ଅରୁଣାଚଳରେ ସୀମା ଲଙ୍ଘିଲା ଚୀନ, ଭାରତ ଦେଲା ଏମିତି ଜବାବ
Advertisement

ଅରୁଣାଚଳରେ ସୀମା ଲଙ୍ଘିଲା ଚୀନ, ଭାରତ ଦେଲା ଏମିତି ଜବାବ

ଚୀନର PLA ସେନାର ଦୁଇଟି ୟୁନିଟ୍ ଏକକାଳୀନ ଅରୁଣାଚଳ ପ୍ରଦେଶର (Arunachal Pradesh) ୟାଙ୍ଗସେ ସେକ୍ଟରରେ ଅନୁପ୍ରବେଶ କରିଥିଲେ। ଉଭୟ ୟୁନିଟରେ ପ୍ରାୟ ୧୦୦ ଲେଖାଏଁ ସୈନିକ ଥିଲେ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପୂର୍ବ ଲଦାଖ LAC ଉପରେ ଚାଲିଥିବା ଉତ୍ତେଜନା ପରେ ଏବେ ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ହେବାର ଖବର ଆସିଛି। ଗତ ସପ୍ତାହରେ, ଅରୁଣାଚଳର ୟାଙ୍ଗସେ ସେକ୍ଟରରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ପାଟ୍ରୋଲିଂ କରୁଥିବା ବେଳେ ପ୍ରାୟ ୨୦୦ ଚୀନ୍ ସୈନିକ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ସେନା ମଧ୍ୟ କିଛି ଚୀନ୍ ସୈନିକଙ୍କୁ ବନ୍ଦୀ କରି ନେଇଥିଲେ। କିନ୍ତୁ ବିଶ୍ୱସ୍ତ ସୂତ୍ର ଅନୁସାରେ ଏହି ବିବାଦ କିଛି ଘଣ୍ଟା ଧରି ଚାଲିଥିଲା ​​ଏବଂ ଉଭୟ ଦେଶର ସାମରିକ କମାଣ୍ଡରଙ୍କ ଏକ ବୈଠକ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା।

ସୂଚନାନୁସାରେ, ଚୀନର PLA ସେନାର ଦୁଇଟି ୟୁନିଟ୍ ଏକକାଳୀନ ଅରୁଣାଚଳ ପ୍ରଦେଶର (Arunachal Pradesh) ୟାଙ୍ଗସେ ସେକ୍ଟରରେ ଅନୁପ୍ରବେଶ କରିଥିଲେ। ଉଭୟ ୟୁନିଟରେ ପ୍ରାୟ ୧୦୦ ଲେଖାଏଁ ସୈନିକ ଥିଲେ। ଏହି ସମୟରେ ଭାରତୀୟ ସେନା (Indian Army) ର ପାଟ୍ରୋଲିଂ ପାର୍ଟି ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା। ଫଳରେ ଅନେକ ସମୟ ଧରି ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଏହି ସମୟ ମଧ୍ୟରେ କୌଣସି ସଙ୍ଘର୍ଷ ହୋଇଛି କି ନାହିଁ ତାହା ଜଣା ପଡିନାହିଁ, କିନ୍ତୁ ଭାରତୀୟ ସେନା କିଛି ଚୀନ୍ ସୈନିକଙ୍କୁ ବନ୍ଦୀ କରି ନେଇଥିବା ସୂଚନା ମିଳିଛି।

Also Read: କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୭୧ ସଂକ୍ରମିତ

ଭାରତ ଓ ଚୀନର ସୈନିକ (Chinese Army) ଙ୍କ ମଧ୍ୟରେ ହୋଇଥିବା ବିବାଦ ବିଷୟରେ ସାମରିକ କମାଣ୍ଡୋମାନେ ଜାଣିବା ମାତ୍ରେ ଅରୁଣାଚଳ ପ୍ରଦେଶର ବୁମଲା ବର୍ଡର ପର୍ସନାଲ ମିଟିଂ ହଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ କିଛି ଘଣ୍ଟା ପରେ ଏହାର ସମାଧାନ ହୋଇଥିଲା। ତେବେ LAC ରେ 'ଡେମାର୍କେଟ୍'ର ଅଭାବ ହେତୁ ଉଭୟ ଦେଶର ସୈନ୍ୟବାହିନୀ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଉଛନ୍ତି। 

ଦୀର୍ଘ ଦିନ ପରେ ଅରୁଣାଚଳ ପ୍ରଦେଶରେ ସୈନ୍ୟଙ୍କ ଏଭଳି ମୁହାଁମୁହିଁ (Army face off) ଘଟଣା ଘଟିଛି। ଅଗଷ୍ଟ ମାସରେ, ପ୍ରାୟ ୧୦୦ ଚୀନ୍ ସୈନିକ ମଧ୍ୟ ଉତ୍ତରାଖଣ୍ଡର ବାରାହୋତୀ ଡିମିଲିଟ୍ରାଇଜଡ୍ ଜୋନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୂର୍ବ ଲଦାଖ ସଂଲଗ୍ନ LAC ଉପରେ ଗତ ଦେଢ ବର୍ଷ ଧରି ଉତ୍ତେଜନା ଜାରି ରହିଛି। ପୂର୍ବ ଲଦାଖ (Ladakh) ରେ ଉତ୍ତେଜନାକୁ ଦୂର କରିବା ପାଇଁ ଆସନ୍ତା ସପ୍ତାହରେ ଦୁଇ ଦେଶର ସାମରିକ କମାଣ୍ଡରଙ୍କ ମଧ୍ୟରେ ୧୩ତମ ରାଉଣ୍ଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।