ଘରେ ରହି ରେଲୱେ ସହିତ ଆରମ୍ଭ କରନ୍ତୁ ଏହି ବିଜନେସ୍, ମାସିକ ରୋଜଗାର ହେବ ୮୦,୦୦୦ ଟଙ୍କା!
Advertisement

ଘରେ ରହି ରେଲୱେ ସହିତ ଆରମ୍ଭ କରନ୍ତୁ ଏହି ବିଜନେସ୍, ମାସିକ ରୋଜଗାର ହେବ ୮୦,୦୦୦ ଟଙ୍କା!

ଆପଣ ଯଦି ନିଜର ରୋଜଗାର ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି, ତେବେ ଆମେ ଆପଣଙ୍କୁ ଏକ ଭଲ ଉପାୟ ଦେଉଛୁ । ଯାହାକୁ ଅନୁସରଣ କରି ଆପଣ ନିଜର ରୋଜଗାର ବୃଦ୍ଧି କରିପାରିବେ । ଜାଣନ୍ତୁ ପ୍ରୋସେସ୍...

ଘରେ ରହି ରେଲୱେ ସହିତ ଆରମ୍ଭ କରନ୍ତୁ ଏହି ବିଜନେସ୍, ମାସିକ ରୋଜଗାର ହେବ ୮୦,୦୦୦ ଟଙ୍କା!

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ହେଉଛି ରେଳବାଇର ଏକ ସେବା । ଏହା ଟ୍ରେନ୍ ଟିକେଟ୍ ବୁକିଂ ଠାରୁ ଆରମ୍ଭ କରି ଅନେକ ସୁବିଧା ଯୋଗାଇଥାଏ । IRCTC ସାହାଯ୍ୟରେ ଆପଣ ପ୍ରତି ମାସରେ ହଜାର ହଜାର ଟଙ୍କା ମଧ୍ୟ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । କେବଳ ଆପଣଙ୍କୁ ଏକ ଟିକେଟ୍ ଏଜେଣ୍ଟ (Ticket Agent) ହେବାକୁ ପଡିବ । ଯେପରି ରେଲୱେ କାଉଣ୍ଟରରେ (Railway ticket counter) କ୍ଲର୍କ ଟିକେଟ୍ କାଟନ୍ତି, ସେହିଭଳି ଆପଣଙ୍କୁ ମଧ୍ୟ ରେଲୱେ ଯାତ୍ରୀମାନଙ୍କ ପାଇଁ ଟିକେଟ୍ କାଟିବାକୁ ପଡିବ ।

ଜାଣନ୍ତୁ କିପରି କରିବେ ଆବେଦନ?
ସର୍ବପ୍ରଥମେ, ଅନଲାଇନରେ ଆପଣଙ୍କର ଟିକେଟ୍ କାଟିବା ପାଇଁ IRCTC ୱେବସାଇଟ୍ ଭିଜିଟ କରି ଆପଣଙ୍କୁ ଏଜେଣ୍ଟ ହେବାକୁ ଆବେଦନ କରିବାକୁ ପଡିବ । ଏହା ପରେ ଆପଣ ଏକ ପ୍ରାଧିକୃତ ଟିକେଟ୍ ବୁକିଂ ଏଜେଣ୍ଟ (Ticket booking agent) ହେବେ । ତା’ପରେ ଆପଣ ରେଲୱେ ଯାତ୍ରୀମାନଙ୍କର ଟିକେଟ୍ ବୁକ୍ କରିପାରିବେ । ଟିକେଟ୍ ବୁକିଂ ଉପରେ ଏଜେଣ୍ଟମାନେ IRCTC ରୁ ଏକ ମୋଟା ଅଙ୍କର କମିଶନ ପାଇଥାନ୍ତି ।

ବୁକିଂ ଏଜେଣ୍ଟ କେତେ ମିଳିଥାଏ କମିଶନ?
ଯେକୌଣସି ଯାତ୍ରୀଙ୍କ ପାଇଁ, ଏକ ଏସି କୋଚ୍ ଟିକେଟ୍ ବୁକ୍ କରିବା ପାଇଁ ଟିକେଟ୍ ପିଛା ୨୦ ଟଙ୍କା ଏବଂ ଏସି କ୍ଲାସ୍ ଟିକେଟ୍ ବୁକ୍ କରିବା ପାଇଁ ଟିକେଟ୍ ପିଛା ୪୦ ଟଙ୍କା ଉପଲବ୍ଧ । ଏହା ବ୍ୟତୀତ ଟିକେଟ୍ ମୂଲ୍ୟର ଏକ ପ୍ରତିଶତ ମଧ୍ୟ ଏଜେଣ୍ଟକୁ ଦିଆଯାଏ । IRCTC ର ଏଜେଣ୍ଟ ହେବାର ଆଉ ଏକ ବଡ଼ ସୁବିଧା ହେଉଛି ଯେ ଏଥିରେ ଟିକେଟ୍ ବୁକ୍ କରିବାର କୌଣସି ସୀମା ନାହିଁ । ଆପଣ ଗୋଟିଏ ମାସରେ ଯେତେ ଚାହିଁବେ ଟିକେଟ୍ ବୁକ୍ କରିପାରିବେ ।

