ଚମତ୍କାର! ପ୍ରଥମ ଥର ପାଇଁ HIVରୁ ସୁସ୍ଥ ହେଲେ କୌଣସି ମହିଳା
Advertisement

ଚମତ୍କାର! ପ୍ରଥମ ଥର ପାଇଁ HIVରୁ ସୁସ୍ଥ ହେଲେ କୌଣସି ମହିଳା

Woman is cured of HIV: ଯୁକ୍ତରାଷ୍ଟ୍ର ଆମେରିକା (United States) ରେ ଲ୍ୟୁକେମିଆରେ ପୀଡ଼ିତ ଜଣେ ମହିଳା ଏଚ୍.ଆଇ.ଭି. (HIV) ରୁ ସଂପୂର୍ଣ୍ଣ ଭାବେ ଠିକ୍ ହୋଇଯାଇଛନ୍ତି । ଏହା ସହ ସେ ଏହି ରୋଗରୁ ସୁସ୍ଥ ହୋଇଥିବା ପ୍ରଥମ ମହିଳା ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏଚ୍.ଆଇ.ଭି. (HIV) ରୁ କେବଳ ତିନି ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Woman is cured of HIV: ଆମେରିକା (America) ର ଡାକ୍ତରମାନେ ଏଚ୍‌ଆଇଭି (HIV) ରେ ପୀଡିତ ଜଣେ ମହିଳାଙ୍କୁ ଆରୋଗ୍ୟ କରିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ମହିଳାଙ୍କୁ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ଚିକିତ୍ସା କରାଯାଇଥିଲା । ଷ୍ଟେମ୍ ସେଲଗୁଡିକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିଲା ଯାହାଙ୍କ ଶରୀରରେ ଏଚ୍.ଆଇ.ଭି ଭୂତାଣୁ ବିରୁଦ୍ଧରେ ପ୍ରାକୃତିକ ପ୍ରତିରୋଧକ ଶକ୍ତି ଥିଲା ।

ଏହି ମଧ୍ୟ ବୟସ୍କ ମହିଳା ଶ୍ୱେତ-ଅଶ୍ୱେତ ପିତାମାତାଙ୍କର ସନ୍ତାନ । ଡେନଭରରେ ଅନୁଷ୍ଠିତ ରେଟ୍ରୋଭାଇରସ୍ ଓ ସୁଯୋଗ ସମ୍ବନ୍ଧୀୟ ସଂକ୍ରମଣ ସମ୍ମିଳନୀରେ ଏହି ବିଷୟ ଉପସ୍ଥାପିତ ହୋଇଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି କ୍ଷେତ୍ରରେ ସେମାନେ ଗ୍ରହଣ କରିଥିବା ପଦ୍ଧତି ପୂର୍ବରୁ ବ୍ୟବହାର କରାଯାଇ ନଥିଲା ଓ ଏହା ଅଧିକ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ ।

ପ୍ରଥମ ଥର ପାଇଁ ଡାକ୍ତରମାନେ ମହିଳାଙ୍କ ଲ୍ୟୁକେମିଆର ଚିକିତ୍ସା ପାଇଁ ଅମ୍ବିଡିକାଲ୍ ରକ୍ତ ବ୍ୟବହାର କରିଥିଲେ । ମହିଳା ୧୪ ମାସ ଧରି ସୁସ୍ଥ ଅଛନ୍ତି ଓ ଏଚଆଇଭି (HIV) ପାଇଁ ଔଷଧର ଆବଶ୍ୟକତା ପଡ଼ିନାହିଁ ।

ଏହା ବି ପଢ଼ନ୍ତୁ:-ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ମହଙ୍ଗା ଭତ୍ତା ସହ ୧୮ ମାସର ବକେୟା ରାଶି ବି ଦେବେ ମୋଦି ସରକାର, ଜାଣନ୍ତୁ କେତେ ବଢ଼ିବ ଦରମା

ଏହା ବି ପଢ଼ନ୍ତୁ:-MX ପ୍ଲେୟାରର ଏହି ୫ଟି ୱେବ୍ ସିରିଜ୍ ହେଉଛି ସବୁଠାରୁ ବୋଲ୍ଡ, ମାଳ ମାଳ ରହିଛି ଅନ୍ତରଙ୍ଗ ସିନ୍

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ବଦଳି ଯାଇଛି ନିୟମ! ପଢ଼ନ୍ତୁ ପୂରା ଖବର

ଏହା ବି ପଢ଼ନ୍ତୁ:-ଯଦି ଆପଣ କରୁଛନ୍ତି ଏହି ୭ଟି ସାଧାରଣ ଭୁଲ୍, ତେବେ ଆପଣଙ୍କର ଯୌନ ଜୀବନ ହୋଇଯିବ ଖରାପ!

