Japan War Plans: ଜାପାନ ନେଲା ଏହି ବଡ଼ ନିଷ୍ପତ୍ତି; ସାରାବିଶ୍ୱ ଛାନିଆ!
topStories0hindi1345858

Japan War Plans: ଜାପାନ ନେଲା ଏହି ବଡ଼ ନିଷ୍ପତ୍ତି; ସାରାବିଶ୍ୱ ଛାନିଆ!

Japan Plans Giant Missile Defense Ships: ଜାପାନ ତିଆରି କରିବାକୁ ଯାଉଛି ପୃଥିବୀର ବୃହତମ ଓ ଶକ୍ତିଶାଳୀ ଜାହାଜ । ୨୦୦୦ ଟନର ଏହି ଶକ୍ତିଶାଳୀ ଯୁଦ୍ଧ ଜାହାଜ ଏତେ ଶକ୍ତିଶାଳୀ ହେବ ଯେ ଯାହାକୁ ପଡୋଶୀ ଶତ୍ରୁ ରାଷ୍ଟ୍ର ଶୁଣି ଛାନିଆ ହୋଇପଡିବ ।

Japan War Plans: ଜାପାନ ନେଲା ଏହି ବଡ଼ ନିଷ୍ପତ୍ତି; ସାରାବିଶ୍ୱ ଛାନିଆ!

Japan Plans Giant Missile Defense Ships: ଜାପାନ ତିଆରି କରିବାକୁ ଯାଉଛି ପୃଥିବୀର ବୃହତମ ଓ ଶକ୍ତିଶାଳୀ ଜାହାଜ । ୨୦୦୦ ଟନର ଏହି ଶକ୍ତିଶାଳୀ ଯୁଦ୍ଧ ଜାହାଜ ଏତେ ଶକ୍ତିଶାଳୀ ହେବ ଯେ ଯାହାକୁ ପଡୋଶୀ ଶତ୍ରୁ ରାଷ୍ଟ୍ର ଶୁଣି ଛାନିଆ ହୋଇପଡିବ । ଆଡଭାନ୍ସ ଟେକନୋଲଜି ସହ ହାଇ ଫ୍ରିକ୍ୟୁନେସି ଡ୍ରୋନ୍ ଆଟାକ ସିଷ୍ଟମ, ଲଙ୍ଗ ରେଞ୍ଜ ସୁପରସୁନିକ ମିସାଇଲ ଓ ଏସ-୪୦୦ ମିସାଇଲ ଡେ଼ଫେନ୍ସ ସିଷ୍ଟମ ଠାରୁ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଆଗାମୀ ୫ ବର୍ଷ ଭିତରେ ନିର୍ମାଣ କରିବାକୁ ଏହି ଦେଶ ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିପାଇଁ ପ୍ରତିରକ୍ଷା ବିଭାଗ ଜାପାନ ସରକାରଙ୍କ ପାଖରେ ୩୯.୭ ବିଲିୟନ ଡ଼ଲାରର ବଜେଟ ଉପସ୍ଥାପନା କରିଛି । ଯଦି ଆମେ ଏହି ଡିଫେନ୍ସ ବଜେଟକୁ ଆକଳନ କରିବା ତେବେ ଏହା ପାକିସ୍ତାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଭଳି ଦଶଟି ଦେଶର ମୋଟ ଅର୍ଥନୀତି ମୂଲ୍ୟ ମଧ୍ୟ କମ ପଡ଼ିଯିବ । ଜାପାନ ଏହି ଘୋଷଣାଏ ଖବର ପ୍ରସାରିତ ପରେ ବର୍ତ୍ତମାନ ଦକ୍ଷିଣ ଏସିଆରେ ଏକ ପ୍ରକାର ଚହଳ ସୃଷ୍ଟି କରିଦେଇଛି ।

ତେବେ ପ୍ରଶ୍ନ ଉଠୁଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଯୁଦ୍ଧାସ୍ତ୍ର ନିର୍ମାଣ ନ କରିବା ପାଇଁ ନିଷ୍ପତି ନେଇଥିବା ଜାପାନ ହଠାତ ଏତେବଡ଼ ନିଷ୍ପତ୍ତି ନେଲା କାହିଁକି । ଏଠାରେ ମନେ ପକାଇଦେବାକୁ ଚାହୁଁ ଯେ ଅଗଷ୍ଟ 4 ତାରିଖରେ ଚାଇନାର ମିସାଇଲ ଯେପରି ଭାବରେ ଜାପାନ ମହାସାଗରରେ ପଡ଼ିଥିଲା, ଏହାପରେ ଜାପାନ ଦେଶବାସୀଙ୍କ ଭିତରେ ଏକ ଜବରଦସ୍ତ ଖୋଭ ଦେଖିବାକୁ ମିଳିଥିଲା । ବିଶ୍ୱଯୁଦ୍ଧ ପୂର୍ବରୁ ଯେଉଁ ଜାପାନ ସାରା ବିଶ୍ୱକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା ଓ ପରେ ହିରୋସୀମା ଓ ନାଗାସାକିରେ ଆମେରିକା ଦ୍ୱାରା ପକାଯାଇଥିବା ପରମାଣୁ ବୋମା ଜାପାନର ମେରୁଦଣ୍ଡକୁ ଭାଙ୍ଗିଦେଇଥିଲା । ଇତି ମଧ୍ୟରେ ଜାପାନ ସରକାର ଦେଶବାସୀଙ୍କର ପ୍ରବଳ ଆକ୍ରୋଶରେ ଶିକାର ହୋଇଥିଲେ । ଯେଉଁ ଜାପାନ ପୂରା ବିଶ୍ୱକୁ ଜିତି ଯାଇଥିବା ବେଳେ ଲୋଭରେ ଆମେରିକାକୁ ନିଜ ନିୟନ୍ତ୍ରଣ ନେବାକୁ ଯାଇ ହିରୋସୀମା ଓ ନାଗାସାକିକୁ ଧ୍ବଂସ ସ୍ତୁପରେ ପରିଣତ କରିଥିଲା । 

