ମହାବିନାଶରେ ଶେଷ ହୋଇଗଲେ ଡାଇନେସୋର; ହେଲେ କେମିତି ବଞ୍ଚିଲେ କୁମ୍ଭୀର?
Advertisement

ମହାବିନାଶରେ ଶେଷ ହୋଇଗଲେ ଡାଇନେସୋର; ହେଲେ କେମିତି ବଞ୍ଚିଲେ କୁମ୍ଭୀର?

ଏହି ମହାବିନାଶର ମୁଖ୍ୟ କାରଣ ପୃଥିବୀ ସହିତ ସେହି କ୍ଷୁଦ୍ରଗ୍ରହ ଧକ୍କା ହେବା ଆଉ ଏହା ଫଳରେ ପୃଥିବୀର ଜଳବାୟୁ ପରିବର୍ତ୍ତନ ହୋଇଥିଲା। ​ 

ମହାବିନାଶରେ ଶେଷ ହୋଇଗଲେ ଡାଇନେସୋର; ହେଲେ କେମିତି ବଞ୍ଚିଲେ କୁମ୍ଭୀର?

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠରେ ସବୁଠାରୁ ଅଦ୍ଭୁତ ଏବଂ କୌତୁହଳପ୍ରଦ ପ୍ରାଣୀ ହେଉଛି ଡାଇନେସୋର। ପ୍ରାୟ ୬.୬ କୋଟି ବର୍ଷ ପୂର୍ବେ ପୃଥିବୀ ସହିତ କ୍ଷୁଦ୍ରଗ୍ରହ ଅର୍ଥାତ ଆଷ୍ଟ୍ରୋଏଡ ଧକ୍କା ହେବା ପରେ ସେମାନଙ୍କ ବିନାଶ ହୋଇଯାଇଥିଲା। ହେଲେ ଏହି ଘଟଣା କାରଣରୁ ହୋଇଥିବା ମହାବିନାଶରେ କୁମ୍ଭୀର ସମେତ ବହୁ ଜୀବଜନ୍ତୁ ବଞ୍ଚିଯାଇଥିଲେ। ଏହାର କାରଣ ହେଲା କୁମ୍ଭୀର ଭଳି ପ୍ରାଣୀଙ୍କ ଠାରେ ଅନେକ ବିଶେଷ ଗୁଣ ଥିଲା। ଯାହା ସେହି ସମୟରେ ସେମାନଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇନଥିଲା।

ପ୍ରାୟ ୬.୬ କୋଟି ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଏକ ବିନାଶକାରୀ ଘଟଣା ଘଟିଥିଲା ​।ଏହି କାରଣରୁ ପ୍ରାୟ ଦୁଇ-ତୃତୀୟାଂଶ ପ୍ରଜାତିର ଜୀବଜନ୍ତୁ ନଷ୍ଟ ହୋଇଯାଇଥିଲେ ଏବଂ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା। ଏହି ମହାବିନାଶର ମୁଖ୍ୟ କାରଣ ପୃଥିବୀ ସହିତ ସେହି କ୍ଷୁଦ୍ରଗ୍ରହ ଧକ୍କା ହେବା ଆଉ ଏହା ଫଳରେ ପୃଥିବୀର ଜଳବାୟୁ ପରିବର୍ତ୍ତନ ହୋଇଥିଲା। ​ ଏହି କାରଣରୁ ପୃଥିବୀର ଅଧିକାଂଶ ଜୀବଙ୍କ ବଞ୍ଚିବା ଅସମ୍ଭବ ହୋଇପଡିଥିଲେ। ଯାହା ମଧ୍ୟରେ ରହିଥିଲେ ଡାଇନେସୋର। ହେଲେ ଏହି ମହାବିନାଶରେ କୁମ୍ଭୀର ରକ୍ଷା ପାଇଯାଇଥିଲେ। ସେମାନଙ୍କ ପାଖେ ଏପରି କିଛି ବିଶେଷ କାରଣ ରହିଛି ଯାହା ଦ୍ୱାରା ସେମାନେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ।

ପ୍ରାୟ ୯ କିମି ଚଉଡା ଏହି କ୍ଷୁଦ୍ର ଗ୍ରହ ଆଧୁନିକ ମେକ୍ସିକୋ ଦେଶ ନିକଟରେ ଥିବା ଗଭୀର ସମୁଦ୍ରରେ ପଡ଼ିଥିଲା। ଏହି କାରଣରୁ ଭୂକମ୍ପ, ଜୁଆର, ତରଙ୍ଗ, ଜଙ୍ଗଲରେ ନିଆଁ ଲାଗିବା ଏବଂ ବିଷାକ୍ତ ବର୍ଷା ଭଳି ପ୍ରାକୃତିକ ଘଟଣା ଘଟିବାରେ ଲାଗିଥିଲା। ଏହି ଆଷ୍ଟ୍ରୋଏଡ ଏପରି ଏକ ସ୍ଥାନକୁ ଧକ୍କା ଦେଇଥିଲା ଯେଉଁଠାରେ ପଥର ସହଜରେ ବିସ୍ଫୋରଣ ହୋଇପାରିବ ଏବଂ ପୃଥିବୀ ଏହା ଦ୍ୱାରା ଏପରି ଭାବେ କମ୍ପିତ ହେଲା ଯେ ଅନେକ ସ୍ଥାନରେ ଆଗ୍ନେୟଗିରି ଉତ୍ପନ୍ନ ହେବାକୁ ଲାଗିଲା। ଏହି କାରଣରୁ ବିପୁଳ ପରିମାଣର ଧୂଳି ଆକାଶକୁ ଆଚ୍ଛାଦନ କଲା ଏବଂ ମାସ ମାସ ଧରି ସମଗ୍ର ପୃଥିବୀ ମେଘ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା।

