IND vs NZ T20: କୋହଲିଙ୍କ ଏହି ବିଶ୍ୱ ରେକର୍ଡ ଭାଙ୍ଗିଲେ ରୋହିତ
Advertisement

IND vs NZ T20: କୋହଲିଙ୍କ ଏହି ବିଶ୍ୱ ରେକର୍ଡ ଭାଙ୍ଗିଲେ ରୋହିତ

IND vs NZ 3rd T20: ତୃତୀୟ ଟି -20 ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ 73 ରନରେ ପରାସ୍ତ କରିଛି । ଏହି ସହ ଦଳ ସିରିଜକୁ 3-0ରେ ଜିତି ନେଇଛି । 

IND vs NZ T20: କୋହଲିଙ୍କ ଏହି ବିଶ୍ୱ ରେକର୍ଡ ଭାଙ୍ଗିଲେ ରୋହିତ

ନୂଆଦିଲ୍ଲୀ: କୋଲକାତାର ଭାରତ ଏବଂ ନ୍ୟୁଜିଲାଣ୍ଡ (India vs New Zealand) ମଧ୍ୟରେ ଟି -20 ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ । ରୋହିତ ନିଜ ନୂତନ ପାର୍ଟନର ଇଶାନ କିଶନଙ୍କ ସହ ମ୍ୟାଚର ପ୍ରଥମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କ ବିରୋଧରେ ଲଗାତାର ଦୁଇଟି ଚୌକା ସହ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ଥିଲେ । 

ଭାରତୀୟ ଇନିଂସର ଏକାଦଶ ଓଭରରେ ରୋହିତ ଶର୍ମା ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ପଚାଶଟି ସହିତ ରୋହିତ ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ ଟି -20 ରେ ସର୍ବାଧିକ 50 ପ୍ଲସ୍ ସ୍କୋରର ରେକର୍ଡ ଭାଙ୍ଗିଛନ୍ତି । ବିରାଟ ଟି-20 ରେ 29 ଥର 50 କିମ୍ବା ଏହାଠୁ ଅଧିକ ରନ୍ ସ୍କୋର କରିଛନ୍ତି । ଯେତେବେଳେ କି ରୋହିତ କୋଲକାତାରେ 30 ତମ ଥର ପାଇଁ ଏହା କାରନାମା କରିଥିଲେ । ଏହି ତାଲିକାରେ ପାକିସ୍ତାନର ଅଧିନାୟକ ବାବର ଆଜମ ତୃତୀୟ ସ୍ଥାନରେ ଅଛନ୍ତି । ସେ ଟି -20 ରେ 50 ପ୍ଲସ୍ 25 ଥର କରିଛନ୍ତି ।ଏହା ପରେ ଡେଭିଡ ୱାର୍ଣ୍ଣର (22) ଏବଂ ମାର୍ଟିନ ଗୁପିଟିଲ (21) ଥର କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ।

ଆନ୍ତର୍ଜାତୀୟ ଟି-20 ରେ 150 ଛକା ମାରିଲେ ରୋହିତ
କୋଲକାତା ଟି-20 ରେ ରୋହିତ ଅନ୍ତର୍ଜାତୀୟ ଟି-20 ରେ ନିଜର 150 ଛକା ମଧ୍ୟ ପୂରଣ କରିଛନ୍ତି । ଏହି ସଫଳତା ହାସଲ କରିବା ପାଇଁ ତାଙ୍କୁ 3 ଟି ଛକା ଆବଶ୍ୟକ ଥିଲା । ତୃତୀୟ ଟି-20 ରେ ରୋହିତ 31 ବଲରୁ 56 ର ଇନିଂସ ମଧ୍ୟରେ 3 ଛକା ଓ 5 ଚୌକା ମାରିଥିଲେ । ଅର୍ଥାତ୍ ରୋହିତ ବାଉଣ୍ଡ୍ରି ଦ୍ୱାରା କେବଳ 38 ରନ୍ କରିଥିଲେ ।

ମାର୍ଟିନ ଗୁପଟିଲଙ୍କ ନାମରେ ରହିଛି ସର୍ବାଧିକ ଛକା ମାରିବାର ରେକର୍ଡ
ଆନ୍ତର୍ଜାତୀୟ ଟି-୨୦ରେ ମାର୍ଟିନ ଗୁପଟିଲ ସର୍ବାଧିକ ଛକା ମାରିବାର ରେକର୍ଡ ରଖିଛି । ସେ ଏପର୍ଯ୍ୟନ୍ତ 161 ଟି ଛକା ମାରିଛନ୍ତି । ଏହା ପରେ କ୍ରିସ୍ ଗେଲ୍ (124 ଛକା), ଇଏନ୍ ମୋର୍ଗାନ୍ (119 ଛକା) ଏବଂ ଆରୋନ୍ ଫିଞ୍ଚ (113 ଛକା) ମାରିଛନ୍ତି । 

ସିରିଜରେ ରୋହିତଙ୍କ ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ
ଟି-20 ଦଳର ଅଧିନାୟକ ହେବା ପରଠାରୁ ରୋହିତଙ୍କ ବ୍ୟାଟ୍ ଜୋରଦାର ରନ୍ ବର୍ଷା ହେଉଛି । ସେ ଜୟପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି -20 ରେ 48 ରନ୍ ସଂଗ୍ରହ କରିଥିଲେ । ଏହା ପରେ ଭାରତୀୟ ଅଧିନାୟକ ରାଞ୍ଚି ଟି-20 ରେ ମାତ୍ର 36 ଟି ବଲରେ 55 ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ରୋହିତ 5 ଟି ଛକା ଓ ଗୋଟିଏ ଛକା ମାରିଥିଲେ ।

ଏହା ବି ପଢ଼ନ୍ତୁ: Railway ବାତିଲ କଲା ଅନେକ ଟ୍ରେନ୍, ଯାତ୍ରା କରିବାକୁ ପ୍ଲାନ କରୁଥିଲେ ଦେଖନ୍ତୁ ଲିଷ୍ଟ

ଏହା ବି ପଢ଼ନ୍ତୁ: ରେଲୱେ ୧୮୧୧ ପଦବୀରେ ନିଯୁକ୍ତି ଦେବା ପାଇଁ ଜାରି କଲା ବିଜ୍ଞପ୍ତି, ଏହିପରି କରନ୍ତୁ ଅପ୍ଲାଇ