ଗୋଟିଏ ରୁଟି ପାଇଁ ଗାଦିଚ୍ୟୁତ ହୋଇପାରେ ଏହି ଦେଶର ସରକାର
Advertisement

ଗୋଟିଏ ରୁଟି ପାଇଁ ଗାଦିଚ୍ୟୁତ ହୋଇପାରେ ଏହି ଦେଶର ସରକାର

ବର୍ତ୍ତମାନ ଇସ୍ରାଏଲରେ କ୍ଷମତାସୀନ ଶାସକ ମେଣ୍ଟରେ ୮ ରାଜନୈତିକ ଦଳ ସାମିଲ ଅଛନ୍ତି। 

ଗୋଟିଏ ରୁଟି ପାଇଁ ଗାଦିଚ୍ୟୁତ ହୋଇପାରେ ଏହି ଦେଶର ସରକାର

ତେଲ ଆଭିଭ: କେବଳ ଗୋଟିଏ ରୁଟି କାରଣରୁ ସଂଖ୍ୟାଲଘୁ ହୋଇପଡ଼ିଛି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ସରକାର। ଶାସକ ମେଣ୍ଟର ସଦସ୍ୟ ଇଡିଟ୍ ସିଲମ୍ୟାନ୍ ଇସ୍ତଫାଙ୍କ ଇସ୍ତଫା କାରଣରୁ ଏପରି ସ୍ଥିତି ଉପୁଜିଛି। ଡାକ୍ତରଖାନାରେ ପ୍ରଦାନ କରାଯାଉଥିବା ଖାଦ୍ୟ ସମ୍ବନ୍ଧୀୟ ନିୟମକୁ ନେଇ ବିବାଦ ପରେ ସାଂସଦ ଇଦିତ ସିଲମାନ ଶାସକ ମେଣ୍ଟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ସମର୍ଥନ ପ୍ରତ୍ୟାହାର ହେତୁ କାର୍ଯ୍ୟଭାର ଗ୍ରହଣ କରିବାର ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ଗାଦି ଏବେ ସଙ୍କଟ ଦେଇ ଗତି କରୁଛି।

ଏନେଇ କୁହାଯାଉଛି ଖୁବ ଶୀଘ୍ର ଇସ୍ରାଏଲ ଠାରେ ସାଧାରଣ ନିର୍ବାଚନ ହୋଇପାରେ। ଯଦିଓ ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ସରକାର କ୍ଷମତାରେ ଅଛନ୍ତି ହେଲେ ମୋଟ ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ଶକ୍ତି ଦୃଷ୍ଟିରୁ ତାଙ୍କ ଦଳର ସ୍ଥିତି ଦୁର୍ବଳ ହୋଇଛି। ଧାର୍ମିକ ଜାତୀୟତାବାଦୀ ୟାମିନା ପାର୍ଟି ସଦସ୍ୟ ଇଡିଟ୍ ସିଲମ୍ୟାନ୍ ସରକାରୀ ଡାକ୍ତରଖାନାକୁ ରୁଟି ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଆଣିବାକୁ ଅନୁମତିକୁ ବିରୋଧ କରିଛନ୍ତି। ଇସ୍ରାଏଲ ଧାର୍ମିକ ପରମ୍ପରା ଅନୁଯାୟୀ ଏହି ଖାଦ୍ୟ ପଦାର୍ଥ ନିଷେଧ। କେତେକ ଭକ୍ତ ଇହୁଦୀଙ୍କ ପାଇଁ ଡାକ୍ତରଖାନାରେ ଏପରି ଖାଦ୍ୟ ସାମଗ୍ରୀର ଉପସ୍ଥିତି ଧାର୍ମିକ ପରମ୍ପରା ଅନୁଯାୟୀ ନୁହେଁ। ଏହି କାରଣରୁ ସେ ବର୍ତ୍ତମାନ ଇସ୍ତଫା ଦେଇଛନ୍ତି।

ବର୍ତ୍ତମାନ ଇସ୍ରାଏଲରେ କ୍ଷମତାସୀନ ଶାସକ ମେଣ୍ଟରେ ୮ ରାଜନୈତିକ ଦଳ ସାମିଲ ଅଛନ୍ତି। ଏହି ମେଣ୍ଟରେ ଇସଲାମବାଦୀ ଠାରୁ ଆରମ୍ଭ କରି ରକ୍ଷଣଶୀଳ ଜାତୀୟତାବାଦୀ ତଥା ଉଦାରବାଦୀ ଆଦର୍ଶରେ ସାମିଲ ଥିବା ରାଜନୈତିକ ଦଳ ସାମିଲ ଅଛନ୍ତ। ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ବିରୋଧ କରିବାକୁ ଯାଇ ଏହି ସମସ୍ତ ଦଳ ଏକାଠି ହୋଇଥିଲେ। ଇସ୍ରାଏଲ ସଂସଦ ନେସେଟ ଠାରେ ବର୍ତ୍ତମାନ ନଫତାଲି ବେନେଟଙ୍କ ସରକାରଙ୍କ ପାଖରେ ଏବେ ୬୦ ଜଣ ସାଂସଦଙ୍କ ସମର୍ଥନ ରହିଛି। ବର୍ତ୍ତମାନ ଦେଶର ସଂସଦରେ କୌଣସି ଅଧିବେଶନରେ ନାହିଁ ଏବଂ ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ ବିରୋଧୀଙ୍କ ପାଖରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବା ପାଇଁ ଯଥେଷ୍ଟ ସମର୍ଥନ ଅଛି ନା ନାହିଁ। ଯଦି ସରକାର ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୁଅନ୍ତି ତାହଲେ ୩ ବର୍ଷ ମଧ୍ୟରେ ପଞ୍ଚମ ଥର ପାଇଁ ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Also Read: ଭାରତ ଗସ୍ତକୁ ନେଇ ମୁହାଁମୁହିଁ ଏହି ଦେଶର ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀ

ସାଂସଦ ପଦରୁ ଇସ୍ତଫା ଦେବା ପରେ ଇଦିତ ସିଲମାନ କହିଛନ୍ତି ସେ ଦେଶ କିମ୍ବା ଦେଶବାସୀଙ୍କ ଇହୁଦୀ ଚରିତ୍ରକୁ ନଷ୍ଟ କରିବା ଭଳି କୌଣସି କାମରେ ସରକାରଙ୍କୁ ସହଯୋଗ କରିପାରିବେ ନାହିଁ। ଦେଶରେ ଏକ ଦକ୍ଷିଣପନ୍ଥୀ ସରକାର ଗଠନ ପାଇଁ ସେ କାର୍ଯ୍ୟ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସିଲମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଜାତୀୟତାବାଦୀ ଶିବିରକୁ ଫେରିବା ପରେ ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ୟପଟେ ଭାରତ ଗସ୍ତକୁ ନେଇ ବେନେଟ ସରକାରରେ ମତଭେଦ ରହିଥିଲା।