାଯାଉଛି। ଏବଂ ସୌନ୍ଦର୍ୟ୍ୟା ବେଙ୍ଗାଲୁରୁ ସ୍ଥିତ ଏମ.ଏସ ରମୈୟା ହସ୍ପିଟାଲରେ ଡକ୍ଟର ଭାବେ କାର୍ଯ୍ୟରତ ଥିଲେ ।

ପୋଲିସର କହିବାକଥା, ସୌନ୍ଦର୍ୟ୍ୟା ନିଜ ସ୍ୱାମୀଙ୍କ ସହ ବେଙ୍ଗାଲୁରୁ (Bengaluru) ରେ ରହୁଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର ଥିବା ଜଣାପଡ଼ିଛି । ଆଉ ଏହି ଦମ୍ପତ୍ତିଙ୍କ ଏକ ୬ ମାସର ଶିଶୁପୁତ୍ର ଥିବା ଜଣାପଡ଼ିଛି। ଦମ୍ପତ୍ତି ଓ ତାଙ୍କ ଶିଶୁ ମାଉଣ୍ଟ କାରେମଲ କଲେଜ ପାଖରେ ବସବାସ କରୁଥିଲେ। ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ୟ୍ୟାଙ୍କ ବିବାହ ଦୁଇବର୍ଷ ତଳେ ସମ୍ପନ୍ନ ହୋଇଥିଲା। 

Also Read: ୧୨ ବିଧାୟକଙ୍କ ନିଲମ୍ବନ ରଦ୍ଦ ମାମଲା; ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ

ଆଉ ତାଙ୍କ ମୃତଦେହ ଆଜି ସକାଳେ ହିଁ ଉଦ୍ଧାର କରାଯାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାର୍ଥୀବ ଶରୀରକୁ ବୋରିଙ୍ଗ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ଆତ୍ମହତ୍ୟା କରିଥିବା ସୌନ୍ଦର୍ୟା ବିଏସ ୟେଦିୟୁରପ୍ପା (bs yediyurappa) ଙ୍କ ପ୍ରଥମ ଝିଅ ପଦ୍ମାଙ୍କ ଝିଅ ଥିଲେ । ଯିଏ ପରିବାରର ସବୁଠାରୁ ବଡ଼ ଝିଅ ଥିଲେ। ନାତୁଣୀର ମୃତ୍ୟୁ ଖବର ପାଇ ପୁରା ପରିବାର ଏବେ ସ୍ତବ୍ଧ ହୋଇଯାଇଛି। 

Also Read: କେଉଁଠି ୭୦୦ ଟଙ୍କା କିଲୋ ଲଙ୍କା ତ କେଉଁଠି ୫୦ ଲକ୍ଷରେ ମିଳୁଛି ୫ଟି ଟମାଟୋ, ଜାଣନ୍ତୁ ଦୁନିଆର ଏହି ୬ଟି 'ଭିକାରୀ' ଦେଶର କାହାଣୀ

ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମେଇ (Basavaraj Bommai) ନିଜ କ୍ୟାବିନେଟ ସହଯୋଗୀଙ୍କ ସହ ବରିଷ୍ଠ ନେତା ୟେଦିୟୁରପ୍ପାଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ ସୌନ୍ଦର୍ୟାଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ଓ ଘଟଣାସ୍ଥଳରୁ ସୁଇସାଇଡାଲ ନୋଟ ମଧ୍ୟ ଖୋଜା ଚାଲିଛି।