ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ
Advertisement

ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ

Finnish PM Sanna Marin: ବର୍ତ୍ତମାନ ମରିନ ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କ ଦେଶ ନାଟୋ (NATO) ରେ ସାମିଲ ହେବ । ଋଷ (Russia) ଏହା ଉପରେ ପ୍ରତିକ୍ରିୟା ଦେବ ଚିନ୍ତା କରି ମଧ୍ୟ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନ ଯୁଦ୍ଧ (Ukraine War) କୁ ନେଇ ସାରା ଦୁନିଆରେ ଭୟର ବାତାବରଣ ସୃଷ୍ଟି କରିଥିବା ପୁଟିନଙ୍କୁ ଡରୁ ନଥିବା ସନ୍ନା ପ୍ରତିରକ୍ଷା କ୍ଷେତ୍ରରେ ବ୍ରିଟେନ (Britain) ସହିତ ହାତ ମିଳାଇଛନ୍ତି । ନାଟୋରେ ସାମିଲ ହେବା ପାଇଁ ଇଚ୍ଛା ରଖିଥିବା ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନ୍ନା ମରିନ (Finnish Prime Minister Sanna Marin) କିଏ ଓ ଯାହାଙ୍କ ଉପରେ ପୁଟିନଙ୍କ ଧମକ ମଧ୍ୟ କିଛି ପ୍ରଭାବ ପକାଉନାହିଁ । ଆସନ୍ତୁ ଜାଣିବା...

ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ

ମସ୍କୋ: Finnish PM Sanna Marin: କିଛି ବର୍ଷ ପୂର୍ବେ ଜଣେ ସାମ୍ବାଦିକ ସନ୍ନା ମରିନ (Sanna Marin) ଙ୍କୁ ପଚାରିଥିଲେ ଯେ କ'ଣ ସେ ନିଜ ଦଳର ନେତା ସୋସିଆଲ ଡେମୋକ୍ରାଟ୍ସର ଲିଡର ହେବାକୁ ଯାଉଛନ୍ତି କି? ସେ ସାମ୍ବାଦିକଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଚାହିଁଥିଲେ ଯେପରି ସେ କହୁଥିଲେ, 'କ'ଣ ପ୍ରକୃତରେ ମୋତେ ଏହା ପଚାରୁଛନ୍ତି କି?' ଏପରି ପରିସ୍ଥିତିରେ ଅଧିକାଂଶ ରାଜନେତା ନିଜର ଅଭିଳାଷକୁ ଲୁଚାନ୍ତି, କିନ୍ତୁ ମରିନ ନିଜ ଉଦ୍ଦେଶ୍ୟକୁ ନେଇ ଅତ୍ୟନ୍ତ ମୁଖର ଥିଲେ । ଦୁଇ ବର୍ଷ ପୂର୍ବେ ୩୪ ବର୍ଷ ବୟସ୍କା ସନ୍ନା ମରିନ ନିଜର ମହତ୍ୱାକାଂକ୍ଷାକୁ ଲୁଚାଇବା ପରିବର୍ତ୍ତେ ତାହାକୁ ସେ ପୂରଣ କରି ଦୁନିଆର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ।

ବର୍ତ୍ତମାନ ମରିନ ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କ ଦେଶ ନାଟୋ (NATO) ରେ ସାମିଲ ହେବ । ଋଷ (Russia) ଏହା ଉପରେ ପ୍ରତିକ୍ରିୟା ଦେବ ଚିନ୍ତା କରି ମଧ୍ୟ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନ ଯୁଦ୍ଧ (Ukraine War) କୁ ନେଇ ସାରା ଦୁନିଆରେ ଭୟର ବାତାବରଣ ସୃଷ୍ଟି କରିଥିବା ପୁଟିନଙ୍କୁ ଡରୁ ନଥିବା ସନ୍ନା ପ୍ରତିରକ୍ଷା କ୍ଷେତ୍ରରେ ବ୍ରିଟେନ (Britain) ସହିତ ହାତ ମିଳାଇଛନ୍ତି । ନାଟୋରେ ସାମିଲ ହେବା ପାଇଁ ଇଚ୍ଛା ରଖିଥିବା ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନ୍ନା ମରିନ (Finnish Prime Minister Sanna Marin) କିଏ ଓ ଯାହାଙ୍କ ଉପରେ ପୁଟିନଙ୍କ ଧମକ ମଧ୍ୟ କିଛି ପ୍ରଭାବ ପକାଉନାହିଁ । ଆସନ୍ତୁ ଜାଣିବା...

