ବାବ୍ରି ଘଟଣାରେ ବଦଲା ନେବାକୁ ଧମକ ଦେଲା ଆଇଏସ ଆତଙ୍କୀ ସଙ୍ଗଠନ
Advertisement

ବାବ୍ରି ଘଟଣାରେ ବଦଲା ନେବାକୁ ଧମକ ଦେଲା ଆଇଏସ ଆତଙ୍କୀ ସଙ୍ଗଠନ

ବର୍ତ୍ତମାନ ଆଇଏସ୍ ଭଳି ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଏ ଘଟଣାରେ ବଦଲା ନେବାକୁ ଖୋଲାଖୋଲି ଧମକ ଦେଇଛି। 

ବାବ୍ରି ଘଟଣାରେ ବଦଲା ନେବାକୁ ଧମକ ଦେଲା ଆଇଏସ ଆତଙ୍କୀ ସଙ୍ଗଠନ

ନୂଆଦିଲ୍ଲୀ: ଧର୍ମନଗରୀ ଅଯୋଧ୍ୟା (Ayodhya) ସ୍ଥିତ ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ (Ram Janmabhoomi-Babri Masjid) ମାମଲାରେ ରାୟ ଶୁଣାଇ ସାରିଛି ସୁପ୍ରିମକୋର୍ଟ। ଏ ଘଟଣାରେ ରାୟ ଶୁଣାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ।

ଏହି ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ଏହାକୁ ବିଭିନ୍ନ ଧାର୍ମିକ ସଙ୍ଗଠନ ସମେତ ରାଜନୈତିକ ଦଳ, ବ୍ୟକ୍ତିବିଶେଷ ବିରୋଧ କରିଛନ୍ତି। ଏପରିକି ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ନେଇ ସହଜେ ହଜମ କରି ପାରିନାହିଁ। ଏବେ ବାବ୍ରି ମସଜିଦ ଭଙ୍ଗା (Babri Masjid Demolition) ଘଟଣାରେ ବଦଲା ନେବାକୁ ଧମକ ଦେଇଛି ଆତଙ୍କୀ ସଙ୍ଗଠନ ଇସଲାମିକ ଷ୍ଟେଟ (Terror Group Islamic State)। 

ଏନେଇ ସଙ୍ଗଠନ ପକ୍ଷରୁ ପ୍ରକାଶିତ ମାଗାଜିନ (IS Magazine) ରେ ବାବ୍ରି ମସଜିଦ ଭଙ୍ଗା ମାମଲାରେ ପ୍ରତିଶୋଧ ନେବାକୁ ଘୋଷଣା କରିଛି। ଏହି ଘଟଣାରେ ଆଇଏଶ ପକ୍ଷରୁ 'ଦି ଭଏସ ଅଫ ହିନ୍ଦ' (The Voice of Hind) ନାମକ ଆଲେଖ୍ୟ ପ୍ରକାଶ ପାଇଛି। ଏହି ମାଗାଜିନରେ ବାବ୍ରି ମସଜିଦ ଫଟୋ ସ୍ଥାନ ପାଇଛି। 

 

fallback
 
ଏହାକୁ ରାଷ୍ଟ୍ରୀୟ ସୁରକ୍ଷା ଲାଗି ସବୁଠାରୁ ବିପଦ ବୋଲି ବିବେଚନା କରାଯାଉଛି। ବାବ୍ରି ମାମଲା ସହିତ ଏ ଘଟଣାରେ ମୁକ୍ତ ହୋଇଥିବା ଲୋକଙ୍କ ଉପରେ ନଜର ରଖିଛି ଆଇଏସ। ଏହା ସହିତ ସଙ୍ଗଠନ ପକ୍ଷରୁ କୁହାଯାଇଛି ନିଜ ହାତରେ ହତିଆର ନିଅ ଏବଂ ଧର୍ମଯୁଦ୍ଧ (Jihad) ଲାଗି ପ୍ରସ୍ତୁତ ହୋଇଯାଅ। 

ଏହି ମାଗାଜିନକୁ ଆଇଏସ ସଙ୍ଗଠନ ସହ ଜଡିତ ଆତଙ୍କବାଦୀଙ୍କ ନିକଟକୁ ଡାର୍କ ୱେବ (Dark Web), ଇଣ୍ଟେଲିଜେନ୍ସି ଟେଲିଗ୍ରାମ (Inteligence Telegram) ମାଧ୍ୟମରେ ପଠାଇ ଦିଆଯାଇଛି।  ଏନେଇ ପ୍ରକାଶିତ ଆଲେଖ୍ୟର ଶୀର୍ଷକ ରହିଛି  'ଦି ଭଏସ ଅଫ ହିନ୍ଦ'। ମାଗାଜିନରେ ବାବ୍ରି ମସଜିଦ ଢାଞ୍ଚାର ଫଟୋ ଲଗାଯାଇଛି। ଭାରତର ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ପ୍ରତାରଣା କରିବା ବିଷୟରେ ମଧ୍ୟ ଏହି ମାଗାଜିନରେ କୁହାଯାଇଛି। ମିଥ୍ୟା ପ୍ରଚାର ଏବଂ ସିଏଏ (CAA) ବାବଦର ଅନେକ କଥା ଲେଖାଯାଇଛି। ଏପରିକି କୋର୍ଟଙ୍କ ରାୟକୁ ମଧ୍ୟ ନମାନିବାକୁ କୁହାଯାଇଛି। 

fallback

ଏ ମାଗାଜିନ ବାବଦରେ ଜଣାପଡିବା ସୁରକ୍ଷା ଏଜେନ୍ସି (Security Agency) ଏହା ଉପରେ ନଜର ରଖିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଅନେକ ମୌଳବାଦୀ ସହଜେ ହଜମ କରି ପାରୁନାହାଁନ୍ତି। ବର୍ତ୍ତମାନ ଆଇଏସ୍ ଭଳି ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଏ ଘଟଣାରେ ବଦଲା ନେବାକୁ ଖୋଲାଖୋଲି ଧମକ ଦେଇଛି।