India: ଆଉ କୋରୋନ ଟିକା କିଣିବ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାଣନ୍ତୁ କାରଣ
Advertisement

India: ଆଉ କୋରୋନ ଟିକା କିଣିବ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାଣନ୍ତୁ କାରଣ

Corona Vaccine: କୋରୋନା ଟିକା କ୍ରୟ କରିବା ବାବଦରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। 

India: ଆଉ କୋରୋନ ଟିକା କିଣିବ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାଣନ୍ତୁ କାରଣ

Health Ministry on Corona Vaccine: କୋରୋନା ଟିକା ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏଣିକି ଟିକା ନ କିଣିବାକୁ ନିଷ୍ପତ୍ତି ନେଇଛି ମନ୍ତ୍ରଣାଳୟ। ଏପିରିକି ଟିକା କ୍ରୟ ପାଇଁ ଆସିଥିବା କୋଟି କୋଟି ଟଙ୍କାର ପାଣ୍ଠି ମଧ୍ୟ ଫେରସ୍ତ ମଧ୍ୟ କରିଦେଇଛି ମନ୍ତ୍ରଣାଳୟ। ହେଲେ ଏପରି ନିଷ୍ପତ୍ତି ନିଆଯିବା ପଛରେ କେଉଁ କାରଣ ରହିଛି ତାହା ଏବେ ସ୍ପଷ୍ଟ ହୋଇଯାଇଛି।   

ଦେଶରେ କୋଭିଡ଼୧୯ ସଂକ୍ରମଣ (Covid19 Infection) ହ୍ରାସ ପାଇବା ସହ ଟିକାକରଣ (Corona Vaccination) ମାତ୍ରା ବୃଦ୍ଧି ହେତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry of India) ଏକ ବଡ ପଦକ୍ଷେପ ନେଇଛି। ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଏଣିକି ଆଉ କୋରୋନା ଟିକା (Corona Vaccine) କିଣାଯିବ ନାହିଁ। କେବଳ ଏତିକି ନୁହେଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ପାଇଁ ଆବଣ୍ଟିତ ହୋଇଥିବା ୪୨୩୭ କୋଟି ଟଙ୍କାର ପାଣ୍ଠି ଅର୍ଥ ମନ୍ତ୍ରଣାଳୟକୁ (Ministry of Finance) ଫେରସ୍ତ କରିଛି। ଏବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ୧.୮ କୋଟିରୁ ଅଧିକ ଟିକା ଏବେ ଉପଲବ୍ଧ ରହିଛି। ଯାହା ଦ୍ୱାରା ଦେଶରେ ଟିକାକରଣ ଅଭିଯାନକୁ (Corona Vaccination Campaign) ଆହୁରି ୬ ମାସ ପର୍ଯ୍ୟନ୍ତ ଚଳାଇବା ପାଇଁ ଯଥେଷ୍ଟ।

କୋଭିଡ଼୧୯ ସଂକ୍ରମଣ ହ୍ରାସ ହେତୁ ଟୀକାକରଣ ହୋଇଥିବା କୋରୋନା ଟିକା ନେଉଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ବର୍ତ୍ତମାନ ଲୋକେ ଟିକାକରଣ ପାଇଁ ଉତ୍ସାହ ମଧ୍ୟ ଦେଖାଉ ନାହାଁନ୍ତି। ଚଳିତ ବର୍ଷ ସରକାର ସମସ୍ତ ବୟସ୍କ ନାଗରିକଙ୍କୁ ମାଗଣା ବୁଷ୍ଟର ଡୋଜ (Booster Dose) ଦେବା ପାଇଁ ଅମୃତ ମହୋତ୍ସବ (Covid Vaccination Amrit Mahotsav) ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯେଉଁ କାର୍ଯ୍ୟକ୍ରମ ଅଧିନରେ ଦେଶର ୭୫ ଦିନିଆ କୋରୋନା ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରା ଯାଇଥିଲା। ହେଲେ ଟିକା ପାଇଁ ସେତେ ଅଧିକ ଚାହିଦା ନଥିଲା। ଏହା ବ୍ୟତୀତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ କୋରାନା ଟିକା ମହଜୁଦ ରହିଛି। ଏହି ମଧ୍ୟରୁ କେତେକ ଟିକାର ଅବଧି (Expiry of Corona Vaccine) ଆସନ୍ତା କିଛି ମାସ ମଧ୍ୟରେ ଶେଷ ହୋଇଯିବ। ଏହି ସବୁ କାରଣକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଟିକା ନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ୬ ମାସ ପରେ ପରିସ୍ଥିତି ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

Also Read: India: କୋରୋନା ଟିକା ନେଲେ ମିଳୁଛି ୫ ହଜାର ଟଙ୍କା, ଜବାବ ରଖିଲେ ମୋଦି ସରକାର

ଗତ ବର୍ଷ ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏହି ଅଭିଯାନ ଅଧୀନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସହଯୋଗ କରିବା ପାଇଁ ମାଗଣାରେ କୋରୋନା ଟିକା ପ୍ରଦାନ କରା ଯାଇଥିଲା। ଚଳିତ ବର୍ଷ ଅକ୍ଚୋବର ୧୬ ତାରିଖ ପର୍ଯ୍ୟନ୍ତ ୨୧୯.୩୨ କୋଟିରୁ ଅଧିକ ଲୋକ କୋରୋନା ଟିକା ନେଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶର ୯୮% ବୟସ୍କ ଲୋକ ଅତିକମରେ ପ୍ରଥମ ଡୋଜ କୋରୋନା ଟିକା ନେଇ ସାରିଛନ୍ତି। ଅନ୍ୟପଟେ ୯୨% ଲୋକ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଟିକା ଲଗାଇଛନ୍ତି। ଏହା ବ୍ୟତୀତ ଦେଶର ୧୫-୧୮ ବର୍ଷ ବୟସର ୮୩.୭% କିଶୋର ମଧ୍ୟ ପ୍ରଥମ ଡୋଜ କୋରୋନ ଟିକା ନେଇ ସାରିଛନ୍ତି। ସେହିପରି ଏହି ବର୍ଗର ୭୨% କିଶୋର ଉଭୟ ଡୋଜ ନେଇଛନ୍ତି। ୧୨-୧୪ ବର୍ଷ ବୟସ ବାଳକଙ୍କ ମଧ୍ୟରୁ ୮୭.୩% ପ୍ରତିଶତ ପ୍ରଥମ ଡୋଜ ଏବଂ ୬୮.୧% ପ୍ରତିଶତ ଉଭୟ ଡୋଜ ଟିକା ନେଇଛନ୍ତି। ଯେଉଁମାନଙ୍କର ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସେମାନଙ୍କ ମଧ୍ୟରୁ ୨୭ ପ୍ରତିଶତ ଯୋଗ୍ୟ ବ୍ୟକ୍ତି ବୁଷ୍ଟର୍ ଡୋଜ ନେଇଛନ୍ତି।