ଚୀନକୁ ଚତୁର୍ଦ୍ଦିଗରେ ଘେରିବା ପାଇଁ ଭାରତ ଓ ଆମେରିକାର ମାଷ୍ଟର ପ୍ଲାନ୍
Advertisement

ଚୀନକୁ ଚତୁର୍ଦ୍ଦିଗରେ ଘେରିବା ପାଇଁ ଭାରତ ଓ ଆମେରିକାର ମାଷ୍ଟର ପ୍ଲାନ୍

କ୍ୱାଡ୍ (QUAD) ଶିକ୍ଷା, ସ୍ୱାସ୍ଥ୍ୟ, ନିରାପତ୍ତା, ଗୁଣାତ୍ମକ ଭିତ୍ତିଭୂମି ନିର୍ମାଣରେ ସହଭାଗୀତା, ଟିକା ଉତ୍ପାଦନ ଏବଂ ବିତରଣରେ ସହଯୋଗ, ସାଇବର ସୁରକ୍ଷା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ଅନ୍ୟ ଦେଶ ଯାଏ ବିସ୍ତାର କରିବ । 

ଚୀନକୁ ଚତୁର୍ଦ୍ଦିଗରେ ଘେରିବା ପାଇଁ ଭାରତ ଓ ଆମେରିକାର ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ: କ୍ୱାଡ (Quadrilateral Security Dialogue- QUAD) ର ସମ୍ପ୍ରସାରଣକୁ ନେଇ ଆଗାମୀ ଦିନରେ ଆମେରିକା (America) ଓ ଭାରତ (India) ମଧ୍ୟରେ ଆଲୋଚନା ହୋଇପାରେ । ସଦସ୍ୟତା ବ୍ୟତୀତ ଏହି ସମ୍ପ୍ରସାରଣ  ରଣନୀତିକ ପ୍ରସଙ୍ଗରେ ହୋଇପାରେ । ଉଦାହରଣ ସ୍ୱରୂପ, କ୍ୱାଡ୍ ସମସ୍ୟା ଉପରେ ନିର୍ଭର କରି ଅନ୍ୟ ଦେଶ ସହିତ ସହଯୋଗ ବୃଦ୍ଧି କରିବ । ବିଶେଷକରି ASEAN ଦେଶଗୁଡିକ ସହିତ ସହଯୋଗ ବିସ୍ତାର ହେବ । ଭାରତ (India) ବ୍ୟତୀତ କ୍ୱାଡରେ ଆମେରିକା (United States), ଜାପାନ (Japan) ଏବଂ ଅଷ୍ଟ୍ରେଲିଆ (Australia) ଅନ୍ତର୍ଭୁକ୍ତ ରହିଛି । ଚୀନ (China) କ୍ୱାଡକୁ ନିଜ ବିରୁଦ୍ଧରେ ମନେ କରେ ।

ସୂଚନାନୁସାରେ, ଆଗାମୀ ଦିନରେ ଅନ୍ୟାନ୍ୟ ବିଷୟ ଉପରେ ବୁଝାମଣା ବୃଦ୍ଧି ପାଇବ, ଯେପରିକି ଇନପୁଟ ବାଣ୍ଟିବା, ସେମାନଙ୍କର ଭିତ୍ତିଭୂମି ପ୍ରଣାଳୀକୁ ମଜବୁତ କରିବା ସହିତ ଦକ୍ଷିଣ ଚୀନ ସାଗରରେ ସାଧାରଣ ସ୍ୱାର୍ଥ ଥିବା ଦେଶମାନଙ୍କୁ ଚୀନର ବିସ୍ତାର ରଣନୀତି ବିଷୟରେ ସଚେତନ କରାଇବା । କ୍ୱାଡର ରଣନୀତିରେ ଛୋଟ ଦ୍ୱୀପ ଦେଶଗୁଡ଼ିକର ସହଯୋଗ ଓ ASEAN ଦେଶଗୁଡ଼ିକ ସହିତ ବୁଝାମଣା ବୃଦ୍ଧି ସାମିଲ ରହିଛି । ଚୀନର ମନମୁଖୀ ଆଚରଣ ବିରୋଧରେ ଏହି ମେଣ୍ଟ ଆଗାମୀ ଦିନରେ ଆହୁରି ବ୍ୟାପକ ହେବ ।

