IPL: ଟାଇଟଲ ସ୍ପନସରସିପ ଦୌଡ଼ରେ patanjali
Advertisement

IPL: ଟାଇଟଲ ସ୍ପନସରସିପ ଦୌଡ଼ରେ patanjali

IPL: ଭାରତୀୟ କ୍ରିକେଟ ବୋର୍ଡ BCCI ଆଇପିଏଲ ପାଇଁ ଟାଇଟଲ ସ୍ପନସରସିପ ପାଇଁ ଆରମ୍ଭ କରିବାକୁ ଯାଉଛି ଇଣ୍ଟ୍ରେଷ୍ଟ ଅଫ ଏକ୍ସପ୍ରେସନ।

IPL: ଟାଇଟଲ ସ୍ପନସରସିପ ଦୌଡ଼ରେ patanjali

ନୂଆଦିଲ୍ଲୀ

IPL: ଭାରତୀୟ କ୍ରିକେଟ ବୋର୍ଡ BCCI ଆଇପିଏଲ ପାଇଁ ଟାଇଟଲ ସ୍ପନସରସିପ ପାଇଁ ଆରମ୍ଭ କରିବାକୁ ଯାଉଛି ଇଣ୍ଟ୍ରେଷ୍ଟ ଅଫ ଏକ୍ସପ୍ରେସନ। ଏଥିପାଇ ଶେଷ ତାରିଖ ଆସନ୍ତା ୧୮ ତାରିଖକୁ ଧାର୍ଯ୍ୟ କରିଛି। ଏହି ସମୟ ସୀମା ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ ର ଟାଇଟଲ ସ୍ପନସରସିପ ପାଇଁ ନିଲାମୀ ଡକାଯିବ। ବିସିସିଆଇ ଏଥିପାଇଁ ଟାଟା ମୋଟର୍ସ, BYJU'S ଭଳି କମ୍ପାନୀକୁ ପ୍ରସ୍ତାବ ଦେଇଛି। ଏହି ଟାଇଟଲ ସ୍ପନସରସିପର ସମୟ ଅବଧୀ ଗୋଟିଏ ବର୍ଷ ରହିବ। ତେବେ ଆସନ୍ତା ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ଚାଇନିଜ କମ୍ପାନୀ ଭିଭୋର ପୁନର୍ବାର ପ୍ରତ୍ୟାବର୍ତ୍ତନ ହୋଇପାରେ। 

ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ ସ୍ପନସରସିପ ପାଇଁ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ମଧ୍ୟ ଦୌଡ଼ରେ ରହିଥିବା ଜଣାପଡ଼ିଛି। ତେବେ ଚାଇନିଜ କମ୍ପାନୀ ଭିଭୋରୁ ବାର୍ଷିକ ୪୪୦ କୋଟି ଟଙ୍କା ବିସିସିଆଇ ଆୟ କରୁଥିଲା। ତେବେ ଚଳିତ ବର୍ଷ ପତଞ୍ଜଳି ସହିତ ବହୁ ବଡ଼ ବଡ଼ କମ୍ପାନୀ ଗୁଡ଼ିକ ୨୦ ରୁ ୩୦ ପ୍ରତିଶତ କମ ବିଡ଼ିଂ ହେଉଥିବା ଦେଖିବାକୁ ମିଳିଛି। 

ତେବେ ବର୍ତ୍ତମାନ ସ୍ଥିତିରେ ବିସିସଆଇ କେଉଁ ନିଷ୍ପତ୍ତି ନେବ ତାହା ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ ପତଞ୍ଜଳି ୨୦୧୮-୧୯ ଆର୍ଥିକ ବର୍ଷରେ ୮୩୨୯ କୋଟି ଟଙ୍କାର ଲାଭ କରିଥିଲା। ଏହାର ମୋଟିମୋଟି ବାର୍ଷିକ ଟର୍ଣ୍ଣଓବର ଆନୁମାନିକ ଠାରୁ ଯଥେଷ୍ଟ ଅଧିକ ରହିଥିଲା। ତେବେ ଚଳିତ ବର୍ଷ ଆଇପିଏଲରେ ପତଞ୍ଜଳି ସ୍ପନସରସିପ ହେବା ନେଇ ସମ୍ଭାବନା ଅଧିକ ମାତ୍ରାରେ ପ୍ରକାଶ ପାଇଛି।