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ପୂର୍ବରୁ ଏଭଳି ଦୁଇଟି ଘଟଣା ଘଟିଥିଲା ​​ଯେତେବେଳେ ଏଚ୍‌ଆଇଭି ରୋଗୀମାନେ ଆରୋଗ୍ୟ ଲାଭ କରିଥିଲେ । ସେହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ଶ୍ୱେତ ପୁରୁଷର ହୋଇଥିବାବେଳେ ଅନ୍ୟଟି ଦକ୍ଷିଣ ଆମେରିକୀୟ  ପୁରୁଷ ନାଗରିକ ଥିଲା । ଉଭୟଙ୍କର ଷ୍ଟେମ୍ ସେଲ୍ ପ୍ରତିରୋପଣ ମଧ୍ୟ ହୋଇଥିଲା, କିନ୍ତୁ ସେହି ଷ୍ଟେମ୍ କୋଷଗୁଡିକ ବୟସ୍କମାନଙ୍କଠାରୁ ନିଆଯାଇଥିଲା ।

ଏହି ଚିକିତ୍ସା ଆମେରିକାରେ ଜାରି ଏକ ସ୍ୱତନ୍ତ୍ର ଅଧ୍ୟୟନ ଅଧୀନରେ  କରାଯାଇଛି । ଏହି ଅଧ୍ୟୟନକୁ କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଡକ୍ଟର ଇଭୋନ୍ ବ୍ରାଇସନ୍, ଲସ୍ ଆଞ୍ଜେଲସ୍ ଏବଂ ବାଲ୍ଟିମୋରର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଡକ୍ଟର ଡେବ୍ରା ପର୍ସାଉଡ୍ ପରିଚାଳନା କରୁଛନ୍ତି । ଏହି ଅଧ୍ୟୟନର ଉଦ୍ଦେଶ୍ୟ ହେଉଛି ଏଚ୍.ଆଇ.ଭି.ରେ ପୀଡ଼ିତ ୨୫ ଜଣଙ୍କୁ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ କର୍କଟ କିମ୍ବା ଅନ୍ୟାନ୍ୟ ଗୁରୁତର ରୋଗର ଚିକିତ୍ସା କରିବା ।  

ଚିକିତ୍ସା କିପରି କରାଯାଇଥିଲା?

ଏହି ପରୀକ୍ଷଣରେ ଅଂଶଗ୍ରହଣ କରୁଥିବା ରୋଗୀଙ୍କୁ ପ୍ରଥମେ କେମୋଥେରାପି ଦିଆଯାଏ ଯାହା ଦ୍ୱାରା କର୍କଟ କୋଷଗୁଡ଼ିକ ଶେଷ ହୋଇପାରିବ । ଏହା ପରେ ଡାକ୍ତରମାନେ ଏକ ନିର୍ଦ୍ଦିଷ୍ଟ ଜେନେଟିକ୍ ମ୍ୟୁଟେସନ୍ ଥିବା ବ୍ୟକ୍ତିଙ୍କଠାରୁ ଷ୍ଟେମ୍ ସେଲକୁ ନେଇ ସେହି ରୋଗୀର ଶରୀରରେ ପ୍ରତିରୋପଣ କରନ୍ତି । ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ଏହି ପ୍ରତିରୋପଣ ପରେ ରୋଗୀଙ୍କ ମଧ୍ୟରେ ଏଚ୍.ଆଇ.ଭିର ପ୍ରତିରୋଧକ ଶକ୍ତି ବିକଶିତ ହୋଇଯାଇଥାଏ ।