ଏହାପରେ ଭବିଷ୍ୟତରେ କୌଣସି ଯୁଦ୍ଧ ନ କରିବା ଓ ଯୁଦ୍ଧାସ୍ତ୍ର ନିର୍ମାଣ ନ କରିବା ପାଇଁ ଜାପାନ ଓ ଆମେରିକା ମଧ୍ୟରେ ଏକ ଚୁକ୍ତି ସ୍ଵାକ୍ଷର ହୋଇଥିଲା । ଚୁକ୍ତି ଅନୁଯାୟୀ ଜାପାନ ସୁରକ୍ଷା ପାଇଁ ସଦାସର୍ବଦା ଆମେରିକା ନଜର ରଖିବ ବୋଲି କୁହା ଯାଇଥିଲା । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆମେରିକାର ସୁରକ୍ଷା ସ୍ୱୀକୃତି ପରେ ମଧ୍ୟ ଜାପାନ ନିଜର ସୁରକ୍ଷା ପାଇଁ ପୂର୍ବସ୍ଥିତିକୁ ଫେରିବା ପାଇଁ କାହିଁକି ଚିନ୍ତା କରୁଛି । ଅଗଷ୍ଟ ଚାରିରେ ଜାପାନ ମହାସାଗରରେ ଚାଇନାର ମିସାଇଲ ପଡିବା ପରେ ସାଉଥ ଏସିଆରେ ସ୍ଥିତି ଏକ ପ୍ରକାର ଭୟଙ୍କର ହୋଇଯାଇଥିଲା । ଜାପାନ ଓ ଆମେରିକାର ଚୁକ୍ତି ସ୍ଵାକ୍ଷର ଅନୁସାରେ ଆମେରିକାର ପଦକ୍ଷେପ ଏତେଟା ଆଖି ଦୃଶିଆ ନ ଥିଲା । ଫଳସ୍ୱରୂପ ଏହାକୁ ଏହି ସ୍ଥିତିକୁ ପ୍ରତିହତ କରିବା ପାଇଁ ଓ ନିଜର ସୁରକ୍ଷା ବଳୟକୁ ମଜବୁତ କରି ନିଜ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଜାପାନ ପ୍ରୟାସ କରୁଥିବା ଜଣାପଡୁଛି ।

ଜାପାନର ଚତୃପାର୍ଶ୍ୱରେ ରହିଥିବା ଶତ୍ରୁ ରାଷ୍ଟ୍ରମାନେ ହେଲେ ଚାଇନା, ଦକ୍ଷିଣ କୋରିଆ ଓ ଋଷିଆ । ଜାପାନ ପାଇଁ ସବୁଠୁ ଚିନ୍ତାର ବିଷୟ ପାଲଟିଥିବା 'ପାଗଳା' ରାଷ୍ଟ୍ର ଉତ୍ତର କୋରିଆ ଦିନକୁ ଦିନ ମିସାଇଲ ଓ ପରମାଣୁ ପରୀକ୍ଷଣ ବଢାଇବାରେ ଲାଗିଛି । ତେବେ ୧୯୬୭ ମସିହା NPT (Nuclear Non-Proliferation Treaty) ଅନୁସାରେ ଜପାନ ଆଜି ପର୍ଯ୍ୟନ୍ତ କୌଣସି ପରମାଣୁ ପରୀକ୍ଷଣ କରିପାରି ନାହିଁ । ଅନ୍ୟପଟେ ପାଖରେ 'ପାଗଳା' ପଡୋଶୀ ରାଷ୍ଟ୍ର ମାନଙ୍କର ଉପଦ୍ରବକୁ ଦେଖି ଜାପାନ ନିଜର ନ୍ୟୁକ୍ଲିଅର ପ୍ରୋଗ୍ରାମକୁ ଆଗେଇ ନେବାପାଇଁ ବିଚାର କରୁଥିବା ଜଣାପଡିଛି । ଜାପାନ ଭଳି ବିକଶିତ ଜ୍ଞନକୌଶଳଧାରୀ ରାଷ୍ଟ୍ର ଯଦି ଏଭଳି ପଦକ୍ଷେପ ନେଉଛି, ତେବେ ଭବିଷ୍ୟତରେ କୌଣସି ରାଷ୍ଟ୍ରର ଜ୍ଞାନକୌଶଳ ଜାପାନ ସହିତ ଟକ୍କର ଦେଲାଭଳି ସାମ୍ନାକୁ ଆସିବେ ନାହିଁ । ବିଶେଷଜ୍ଞଙ୍କ ମତାନୁସାରେ ଯାପନ ଯଦି ଏହି ନୀତିରେ ଆଗକୁ ଚାଲିବ ତେବେ ତାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିଣାମ ସାମ୍ନା କରିବାକୁ ଅଧିକ ସମୟ ଲାଗିବ ନାହିଁ ।

ଏହା ବି ପଢ଼ନ୍ତୁ: ED Raid in Kolkata: ଦିଦିଙ୍କ ଗଡରେ ଇଡି ଆକ୍ସନ, ଜବତ ହେଲା ଟଙ୍କାର ପାହାଡ଼!

Trending news