Eastern Zonal Council Meeting: ସେନା ସହ ଲଢିଗଲେ ଦିଦି, ତାଟକା ହୋଇ ଚାହିଁ ରହିଲେ ଗୃହମନ୍ତ୍ରୀ
Advertisement

Eastern Zonal Council Meeting: ସେନା ସହ ଲଢିଗଲେ ଦିଦି, ତାଟକା ହୋଇ ଚାହିଁ ରହିଲେ ଗୃହମନ୍ତ୍ରୀ

ଅନୁପ୍ରବେଶକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଏସଏଫର ପରିସୀମାକୁ ୧୫ କିଲୋମିଟରରୁ ୫୦ କିଲୋମିଟରକୁ ବୃଦ୍ଧି ପାଇଛି। ଏହି ନିୟମ ଲାଗୁ କରିବାବେଳେ ମଧ୍ୟ ମମତା ବାନାର୍ଜୀ ବିରୋଧ କରିଥିଲେ। ଆଜିର ବୈଠକରେ ବିଏସଏଫକୁ ଦିଆଯାଇଥିବା ଏହି ଅଧିକାର ଉପରେ ବଙ୍ଗୀୟ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି। 

Eastern Zonal Council Meeting: ସେନା ସହ ଲଢିଗଲେ ଦିଦି, ତାଟକା ହୋଇ ଚାହିଁ ରହିଲେ ଗୃହମନ୍ତ୍ରୀ

Eastern Zonal Council Meeting: ନୂଆଦିଲ୍ଲୀ: ପଶ୍ଚିମବଙ୍ଗ (West Bengal) ସରକାରଙ୍କ ସଚିବାଳୟ ନବନ୍ନାଠାରେ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ (Home Minister) ଅମିତ ଶାହାଙ୍କ (Amit Shah) ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ଜୋନାଲ ପରିଷଦର (Eastern Zonal Council Meeting) ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମବଙ୍ଗର (West Bengal) ମୁଖ୍ୟମନ୍ତ୍ରୀ (Chief Minister) ମମତା ବାନାର୍ଜୀ (Mamata Banerjee) ଏବଂ ବିହାର, (Bihar) ଝାଡଖଣ୍ଡ, (Jharkhand) ଓଡିଶା (Odisha) ଏବଂ ସିକ୍କିମର ମୁଖ୍ୟମନ୍ତ୍ରୀ କିମ୍ବା ସେମାନଙ୍କ ପ୍ରତିନିଧୀମାନେ ଯୋଗ ଦେଇଥିଲେ। ବୈଠକରେ ସୀମା ସୁରକ୍ଷା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଏସଏସ ଅଧିକାରୀମାନେ ଅମିତ ଶାହାଙ୍କ ଉପସ୍ଥିତିରେ ଯୁକ୍ତିତର୍କ କରିବା ପରେ ବୈଠକର ମାହୋଲ ବେଶ ଉଷ୍ମ ହୋଇ ପଡିଥିଲା। ସୀମା ସୁରକ୍ଷା ପ୍ରସଙ୍ଗ ଉଠାଇ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଏସଏଫ ପକ୍ଷରୁ ସହଯୋଗ ଗ୍ରହଣ କରାଯାଉ ନାହିଁ। ଏହି ଅଭିଯୋଗ ପରେ ମମତା ଏବଂ ବିଏସ୍ଏଫ୍ ଅଧିକାରୀଙ୍କ ମଧ୍ୟରେ ବିତର୍କ ଜୋର ଧରିଥିଲା।

୧୫ କିଲୋମିଟରରୁ ବଢି ଏବେ ୫୦ କିଲୋମିଟର ଛୁଇଁଛି ବିଏସଏଫର ପଇଁତରା
ଅନୁପ୍ରବେଶକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଏସଏଫର ପରିସୀମାକୁ ୧୫ କିଲୋମିଟରରୁ ୫୦ କିଲୋମିଟରକୁ ବୃଦ୍ଧି ପାଇଛି। ଏହି ନିୟମ ଲାଗୁ କରିବାବେଳେ ମଧ୍ୟ ମମତା ବାନାର୍ଜୀ ବିରୋଧ କରିଥିଲେ। ଆଜିର ବୈଠକରେ ବିଏସଏଫକୁ ଦିଆଯାଇଥିବା ଏହି ଅଧିକାର ଉପରେ ବଙ୍ଗୀୟ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ବୈଠକରେ ମମତା ଗୃହମନ୍ତ୍ରୀଙ୍କ ସାମ୍ନାରେ ବିଏସଏଫକୁ ଅତ୍ୟଧିକ ଅଭିଯୋଗ କରିଥିବାବେଳେ ବିଏସଏଫ ଅଧିକାରୀମାନେ ରାଜ୍ୟ ସରକାର ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି।