ନିକଟ ଅତୀତରେ ଫିନଲ୍ୟାଣ୍ଡ (Finland) ଓ ସ୍ୱିଡେନ (Sweden) ବ୍ରିଟେନ (Britain) ସହିତ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ, ଋଷ ଆକ୍ରମଣ ସ୍ଥିତିରେ ଉଭୟ ଦେଶ ପରସ୍ପରକୁ ସାହାଯ୍ୟ କରିବେ । ଋଷ ଓ ଫିନଲ୍ୟାଣ୍ଡ ମଧ୍ୟରେ ଏକ ଦୀର୍ଘ ଭୂ-ସୀମା ଅଛି । ଋଷର ପଡୋଶୀ ଫିନଲ୍ୟାଣ୍ଡ ଦୀର୍ଘ ସମୟ ଧରି ଏକ ନିରପେକ୍ଷ ନୀତି ଅନୁସରଣ କରି ଆସୁଥିଲା କିନ୍ତୁ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ସମସ୍ତ ସମୀକରଣକୁ ବଦଳାଇ ଦେଇଛି । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ବହୁ ପୂର୍ବରୁ ସନ୍ନା ମରିନ ତାଙ୍କ ନୂତନ ବର୍ଷର ସମ୍ୱୋଧନରେ କହିଥିଲେ ଯେ, ଫିନଲ୍ୟାଣ୍ଡର ନାଟୋରେ ଯୋଗଦେବାର ଅଧିକାର ଅଛି ଓ ତାକୁ ଏହା ଉପରେ ବିଚାର କରିବା ଆବଶ୍ୟକ । ଋଷର ଗଣମାଧ୍ୟମ ଏହାକୁ 'ପିଠିରେ ଛୁରୀ ମାରିବା' ବୋଲି କହିଥିଲା ।

ସୂଚନାଯୋଗ୍ୟ, ମରିନ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ, ସୁନ୍ଦରୀ ରାଜନେତା ତଥା ବିକାଶମୂଳକ ନୀତି ପାଇଁ ଜଣାଶୁଣା ଥିଲା କିନ୍ତୁ ଋଷ ସଙ୍କଟ ଯୋଗୁଁ ତାଙ୍କ ଗମ୍ଭୀର ଚେହେରା ଦୁନିଆ ଦେଖୁଛି । ୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ପିଲାଦିନ ସମସ୍ୟାରେ ପରିପୂର୍ଣ୍ଣ ଥିଲା । ସେ ନିଜ ମା'ଙ୍କ ଦ୍ୱାରା ପାଳିତ ହୋଇଥିଲେ ଯିଏକି ତାଙ୍କ ମଦ୍ୟପ ସ୍ୱାମୀଠାରୁ ଅଲଗା ରହୁଥିଲେ । ତାଙ୍କ ମା’ଙ୍କ ପରବର୍ତ୍ତୀ ସାଥୀ ମଧ୍ୟ ଜଣେ ମହିଳା ଥିଲେ, ତେଣୁ ମରିନଙ୍କ ବାଲ୍ୟକାଳ ମହିଳାମାନଙ୍କ ମଧ୍ୟରେ ବିତିଥିଲା । ତିନି ଜଣ ମହିଳାଙ୍କ ଏହି ପରିବାର ଗୁରୁତର ଆର୍ଥିକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ଯେଉଁଥିପାଇଁ ସନ୍ନା ମରିନ ଅଳ୍ପ ବୟସରେ ଚାକିରି କରିବାକୁ ବାଧ୍ୟ ହୋଇଥିଲେ । ବେଳେବେଳେ ସେ ଏକ ବେକେରୀରେ କାମ କରୁଥିଲେ ଓ ବେଳେବେଳେ ପତ୍ରିକା ବିତରଣ କରୁଥିଲେ ।