ଏହା ବ୍ୟତୀତ ୧୫ ମିନିଟରେ ତତ୍କାଳ ଟିକେଟ ବୁକ୍ କରିବାର ଏକ ବିକଳ୍ପ ମଧ୍ୟ ଅଛି । ଜଣେ ଏଜେଣ୍ଟ ଭାବରେ, ଆପଣ ଟ୍ରେନ୍ ବ୍ୟତୀତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଟିକେଟ ମଧ୍ୟ ବୁକ୍ କରିପାରିବେ ।

୮୦,୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ରୋଜଗାର 
ଏଜେଣ୍ଟ ପାଇଁ ଗୋଟିଏ ମାସରେ ଟିକେଟ୍ ବୁକ୍ କରିପାରିବେ କୌଣସି ସୀମା ନାହିଁ । ତେଣୁ ଗୋଟିଏ ମାସରେ ଅସୀମିତ ସଂଖ୍ୟକ ଟିକେଟ୍ ବୁକ୍ କରିପାରିବେ । ପ୍ରତ୍ୟେକ ବୁକିଂ ଏବଂ କାରବାର ଉପରେ ଏଜେଣ୍ଟମାନେ ଏକ କମିଶନ ପାଆନ୍ତି । ଏହିପରି ଭାବେ ଜଣେ ଏଜେଣ୍ଟ ମାସକୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ନିୟମିତ ଆୟ କରିପାରିବେ । ଯଦି ଆପଣ କାର୍ଯ୍ୟ ଧିମା କରନ୍ତି ତେବେ ମଧ୍ୟ ହାରାହାରି ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରିପାରିବେ ।

ଦେବାକୁ ହେବ ଏତିକି ଦେୟ?
ଯଦି ଆପଣ ଏକ ବର୍ଷ ପାଇଁ ଏଜେଣ୍ଟ ହେବାକୁ ଚାହାଁନ୍ତି, ତେବେ IRCTC କୁ ୩,୯୯୯ ଟଙ୍କା ଦେୟ ଦେବାକୁ ପଡିବ, ଦୁଇ ବର୍ଷ ପାଇଁ ଏହି ଚାର୍ଜ ୬,୯୯୯ ଟଙ୍କା । ଏଥି ସହିତ, ଜଣେ ଏଜେଣ୍ଟ ଭାବରେ, ଗୋଟିଏ ମାସରେ ୧୦୦ ଟିକେଟ୍ ବୁକ୍ କରିବା ପାଇଁ ୧୦ ଟଙ୍କା ଶୁଳ୍କ ଆଦାୟ କରାଯାଉଥିବାବେଳେ ଗୋଟିଏ ମାସରେ ୧୦୧ ରୁ ୩୦୦ ଟିକେଟ୍ ବୁକ୍ କରିବା, ଟିକେଟ୍ ପିଛା ୮ ଟଙ୍କା ଏବଂ ୩୦୦ ରୁ ଅଧିକ ଟିକେଟ୍ ବୁକ୍ କରିବା ପାଇଁ ଟିକେଟ୍ ପିଛା ୫ ଟଙ୍କା ଦେୟ ଦେବାକୁ ପଡିବ । 

ଏହା ବି ପଢ଼ନ୍ତୁ: PF ଆକାଉଣ୍ଟଧାରୀମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କିପରି ଉଠାଇ ପାରିବେ ଆପଣ?

ଏହା ବି ପଢ଼ନ୍ତୁ: ଭାରତରେ ଓମିକ୍ରନ୍ ରୋଗୀଙ୍କ ଠାରୁ କିପରି ମିଳୁଛି ଲକ୍ଷଣ? ନିଜେ ସଂକ୍ରମିତ ଥିବା ଡାକ୍ତର ଦେଲେ ଏହି ଜବାବ