କ୍ୱାଡ୍ (QUAD) ଶିକ୍ଷା, ସ୍ୱାସ୍ଥ୍ୟ, ନିରାପତ୍ତା, ଗୁଣାତ୍ମକ ଭିତ୍ତିଭୂମି ନିର୍ମାଣରେ ସହଭାଗୀତା, ଟିକା ଉତ୍ପାଦନ ଏବଂ ବିତରଣରେ ସହଯୋଗ, ସାଇବର ସୁରକ୍ଷା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ଅନ୍ୟ ଦେଶ ଯାଏ ବିସ୍ତାର କରିବ । ପରସ୍ପରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରଣନୈତିକ ସହଯୋଗର ପରିସର ମଧ୍ୟ ବୃଦ୍ଧି କରାଯିବ ।

fallback

G-7 ଓ G-20 ସହିତ ଆଗାମୀ ଦିନରେ କ୍ୱାଡର ସହଯୋଗ ଭିତ୍ତିକ ରଣନୀତି ଦେଖାଯିବ । କ୍ୱାଡର ଚାରୋଟି ଦେଶ ବୈଶ୍ୱିକ ମଞ୍ଚରେ ପରସ୍ପରକୁ ସମର୍ଥନ କରିବା ବ୍ୟତୀତ ସମାନ ହିତ ଥିବା ଦେଶଗୁଡିକର ବିକାଶ, ବାଣିଜ୍ୟ, ଭିତ୍ତିଭୂମି ଏବଂ ସୂଚନା ଆଦାନପ୍ରଦାନରେ ସାମିଲ କରିବ । ୟୁଏଇ ସହିତ ବାଣିଜ୍ୟ ପ୍ରସଙ୍ଗରେ ମଧ୍ୟ ସମନ୍ୱୟ ବୃଦ୍ଧି ହେବ । ଯୋଗାଣ ଶୃଙ୍ଖଳା ଉପରେ ଭାରତର ବିଶେଷ ନଜର ରହିଛି । ଭାରତ ଚାହୁଁଛି ଯେ କ୍ୱାଡ୍ ସମେତ ଅନ୍ୟ ଦେଶମାନେ ଚୀନର ଏକ ବିକଳ୍ପ ଯୋଗାଣ ଶୃଙ୍ଖଳାର ଅଭିଯାନରେ ଯୋଗ ଦିଅନ୍ତୁ ।

ସୂତ୍ରରୁ ପ୍ରକାଶ ଯେ କ୍ୱାଡର ସମ୍ପ୍ରସାରଣ ମୁଖ୍ୟତଃ ଅଣ-ସାମରିକ ପ୍ରସଙ୍ଗରେ ହେବ । କିନ୍ତୁ ରଣନୀତିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଚୀନକୁ ସିଧାସଳଖ ଅବରୋଧ କରିବା ପରିବର୍ତ୍ତେ ବାଣିଜ୍ୟକୁ କେନ୍ଦ୍ରରେ ରଖି ସହଯୋଗର ପରିସର ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-କୋରୋନା ମଧ୍ୟରେ 'ଡବଲ୍ ଆଟାକ୍' ବଢ଼ାଇଲା ଚିନ୍ତା, ଏହାର ଆକ୍ରମଣରୁ ବଞ୍ଚିବା କଷ୍ଟକର!

ଅଧିକ ପଢ଼ନ୍ତୁ:-ଖୁସି ଖବର! ଏଣିକି ମାତ୍ର ୬୩୪ ଟଙ୍କାରେ ଘରେ ଡେଲିଭରୀ ହେବ LPG ସିଲିଣ୍ଡର, ଜାଣନ୍ତୁ କିପରି