Delhi: ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ଲାଗିଲା ବଡ଼ ଝଟକା, ବର୍ତ୍ତମାନ ପାଇବେ ନାହିଁ ଏହି ସୁବିଧା
Advertisement

Delhi: ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ଲାଗିଲା ବଡ଼ ଝଟକା, ବର୍ତ୍ତମାନ ପାଇବେ ନାହିଁ ଏହି ସୁବିଧା

Rouse Avenue Court on Satyendar Jain: ତିହାରରେ ବନ୍ଦ ଥିବା ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ପେଶାଲ ଖାଦ୍ୟ ଯୋଗାଇବା ପାଇଁ ହୋଇଥିବା ଆବେଦନ ଉପରେ ଆଜି ରୋଜ୍ ଏଭିନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା । ଶୁଣାଣି ସମୟରେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Rouse Avenue Court on Satyendar Jain: ତିହାରରେ ବନ୍ଦ ଥିବା ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ (Satyendar Jain) ସ୍ୱତନ୍ତ୍ର ଖାଦ୍ୟ ଯୋଗାଇବା ପାଇଁ ଆବେଦନ ଉପରେ ଆଜି ରୋଜ୍ ଏଭିନ୍ୟୁ କୋର୍ଟରେ (Rouse Avenue Court) ଶୁଣାଣି ହୋଇଥିଲା । ଶୁଣାଣି ସମୟରେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ଆବେଦନରେ ସତ୍ୟେନ୍ଦ୍ର ଜୈନ ଜେଲରେ ଶୁଖିଲା ଖାଦ୍ୟ ଓ ଫଳ ଦେବାକୁ ଦାବି କରିଥିଲେ ମଧ୍ୟ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିରଖୁଛୁ ଯେ, ସତ୍ୟେନ୍ଦ୍ର ଜୈନଙ୍କ ତରଫରୁ ତାଙ୍କର ଧାର୍ମିକ ଉପବାସ ଯୋଗୁଁ ସ୍ୱତନ୍ତ୍ର ଖାଦ୍ୟ ପାଇଁ ଦାବି କରିଥିଲା । ଗତ ଶୁକ୍ରବାର ଦିନ ମଧ୍ୟ ଏହି ମାମଲାରେ ଶୁଣାଣି ହୋଇଥିଲା ।

ଜେଲରେ ତାଙ୍କୁ ସାଧାରଣ ଖାଦ୍ୟ ଓ ଚିକିତ୍ସା ସୁବିଧା ମଧ୍ୟ ଦିଆଯାଉ ନାହିଁ ବୋଲି ସତ୍ୟେନ୍ଦ୍ର ଜୈନ ଅଭିଯୋଗ କରିଛନ୍ତି । ଆବେଦନରେ ଦର୍ଶାଯାଇଛି ଯେ ସତ୍ୟନେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ଦିନ ଠାରୁ ସେ ମେ ୩୧ ରେ ଜୈନ ମନ୍ଦିରକୁ ଯାଇ ପାରିବେ ନାହିଁ । ଜୈନ ଧର୍ମର ଜଣେ ଅନୁଗାମୀ ହୋଇ ସେ ଏକ ଧାର୍ମିକ ଉପବାସ ପାଳନ କରୁଛନ୍ତି, କିନ୍ତୁ ତାଙ୍କୁ ରନ୍ଧା ଖାଦ୍ୟ, ଡାଲି, ଶସ୍ୟ ଓ ଦୁଗ୍ଧଜାତ ଦ୍ରବ୍ୟ ଦିଆଯାଉ ନାହିଁ ।

ସତ୍ୟେନ୍ଦ୍ର ଦାବି କରିଛନ୍ତି ଯେ ସେ ଜୈନ ଧର୍ମକୁ ଅନୁସରଣ କରନ୍ତି । ଏଥି ସହିତ ଜେଲ ପ୍ରଶାସନ ଏହି ଅଭିଯୋଗକୁ ଅସ୍ୱୀକାର କରି କୋର୍ଟଙ୍କୁ କହିଛନ୍ତି ଯେ କୌଣସି କଏଦୀଙ୍କୁ ସମ୍ପୃକ୍ତ ପ୍ରଶାସନ ବିଶେଷ ସୁବିଧା ଦେବ ବୋଲି ଆଶା କରିବା ଭୁଲ ଅଟେ । ଜେଲ ପ୍ରଶାସନ ଦାବି କରିଛି ଯେ ସମସ୍ତ ବନ୍ଦୀଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଜାତି, ଧର୍ମ ଓ ବର୍ଣ୍ଣ ଆଧାରରେ କୌଣସି ଭେଦଭାବ ନାହିଁ ।

୨୦୧୭ ମସିହାରେ ସିବିଆଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଅର୍ଥ ହେରଫେର ମାମଲାରେ ଜୈନଙ୍କୁ ଗିରଫ କରିଥିଲା । ନଭେମ୍ବର ୧୭ ରେ, ଏହି ମାମଲା ଓ ଅନ୍ୟ ଦୁଇଟି ମାମଲାରେ ଜୈନଙ୍କୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଥିଲେ । ସତ୍ୟେନ୍ଦ୍ର ଜୈନ ତାଙ୍କ ସହ ଜଡିତ ଥିବା ଚାରିଟି କମ୍ପାନୀ ମାଧ୍ୟମରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଆଜି ସତ୍ୟେନ୍ଦ୍ର ଜୈନଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ଜେଲ ସେଲ ଭିତରେ ତିହାର ଜେଲର ଜଣେ ଅଧୀକ୍ଷକଙ୍କୁ ଭେଟିଥିବାର ନଜର ଆସିଛନ୍ତି । ଏହାପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କ ଦୁଇଟି ଭିଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି ।

ଏହା ବି ପଢ଼ନ୍ତୁ: Vikram Gokhle Death: ଆରପାରିରେ ଭେଟେରାନ ଅଭିନେତା ବିକ୍ରମ ଗୋଖଲେ

ଏହା ବି ପଢ଼ନ୍ତୁ: ISRO କଲା ଆଉ ଏକ କମାଲ, ଏକାସାଙ୍ଗରେ ଉତକ୍ଷେପଣ କଲା ଏତିକି ଉପଗ୍ରହ, ଦେଖନ୍ତୁ Video