ଚାଲିଲାନି ଚୀନର ଚାଲ; ଭାରତକୁ ଦେଲା ଏମିତି ଧମକ
Advertisement

ଚାଲିଲାନି ଚୀନର ଚାଲ; ଭାରତକୁ ଦେଲା ଏମିତି ଧମକ

ଗତ ରବିବାର ସକାଳ ୧୦ଟାରେ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ୧୩ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଦେଶର ବରିଷ୍ଠ ତଥା କମାଣ୍ଡର ସ୍ତରୀୟ ସେନାଧିକାରୀ ସାମିଲ ହୋଇଥିଲେ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦୁଇ ମାସର ବ୍ୟବଧାନ ପରେ ସୀମା ବିବାଦକୁ ନେଇ ରବିବାର ଭାରତ ଓ ଚୀନ ମଧ୍ୟରେ ମୋଲଡୋ ଠାରେ ୧୩ତମ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ସାଢେ ଆଠ ଘଣ୍ଟା ଧରି ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିନାହିଁ। ବୈଠକରେ ନିରବ ଥିବା ଚୀନ ଏବେ ଏହି ବିଫଳତା ପାଇ ଭାରତ ଉପରେ ଦୋଷ ଲଗିବାକୁ ଚେଷ୍ଟା କରୁଛି। କିନ୍ତୁ ଭାରତ ତାହାର କଡା ଜବାବ ଦେଇଛି। ଫଳରେ କୌଣସି ଉପାୟ ନପାଇ ଡ୍ରାଗନ ଯୁଦ୍ଧ ଧମକ ଦେଇଛି। 

ଗତ ରବିବାର ସକାଳ ୧୦ଟାରେ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ୧୩ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଦେଶର ବରିଷ୍ଠ ତଥା କମାଣ୍ଡର ସ୍ତରୀୟ ସେନାଧିକାରୀ ସାମିଲ ହୋଇଥିଲେ। ୧୨ତମ ଆଲୋଚନା ଫଳପ୍ରଦ ହୋଇଥିବା ବେଳେ ୧୩ତମ ବୈଠକ ବିଫଳ ହୋଇଛି। ଆଉ ଏଥିପାଇଁ ଚୀନ ସିଧାସଳଖ ଭାରତ ଉପରେ ଦୋଷ ଲଦିଛି। ସେପଟେ ଭାରତ ମଧ୍ୟ ଡ୍ରାଗନର ଅଭିଯୋଗର ପ୍ରତିଉତ୍ତର ଦେଇଛି। ତେବେ ଏହା ଶେଷ ଆଲୋଚନା ନୁହିଁ। ଆଗକୁ ମଧ୍ୟ ସୀମାରେ ସ୍ଥିତାବସ୍ଥା ଫେରାଇ ଆଣିବାକୁ ଆଲୋଚନା ଜାରି ରହିବ ବୋଲି ଭାରତ କହିଛି।

Also Read: Taliban ବିରୁଦ୍ଧରେ କିଛି ବଡ଼ କରିବାକୁ ଯୋଜନା, Boris Johnsonଙ୍କ ସହ କଥା ହେଲେ PM Modi

ଭାରତୀୟ ସେନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସୀମାରେ ଉତ୍ତେଜନା ହ୍ରାସ କରିବା ପ୍ରସଙ୍ଗରେ ଭାରତ ଗଠନମୂଳକ ପ୍ରସ୍ତାବ ଦେଇଥିଲା। ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ଓ ପାଙ୍ଗଙ୍ଗ ସୋ, ଗଲୱାନ ଓ ଗୋଗ୍ରା ଅଞ୍ଚଳରେ ଥିବା ବୋଫର ଜୋନରେ ଉତ୍ତେଜନା ହ୍ରାସ କରିବାକୁ ଭାରତ କହିଥିଲା। କିନ୍ତୁ ଚୀନ ତାହାକୁ ଅଗ୍ରାହ୍ୟ କରିଛି। ସେ ନିଜେ ମଧ୍ୟ କୌଣସି ପ୍ରସ୍ତାବ ଦେଇନାହିଁ। ଫଳରେ ଆଲୋଚନା ଆଗକୁ ବଢିଲା ନାହିଁ କି କୌଣସି ନିଷ୍କର୍ଷ ବାହାରିଲା ନାହିଁ। 

ସେପଟେ ଭାରତ ବୈଠକରେ ଅବାସ୍ତବ ଓ ଅଯୌକ୍ତିକ ପ୍ରସ୍ତାବ ରଖିଥିଲା ବୋଲି ଚୀନ କହିଛି। ଚୀନର କହିବା ହେଲା, ସୀମାନ୍ତକୁ ଉତ୍ତେଜନଶୂନ୍ୟ ରଖିବା ପାଇଁ ଚୀନ ଚେଷ୍ଟା ଚଳାଇଛି। ଭାରତର ପାଟ୍ରୋଲିଂ ରୋକିବାକୁ ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ବୋଫର ଜୋନ କରିବାକୁ ଚୀନ ଦାବି କରୁଛି। କିନ୍ତୁ ଭାରତ ଏଥିରେ ରାଜି ହୋଇନାହିଁ। ଫଳରେ ଚୀନର ଚାଲ ବିଫଳ ହୋଇଛି। ଏଥିରେ ଉତକ୍ଷୀପ୍ତ ହୋଇ ଚୀନ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ସିଧା ଯୁଦ୍ଧ ଧମକ ଦେଇଛି। ଚୀନ ସହ ଯୁଦ୍ଧ କଲେ ଭାରତ ପରାଜୟ ହେବ ବୋଲି ଗ୍ଲୋବାଲ ଟାଇମ୍ସ କହିଛି। 

Also Read: ତାଇୱାନ ଉପରେ ଡ୍ରାଗନର ଲଲୁପ ଦୃଷ୍ଟି, ଯୁଦ୍ଧ ପାଇଁ କରୁଛି ପ୍ରସ୍ତୁତି

ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତ ଆଉ ସେହି ୧୯୬୨ର ଭାରତ ନାହିଁ। ଏବେ ଭାରତ ଯେକୌଣସି ବାହ୍ୟ ଶକ୍ତିର ମୁକାବିଲା ପାଇଁ ପୂର୍ଣ୍ଣ ସକ୍ଷମ ଅଛି। କିନ୍ତୁ ଚୀନର ଦାଦାଗିରି ପାଇଁ ୩୪୮୮ କିଲୋମିଟର ସୀମା LACରୁ LOCକୁ ପରିବର୍ତ୍ତିତ ହୋଇପାରେ। ଯାହାର ସୁରକ୍ଷା ପାଇଁ ଭାରତକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅନେକ ସ୍ଥାନରେ ଯବାନଙ୍କୁ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡିପାରେ। ଏପରି କି ପାଟ୍ରୋଲିଂରେ ମଧ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଯାହା ଚୀନ ପାଇଁ ଏକ ପ୍ରକାରର ସୁଯୋଗ ସୃଷ୍ଟି କରିବ।