ବାଂଲାଦେଶ ପଟରୁ ବୃହତ ପରିମାଣରେ ବଙ୍ଗରେ ହୁଏ ଅନୁପ୍ରବେଶ
ମିଳିଥିବା ସୂଚନା ଅନୁଯାୟୀ ଦେଶର ପଶ୍ଚିମବଙ୍ଗ ଏଭଳି ଏକମାତ୍ର ରାଜ୍ୟ ଯାହାର ସୀମା ବାଂଲାଦେଶକୁ ଲାଗିଛି। ବାଂଲାଦେଶ ପଟରୁ ଅଧିକାଂଶ ସମୟରେ ବଡ଼ଧରଣର ଅନୁପ୍ରବେଶ ହୋଇଥାଏ। ଏହା ଉପରେ ଲଗାମ ଲଗାଇବାକୁ ସୀମା ସୁରକ୍ଷା ବଳ ତାର ପଇଁତରା ସୀମାକୁ ୧୫ କିମିରୁ ବଢାଇ ୫୦ କିମିରେ ପହଞ୍ଚାଇଛି। ଏହି ସୀମାରେଖା ମଧ୍ୟରେ ନଜର ରଖିବାକୁ ବିଏସଏଫ ନିକଟରେ କ୍ଷମତାକୁ ମଧ୍ୟ ବଢାଇ ଦିଆଯାଇଛି। ଏବେ ଏହି ସୀମାରେଖା ଅନ୍ତର୍ଗତ ୫୦ କିଲୋମିଟର ପର୍ଯ୍ୟନ୍ତ ନଜର ରଖୁଛି। 

ଲୋକମାନଙ୍କୁ ହତ୍ୟା କରି ସୀମା ସେପଟକୁ ଫିଙ୍ଗୁଛି ବିଏସଏଫ-ଦିଦି
ଏହି ସୀମାରେଖାରେ ବୃଦ୍ଧି କରିବା ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ କି ଏହି ସୀମାରେଖା ଅନ୍ତର୍ଗତ ଗ୍ରାମର ଲୋକମାନଙ୍କୁ ହତ୍ୟା କରି ସୀମା ସେପଟକୁ ଫିଙ୍ଗି ଦେଉଛନ୍ତି। ସେ ଆହୁରି ମଧ୍ୟ କହିଥିଲେ କି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଏସଏଫ ଅନ୍ତରାଷ୍ଟ୍ରୀୟ ବର୍ଡର ନିକଟରେ ଗାଈ ତସ୍କରୀ ହେଉଥିବା ଓ ଲୋକମାନଙ୍କୁ ହତ୍ୟା କରି ବଂଲାଦେଶ ପଟକୁ ଫିଙ୍ଗି ଦେଉଛନ୍ତି ବିଏସଏଫ ଯବାନ। କିନ୍ତୁ ତାହାର ସମସ୍ତ ଦୋଷ ପଶ୍ଚିମବଙ୍ଗ ପୋଲିସ ମୁଣ୍ଡରେ ଲଦାଯାଉଛି ବୋଲି ଦିଦି କହିଥିଲେ। 

କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସଟି ଫଣ୍ଡ ଦାବି କରିଥିଲେ ଦିଦି
ସେହି ସମୟରେ ରାଜ୍ୟ ପୁଲିସକୁ ବିଏସଏଫ ଯବାନଙ୍କୁ ଅଟକାଇବାକୁ ମମତା ବାନାର୍ଜୀ କହିଥିଲେ। ଡିସେମ୍ବର ମାସରେ ପଶ୍ଚିମବଙ୍ଗ ବିଧାନସଭାରେ ବିଏସଏଫର ଆଧିକାରିକ ଅଞ୍ଚଳକୁ ବଢାଇଥିବାକୁ ବିରୋଧ କରି ବିଲ ପାସ କରିଥିଲା। ସୀମା ସୁରକ୍ଷା ସହିତ ଏହି ବୈଠକରେ ଜିଏସଟି ଫଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଅଭିଯୋଗ କରିଥିଲେ। 

ମମତା ବାନାର୍ଜୀ କେନ୍ଦ୍ର ଉପରେ ଅଭିଯୋଗ କରିଥିଲେ କି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ସଠିକ ସମୟରେ ମିଳୁନାହିଁ। ଏଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ବାସ୍ତବ ରୂପ ଦେବାରେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। କେବଳ ମମତା ବାନାର୍ଜୀ ନୁହନ୍ତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ।