Jammu kashmir Accident: ଜମ୍ମୁ କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ
Advertisement

Jammu kashmir Accident: ଜମ୍ମୁ କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

Jammu kashmir Accident: ଗୋଟିଏ ଗାଡି଼ ଭାରସାମ୍ୟ ହରାଇ ଗଭୀର ଘାଟକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀଙ୍କ ସୂଚନା ମୁତାବିକ, ଏହି ଦୁର୍ଘଟଣା କିଶତୱାଡ଼ ଜିଲ୍ଲା ଡ଼ଙ୍ଗଦୁର ଅଞ୍ଚଳରେ ଘଟିଛି । ସକାଳ ପ୍ରାୟ ୮ଟା ୩୫ ମିନିଟ୍ ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ସୌ(ସୋସିଆଲ ମିଡିଆ)

Jammu kashmir Accident: ବୁଧବାର ଦିନ ଜମ୍ମୁ କାଶ୍ମୀର କିଶତୱାଡ଼ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Jammu kashmir Accident) । ଗୋଟିଏ ଗାଡି଼ ଭାରସାମ୍ୟ ହରାଇ ଗଭୀର ଘାଟକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀଙ୍କ ସୂଚନା ମୁତାବିକ, ଏହି ଦୁର୍ଘଟଣା କିଶତୱାଡ଼ ଜିଲ୍ଲା ଡ଼ଙ୍ଗଦୁର ଅଞ୍ଚଳରେ ଘଟିଛି । ସକାଳ ପ୍ରାୟ ୮ଟା ୩୫ ମିନିଟ୍ ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଏହି ଦୁର୍ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ (Jitendra singh) ଟୁଇଟ୍ କରି କହିଛନ୍ତି ଯେ, ଦୁର୍ଘଟଣା ସ୍ଥଳକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ସେ ଆଉ ମଧ୍ଯ କହିଛନ୍ତି ଯେ, 'ଡଙ୍ଗଦୁରରେ ଘଟିଥିବା ଏହି ସଡ଼କ ଦୁର୍ଘଟଣା ବିଷୟରେ ସେ କିଶତୱାଡ଼ ଡିସି ଡକ୍ଟର ଦେବଶ ଯାଦବଙ୍କ ସହ କଥା ହୋଇଛନ୍ତି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଡୋଡାକୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକତା ଅନୁଯାୟୀ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ

ସେପଟେ, ଆଜି ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ଼ ଜଗନ୍ନାଥ ମେହେର । ଏହି ଦୁର୍ଘଟଣାରେ ଜଣେ ଏଏସଆଇ (ASI)  ଓ ହୋମଗାର୍ଡ଼ (Home guard) ମଧ୍ଯ ଗୁରୁତର ହୋଇଛନ୍ତି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ଏକ ରେସକ୍ୟୁ ଅପରେସନ (rescue operations) ସାରି ଏକ ବ୍ୟକ୍ତିଗତ ବୋଲେରୋ ଗାଡ଼ିରେ ଥାନା ଅଭିମୁଖେ ଯାଉଥିଲେ ଯାଉଥିଲେ । ଏହି ସମୟରେ ଜନାପଙ୍କ ଫାଣ୍ତି କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହ ବୋଲେରୋଟି ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ ବୋଲେରୋ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ହିଁ କାର୍ଯ୍ୟରତ ହୋମଗାର୍ଡ଼ ଓ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ଜଣେ ଏଏସଆଇ (ASI) ଅଧିକାରୀ ଓ ହୋମଗାର୍ଡ଼କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ତିନୋଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ (Road Accident) ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବୁଲଢାନାରେ ଏକ ରାଜ୍ୟ ପରିବହନ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୭ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି ଜଣାପଡିଛି। ସେହିପରି ସକାଳେ ନାଗପୁର-ପୁଣେ ରାଜପଥରେ ଏକ ଦୁର୍ଘଟଣା ଘଟିଥିଲା । ଏକ ବସ୍ ପୁଣେରୁ ବୁଲଡାନାର ମହେକର ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ମେହେକରରୁ ସିନ୍ଧଖେଡରାଜ ଆଡକୁ ଯାଉଥିଲା। ଏହି ସମୟରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ବସଟି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ବସ୍‌ର ସମ୍ମୁଖ କାଚ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଉଭୟ ଗାଡିର ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି ।

Also Read-Bhubaneswar News: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ତ , ୟୁନିଟ୍ ୧ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସେହିଦିନ ଅମରାବତୀ ଜିଲ୍ଲାରେ ଏକ ଟ୍ରକ୍ ଓ ଟାଟା ଏସ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିଲେ। ଦରିଆପୁରରୁ ଅଞ୍ଜଙ୍ଗା ରାସ୍ତାରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ସମସ୍ତ ମୃତକ ତଟାନଗର ବାବଡିର ବାସିନ୍ଦା ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ଯରେ ୨ ଶିଶୁ, ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି । ସେହିପରି ମୁମ୍ବାଇ ପୁଣେ ରାଜପଥରେ ଗୋଟିଏ କଣ୍ଟେନର ସହିତ ୫ଟି ଗାଡ଼ି କ୍ରମାଗତ ଭାବେ ଧକ୍କା ହୋଇଥିଲା । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୨ ଜଣ ଗୁରୁତର ଓ ୩ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।