ସନ୍ନା ମେରିନଙ୍କ ଠାରୁ ବାଲ୍ୟକାଳରୁ ସଫଳତା ଦୂରେଇ ଥିଲା ।  ତାଙ୍କର ଜଣେ ଶିକ୍ଷକ କହିଛନ୍ତି ଯେ, ସେ ଜଣେ 'ହାରାହାରି' ଛାତ୍ରୀ ଥିଲେ । ଅଧ୍ୟୟନର ଶେଷ ବର୍ଷରେ ସେ ଜଣେ ବୃତ୍ତିଗତ ଫୁଟବଲ ଖେଳାଳି ମାର୍କସ ରାଇକୋନେନଙ୍କୁ ଭେଟିଥିଲେ । ଦୁହେଁ ପରସ୍ପରକୁ ୧୬ ବର୍ଷ ଧରି ଡେଟ କରିଥିଲେ ଓ ୨୦୨୦ରେ ବିବାହ କରିଥିଲେ । ୨୦୦୪ରେ ୧୯ ବର୍ଷ ବୟସରେ ସ୍ନାତକ ହାସଲ କରି ସନ୍ନା ଟାମ୍ପେର୍ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଥିଲେ ଯେଉଁଠାରେ ସେ ପ୍ରଶାସନିକ ବିଜ୍ଞାନ ଅଧ୍ୟୟନ କରିଥିଲେ । ତାଙ୍କର ଅଧ୍ୟୟନ ସମୟରେ ସେ ଅନୁଭବ କଲେ ଯେ ତାଙ୍କର କଠିନ ପରିଶ୍ରମ କେବଳ ତାଙ୍କ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ବିଶେଷକରି ଗରିବ ଓ ମହିଳାମାନଙ୍କ ପାଇଁ ମଧ୍ୟ କାମ କରିବାରେ ଆସିବା ଆବଶ୍ୟକ ଓ ଏହି ସେହି ମୁହୂର୍ତ୍ତ ଥିଲା ଯେତେବେଳେ ସେ ରାଜନୀତିରେ ପ୍ରବେଶ କରିବାକୁ ସ୍ଥିର କଲେ ।

ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ହାର୍ଦ୍ଦିକ

ଏହା ବି ପଢ଼ନ୍ତୁ:-ମାଗଣା ରାସନକୁ ନେଇ କଠୋର ହେଲେ ସରକାର, ଯଦି ଏସବୁ ଲୋକ କାର୍ଡ ସରେଣ୍ଡର ନ କରନ୍ତି ତ ରୁଜୁ ହେବ FIR

ଏହା ବି ପଢ଼ନ୍ତୁ:-ଏହି ୨ ଦେଶ ନାଟୋରେ ଯୋଗଦେବା ମାତ୍ରେ 'ହାରିଯିବ' ଋଷ, ଜାଣନ୍ତୁ ପୁଟିନ କିପରି ଲେଖିଲେ ପରାଜୟର କାହାଣୀ?

 

 

ସେ ୨୦୦୬ରେ ସୋସିଆଲ୍ ଡେମୋକ୍ରାଟ୍ସ ପାର୍ଟିରେ ଯୋଗ ଦେଇଥିଲେ ଓ ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ଦଳର ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ସକ୍ରିୟ ରାଜନୀତିରେ ମରିନଙ୍କ ପ୍ରବେଶ ପରାଜୟରୁ ଆରମ୍ଭ ହୋଇଥିଲା । ସେ ୨୨ ବର୍ଷ ବୟସରେ ଟାମ୍ପେର୍ ସିଟି କାଉନସିଲ୍ ନିର୍ବାଚନରେ ​​ପରାସ୍ତ ହୋଇଥିଲେ । ୨୦୧୫ରେ ସେ ପିରକାନାମାରୁ ନିର୍ବାଚିତ ହେବା ପରେ ଫିନଲ୍ୟାଣ୍ଡର ସଂସଦରେ ପହଞ୍ଚିଥିଲେ । ୨୦୧୯ରେ ସେ ଦ୍ୱିତୀୟ ନିର୍ବାଚନରେ ​​ମଧ୍ୟ ଜିତିଥିଲେ ଓ ଏଥର ତାଙ୍କୁ ପରିବହନ ଓ ଯୋଗାଯୋଗ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ସନ୍ନାଙ୍କୁ 'ଇନଷ୍ଟାଗ୍ରାମ ଜେନେରେସନ୍'ର ପ୍ରଧାନମନ୍ତ୍ରୀ କୁହାଯାଇଥାଏ । ସେ ଇନଷ୍ଟାଗ୍ରାମରେ ନିଜ ସନ୍ତାନଙ୍କ ସହିତ ରୋଷେଇ କରିବାର ଫଟୋ ପୋଷ୍ଟ କରନ୍ତି । ୨୦୨୦ରେ କ୍ଷମତାକୁ ଆସିବାର ଅଳ୍ପ ସମୟ ପରେ ସେ ଏକ ମାଗାଜିନ ପାଇଁ ଏକ ଫଟୋସୁଟ୍ କରିଥିଲେ ଯେଉଁଥିରେ ସେ ଜ୍ୟାକେଟ୍ ତଳେ କିଛି ପିନ୍ଧିନଥିଲେ । ତାଙ୍କ ଫଟୋ ଉପରେ ନକାରାତ୍ମକ ପ୍ରଭାବ ପକାଇବା ପରିବର୍ତ୍ତେ ପ୍ରଶଂସକମାନେ ତାଙ୍କ ଶୈଳୀକୁ ବହୁତ ପସନ୍ଦ କରିଥିଲେ ।