Also Read: Shocking News: ପାଣିରେ ବୁଡି କୁମ୍ଭୀର ମୃତ

ଏହି ସମସ୍ତ ଘଟଣାର ଫଳାଫଳ ଏହା ଆସିଲା ଯେ ପୃଥିବୀ ଅନ୍ଧକାରରେ ବୁଡ଼ିଗଲା ଏବଂ ଏକ ଦୀର୍ଘ ଦିନ ଧରି ଶୀତ ଦିନ ଲାଗି ରହିଥିଲା। ସୂର୍ଯ୍ୟ କିରଣ ଅଭାବରୁ ଗଛ ଲତା ସବୁ ମରିବା ଆରମ୍ଭ କରିଥିଲେ। ଏହା ପରେ ଉଦ୍ଭିଦ ଖାଉଥିବା ପଶୁଙ୍କ ପାଳି ଆସିଥିଲା ଏବଂ ଏହା ପରେ ମାଂସ ଖାଉଥିବା ପଶୁଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡି଼ଥିଲା। ଏହାର ଫଳାସ୍ୱରୂପ ପ୍ରାୟ ଦୁଇ ତୃତୀୟାଂଶ ପ୍ରାଣୀ ପ୍ରଜାତି ପୃଥିବୀ ପୃଷ୍ଠରୁ ଗାଏବ ହୋଇଯାଇଥିଲେ।

ହେଲେ ଏହା ସତ୍ତ୍ୱେ ଅନେକ ପ୍ରାଣୀ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଏହା ମଦ୍ୟରେ ଡାଇନେସୋରଙ୍କ ଏକ ଗୋଷ୍ଠୀ ମଧ୍ୟ ବଞ୍ଚିରହିବାରେ ସଫଳ ହୋଇଥିଲା କାରଣ ସେମାନେ ଖାଦ୍ୟ ସନ୍ଧାନରେ ଉଡ଼ିବା ଏବଂ ଅନ୍ୟ ସ୍ଥାନକୁ ଯିବାର କ୍ଷମତା ସେମାନଙ୍କ ପାଖେଥିଲା। ସେମାନଙ୍କ ପଞ୍ଝା ସେମାନଙ୍କୁ ଶୀତ ଦାଉରୁ ରକ୍ଷା କରିଥିଲା ​​ଏବଂ ସେମାନଙ୍କ ଥଣ୍ଟ ଭୂମିରେ ମୃତ ଉଦ୍ଭିଦ ନିକଟରେ ପୋତି ହୋଇଥିବା ମଞ୍ଜି ଖାଇପାରୁଥିଲେ। ଆଶ୍ଚର୍ଯ୍ୟର କଥା ଏହି ବଞ୍ଚିଥିବା ଡାଇନୋସର ବର୍ତ୍ତମାନ ମଧ୍ୟ ଜୀବିତ, ଯାହାକୁ ଆମେ ପକ୍ଷୀ ବୋଲି କହିଥାଉ।

ପକ୍ଷୀଙ୍କ ବ୍ୟତୀତ ଅନ୍ୟ ଏକ ପ୍ରାଣୀ ଥିଲେ ଯେଉଁମାନେ ନିଜକୁ ବଞ୍ଚାଇ ପାରିଥିଲେ। ଆଉ ସେମାନେ ଥିଲେ କୁମ୍ଭୀର। ସେମାନେ ଉଡି ପାରିଲେ ନାହିଁ, ଡେଣା ନଥିଲେ କିମ୍ବା ମଞ୍ଜି ଖାଇଲେ ନାହିଁ, ତଥାପି ସେମାନେ ବଞ୍ଚିବାରେ ସଫଳ ହୋଇଥିଲେ। କୁମ୍ଭୀରର ଶରୀର ବହୁତ କମ୍ ଶକ୍ତି ବ୍ୟବହାର କରେ, ସେମାନେ ଏପରି ଶୋଇଥାନ୍ତି ଏବଂ ସେମାନଙ୍କ ହୃଦସ୍ପନ୍ଦନ ମଧ୍ୟ ବହୁତ ଧିର ହୋଇଯାଏ। ସେଥିପାଇଁ ସେମାନେ ଦୀର୍ଘ ସମୟ ଧରି, ଏକ ଘଣ୍ଟାରୁ ଅଧିକ ସମୟ ବିନା ଶ୍ୱାସକ୍ରିୟାରେ ସେମାନେ ପାଣଇରେ ବହୁତ ସମୟ ଧରି ରହି ପାରିଥାନ୍ତି।

