ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଆରମ୍ଭ ହେଲା ହଙ୍ଗାମା, ଇଜିପ୍ଟ କଲା ଏହି ବଡ଼ ଘୋଷଣା
Advertisement

ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଆରମ୍ଭ ହେଲା ହଙ୍ଗାମା, ଇଜିପ୍ଟ କଲା ଏହି ବଡ଼ ଘୋଷଣା

India Bans Wheat Export: ସୂଚନାଯୋଗ୍ୟ, ଦେଶରେ ମୂଲ୍ୟ ସ୍ଥିର କରିବା ପାଇଁ ନିକଟ ଅତୀତରେ ଗହମ ରପ୍ତାନି ଉପରେ ଭାରତ ରୋକ ଲଗାଇଥିଲା । ଏହି ପ୍ରତିବନ୍ଧକ ଏପରି ଏକ ସମୟରେ ଲାଗୁ କରାଯାଇଛି ଯେତେବେଳେ ସମଗ୍ର ଦୁନିଆରେ ଗହମର ମୂଲ୍ୟ ବଢ଼ିଚାଲିଛି ଓ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଗହମ ଯୋଗାଣ ପ୍ରଭାବିତ ହୋଇଛି ।

ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଆରମ୍ଭ ହେଲା ହଙ୍ଗାମା, ଇଜିପ୍ଟ କଲା ଏହି ବଡ଼ ଘୋଷଣା

ନୂଆଦିଲ୍ଲୀ: India Bans Wheat Export: ନିକଟ ଅତୀତରେ ଗହମ (Wheat) ର କମ୍ କ୍ରୟ ଯୋଗୁଁ ଭାରତ (India) ଏହାର ରପ୍ତାନି ଉପରେ ରୋକ ଲଗାଇଥିଲା । ଏହାର ଉଦ୍ଦେଶ୍ୟ ଗହମ ମୂଲ୍ୟକୁ ନିୟନ୍ତ୍ରଣ କରିବା । ତେବେ ଇଜିପ୍ଟର ଯୋଗାଣ ମନ୍ତ୍ରୀ ଅଲି ମୋସେଲହି (Egyptian Supply Minister Ali Moselhi) କହିଛନ୍ତି ଯେ, ତାଙ୍କ ସରକାର ଭାରତରୁ ୫ ଲକ୍ଷ ଟନ୍ ଗହମ କିଣିବେ । ସାରା ଦୁନିଆର ସବୁଠାରୁ ବଡ଼ ଗହମ ଆମଦାନୀକାରୀ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ଇଜିଫ୍ଟକୁ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଗହମ ମିଳୁନାହିଁ । ଉଭୟ ଋଷ ଓ ୟୁକ୍ରେନ ଗହମର ସର୍ବାଧିକ ରପ୍ତାନିକାରୀ ଦେଶ ।

ଋଷର ଆକ୍ରମଣ ଯୋଗୁଁ ଶସ୍ତା ସି ଗ୍ରୀନ୍ ଶସ୍ୟ ବିକ୍ରି ହୋଇପାରୁ ନାହିଁ ଓ ଇଜିପ୍ଟ (Egypt) ଏହାର ରପ୍ତାନି କରିବାର ବିକଳ୍ପ ଖୋଜୁଛି । ମୋସେଲହି କହିଛନ୍ତି ଯେ, ଆମେ ଭାରତରୁ ୫ ଲକ୍ଷ ଟନ ଗହମ କିଣିବାକୁ ରାଜି ହୋଇଛୁ । ଭାରତରେ ଉତ୍ତାପ ଲହର ମଧ୍ୟରେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଶନିବାର ଘୋଷଣା କରାଯାଇଛି । ଦେଶରେ ମୂଲ୍ୟ ସ୍ଥିର କରିବା ପାଇଁ ଭାରତ ନିଜର ରପ୍ତାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଏଠାରେ କହି ରଖୁଛୁ ଯେ, ଭାରତରେ ଗହମର ଘରୋଇ ଉତ୍ପାଦନ ଉପରେ ଲଗାମ ଲଗାଇବା ଓ ଘରୋଇ ମୂଲ୍ୟ ବଢ଼ାଇବା ମଧ୍ୟରେ ଶନିବାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାର ଘୋଷଣା କରାଯାଇଥିଲା । ମୋସେଲହି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ଇଜିପ୍ଟ ସହିତ ଗହମ କ୍ରୟ ଚୁକ୍ତି ଉପରେ ଲାଗୁ ହେବ ନାହିଁ । ଇଜିପ୍ଟର କ୍ୟାବିନେଟ ସରକାରୀ କ୍ରେତାଙ୍କୁ ନିଜର ଟେଣ୍ଡର ପ୍ରକ୍ରିୟାକୁ ଅଣଦେଖା କରି ଗହମ ସିଧାସଳଖ ଦେଶ କିମ୍ବା କମ୍ପାନୀରୁ କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛି ।

ସେ କହିଛନ୍ତି ଯେ, ଇଜିପ୍ଟ ମଧ୍ୟ କାଜାଖସ୍ତାନ, ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ସହ ଆଲୋଚନା କରୁଛି । ଇଜିପ୍ଟର ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ କହିଥିଲେ ଯେ, ଇଜିପ୍ଟରେ ଚାରି ମାସର ସଂରକ୍ଷଣ ଓ ଛଅ ମାସର ଭେଜିଟେବଲ୍ ତେଲ ବାକି ଅଛି । ସ୍ଥାନୀୟ ଫସଲ ଅମଳ ହେବା ପରେ ଇଜିପ୍ଟର ଗହମ ସଂରକ୍ଷଣ ବର୍ଷ ଶେଷ ପର୍ଯ୍ୟନ୍ତ ଯଥେଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ:-ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଦାବି ଉପରେ କଙ୍ଗନା ରାଣାୱତ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ମାମଲା

ଏହା ବି ପଢ଼ନ୍ତୁ:-କଂଗ୍ରେସ ଛାଡ଼ି ଥିବା ହାର୍ଦ୍ଦିକ 'ବନ୍ଧ୍ୟାକରଣ' ଯୋଗୁଁ ଥିଲେ ଚିନ୍ତିତ, ନା ଅନ୍ୟ କିଛି ଥିଲା କାରଣ?

 

ସୂଚନାଯୋଗ୍ୟ, ଦେଶରେ ମୂଲ୍ୟ ସ୍ଥିର କରିବା ପାଇଁ ନିକଟ ଅତୀତରେ ଗହମ ରପ୍ତାନି ଉପରେ ଭାରତ ରୋକ ଲଗାଇଥିଲା । ଏହି ପ୍ରତିବନ୍ଧକ ଏପରି ଏକ ସମୟରେ ଲାଗୁ କରାଯାଇଛି ଯେତେବେଳେ ସମଗ୍ର ଦୁନିଆରେ ଗହମର ମୂଲ୍ୟ ବଢ଼ିଚାଲିଛି ଓ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଗହମ ଯୋଗାଣ ପ୍ରଭାବିତ ହୋଇଛି ।