ଦିଲ୍ଲୀ ଦଙ୍ଗା ୨୦୨୦: କ'ଣ ବିରୋଧି ଦଳ ନେତାଙ୍କ ବିବାଦୀୟ ଭାଷଣ ନିଆଁରେ ଢାଳିଥିଲା କି ଘିଅ?
Advertisement

ଦିଲ୍ଲୀ ଦଙ୍ଗା ୨୦୨୦: କ'ଣ ବିରୋଧି ଦଳ ନେତାଙ୍କ ବିବାଦୀୟ ଭାଷଣ ନିଆଁରେ ଢାଳିଥିଲା କି ଘିଅ?

ଦିଲ୍ଲୀ ଦଙ୍ଗା (Delhi Riot 2020) ଘଟଣାରେ ପୋଲିସ ପକ୍ଷରୁ ଦାଏର ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି ସିଏଏ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନ ସମୟରେ ବିବାଦୀୟ ଭାଷଣ ହେଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ, ଉଦିତ ରାଜ, ସିପିଏମ ନେତ୍ରୀ ବୃନ୍ଦା କରାତ । 

ଦିଲ୍ଲୀ ଦଙ୍ଗା ୨୦୨୦: କ'ଣ ବିରୋଧି ଦଳ ନେତାଙ୍କ ବିବାଦୀୟ ଭାଷଣ ନିଆଁରେ ଢାଳିଥିଲା କି ଘିଅ?

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ-ସିଏଏ (CAA-Citizenship Amendment Act) ବିରୁଦ୍ଧରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣା ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛ । ଏ ପ୍ରସଙ୍ଗରେ ବିରୋଧି ଦଳର ନେତାଙ୍କ ପକ୍ଷରୁ ଦିଆଯାଇଥିବା ବିବାଦୀୟ ଭାଷଣ (Controversial Speech) କାରାଣରୁ ଉତ୍ତେଜିତ ହୋଇପଡିଥିଲେ ଦଙ୍ଗାକାରୀ । ଆଉ ସେମାନଙ୍କ ଦ୍ୱାରା ହୋଇଥିବା ଦଙ୍ଗା କାରଣରୁ ୫୫ ଲୋକଙ୍କ ମୃତ୍ୟୁ ଘଟିଥିବା ବୋଲି ଦିଲ୍ଲୀ ପୋଲିସ (Delhi Police) ପକ୍ଷରୁ ହୋଇଥିବା ଯାଞ୍ଚରୁ ଜଣାପଡିଛି । 
   
ଦିଲ୍ଲୀ ଦଙ୍ଗା (Delhi Riot 2020) ଘଟଣାରେ ପୋଲିସ ପକ୍ଷରୁ ଦାଏର ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି ସିଏଏ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନ ସମୟରେ ବିବାଦୀୟ ଭାଷଣ ହେଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ (Congress Leader Salman Khurshid), ଉଦିତ ରାଜ (Udit Raj), ସିପିଏମ ନେତ୍ରୀ ବୃନ୍ଦା କରାତ (CPM Leader Brunda Karat)। 

ସେମାନଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ଭାଷଣ କାରଣରୁ ଦଙ୍ଗାକାରୀ ଉତ୍ତେଜିତ ହେବା ସହ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲା । ଦିଲ୍ଲୀ ପୋଲିସ ଦ୍ୱାରା ଦାଏର ଚାର୍ଜସିଟରେ କୁହାଯାଇଛି ଭାରତୀୟ ପିଙ୍ଗଳ କୋଡ-ଆଇପିସି (IPC-Indian Penal Code) ଧାରା ୧୬୧ ଅନୁସାରେ ହୋଇଥିବା ରେକର୍ଡ ଅନୁଯାୟୀ ବିଭିନ୍ନ ବିରୋଧି ଦଳର ନେତାଙ୍କ ପକ୍ଷରୁ ଖୁରେଜୀସ୍ଥିତ ଧାରଣାସ୍ଥଳରେ ବିବାଦୀୟ ଭାଷଣ ପ୍ରଦାନ କରିଥିଲେ । 

ଦିଲ୍ଲୀ ଦଙ୍ଗା ଘଟଣାରେ  ପୋଲିସ ମିଳିଥିବା ସାକ୍ଷ୍ୟ ଅନୁସାରେ ସିଏଏ ସମେତ ଜାତୀୟ ଜନସଂଖ୍ୟା ରେଜିଷ୍ଟର-ଏନପିଆର (National Population Register-NPR), ଜାତୀୟ ନାଗରିକତା ପଞ୍ଜିକା-ଏନଆରସି (National Register of Citizens-NRC) ବିରୁଦ୍ଧରେ ଖୁରେଜୀସ୍ଥିତ ଧାରଣାସ୍ଥଳରେ ବିବାଦୀୟ ଭାଷଣ ଦେଇଥିଲେ ଜେନଏୟୁ ଛାତ୍ର (JNU Student) ଉମର ଖାଲିଦ (Umar Khalid) ଙ୍କ ସମେତ ଉପରୋକ୍ତ ବିରୋଧି ଦଳର ନେତା । 

ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (US Prez Donatlt Trump) ଭାରତ ଗସ୍ତ (India Tour) କରିଥିଲେ, ସେତେବେଳେ ଅନେକ ସିଏଏ ବିରୋଧି କହିଥିଲେ ଆମେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଗସ୍ତକୁ ସଫଳ ହେବାକୁ ଦେବୁ ନାହିଁ । ଏହା ପରେ ଚଳିତ ବର୍ଷ ଫେବୃଆରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀ (North-East Delhi) ରେ ସାମ୍ପ୍ରଦାୟିକ ଦଙ୍ଗା (Communal Riot) ଆରମ୍ଭ ହୋଇଥିଲା । ଏନେଇ ହୋଇଥିବା ହିଂସାକାଣ୍ଡରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇ ଥିବାବେଳେ ୨୦୦ ଲୋକ ଆହତ ହୋଇଥିଲେ ।