Also Read: ବାଜ୍ରିଲରେ ଦେଖାଗଲା ୫୦ ଫୁଟ ଲମ୍ବର ଦୈତ୍ୟକାୟ ଆନାକୋଣ୍ଡା, ଦେଖନ୍ତୁ ଭିଡିଓ

କୁମ୍ଭୀର ବିନା ଖାଦ୍ୟରେ ମାସ ମାସ ଧରି ବଞ୍ଚିପାରନ୍ତି ଏବଂ ବେଳେବେଳେ ଏହି ବ୍ୟବଧାନ ଏକ ବର୍ଷରୁ ଅଧିକ ହୋଇପାରେ। ସେମାନଙ୍କ ଏହି କ୍ଷମତା ସେମାନଙ୍କୁ ଅନେକାଂଶରେ ସହାୟକ ହୋଇଥିଲା। ଯେତେବେଳେ କ୍ଷୁଦ୍ରଗ୍ରହ ପୃଥିବୀ ସହ ଆସି ଧକ୍କା ହୋଇଥିଲା ସେତେବେଳେ ଜୀବଜନ୍ତୁଙ୍କୁ ଖାଦ୍ୟ ମିଳିବା କଷ୍ଟକର ହୋଇପଡି଼ଥିଲା।  

ଅନ୍ୟପକ୍ଷେ ଡାଇନେସୋର ସେମାନଙ୍କ ଠାରୁ ଅଧିକ ସକ୍ରିୟ ଥିଲେ। ଯାହାର ଅର୍ଥ ହେଉଛି ସେମାନେ ଅଧିକ ଶକ୍ତି ଆବଶ୍ୟକ କରୁଥିଲେ। ବିଶେଷତ ମାଂସ ଖାଉଥିବା ୱେଲୋସିରେପ୍ଟର୍ସଙ୍କ କ୍ଷେତ୍ରରେ ଏହା ଘଟିଥିଲା । ଖାଦ୍ୟ ବିନା ସେମାନେ ଶୀଘ୍ର ମରିଯାଇ ଥାଇପାରନ୍ତି।

କୁମ୍ଭୀର ଏପରି ସ୍ଥାନରେ ବାସ କରୁଥିଲେ ଯେଉଁଠାରେ ସବୁଜ ଉଦ୍ଭିଦ ସମାପ୍ତି ହେବାର ପ୍ରଭାବ ଅନୁଭୂତ ହେଉନଥିବ। ଗଛ ଲତା ଶେଷ ପ୍ରକ୍ରିୟା ଆରମ୍ଭ ହେବା ସତ୍ତ୍ୱେ କୁମ୍ଭୀର ଭଳି ବିନାଶମୁହାଁ ହୋଇନଥିଲେ। ଏହି ପ୍ରାଣୀ ହ୍ରଦ, ନଦୀ, ସମୁଦ୍ର କୂଳ ଭଳି ଜଳାଶୟ ରହିଥିବା ଅଞ୍ଚଳରେ ବସବାସ କରୁଥିଲେ। ବିନାଶରୁ ବର୍ତ୍ତିଯାଇଥିବା ଜୀବ ମୃତ ଉଦ୍ଭିଦରୁ ନିର୍ମିତ ପଦାର୍ଥ ଖାଉଥିବା ଜୀବଜନ୍ତୁ ନିଶ୍ଚିତ ଭାବରେ ଜୀବିତ ରହିଥିବେ। ଯାହାକୁ କୁମ୍ଭୀର ଖାଦ୍ୟ ଭାବେ ଗ୍ରହଣ କରିଥାଇପାରେ। 

ଏଭଳି ଉପାୟରେ ମଣିଷର ପିତୃପୁରୁଷ ବଞ୍ଚି ରହିବାରେ ସକ୍ଷମ ହୋଇଥାଇପାରେ ବୋଲି କୁହାଯାଇପାରେ। ଏହି ଛୋଟ ସ୍ତନ୍ୟପାୟୀ ପ୍ରାଣୀ ଯେଉଁମାନେ ଡାଇନେସୋରର ଶେଷ ସମୟରେ ବାସବାସ0 କରୁଥିଲେ। ଏହି ମହାବିନାଶରେ ସେମାନଙ୍କୁ ବୃଦ୍ଧି ହେବାର ଏକ ସୁଯୋଗ ମିଳିଥାଇପାରେ ଯେଉଁ କାରଣରୁ ଆଜି ଆମେ ଦୁନିଆରେ ମଣିଷ ସମେତ ଅନେକ ସ୍ତନ୍ୟପାୟୀ ପ୍ରାଣୀ ଦେଖିବାକୁ ପାଇଥାଉ। ଏଥିରେ ମୁଖ୍ୟତ  ମୂଷା ରହିଥିଲେ ଯିଏ କୀଟପତଙ୍ଗ ଖାଇଥାନ୍ତି। ଏହି କୀଟପତଙ୍ଗ ମୃତ ପତ୍ର ଏବଂ ଗଛର ବକ୍କଳ ଖାଉଥିଲେ।