Delhi: ହୋଲି ଖେଳ ନାମରେ ଜାପାନୀ ଯୁବତୀଙ୍କ ସହ ଅସଦାଚରଣ, ଭିଡ଼଼ିଓ ଭାଇରାଲ ପରେ ପୋଲିସ ତଦନ୍ତ ଆରମ୍ଭ
trendingNow,recommendedStories0/zeeodisha/odisha1604362

Delhi: ହୋଲି ଖେଳ ନାମରେ ଜାପାନୀ ଯୁବତୀଙ୍କ ସହ ଅସଦାଚରଣ, ଭିଡ଼଼ିଓ ଭାଇରାଲ ପରେ ପୋଲିସ ତଦନ୍ତ ଆରମ୍ଭ

Japanese Lady Misbehaved During Holi: ହୋଲି ସମୟରେ ଅସଦାଚରଣର ଶୀକାର ହୋଇଛନ୍ତି ଜାପାନୀ ଯୁବତୀ। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଏହାର ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ। 

Delhi: ହୋଲି ଖେଳ ନାମରେ ଜାପାନୀ ଯୁବତୀଙ୍କ ସହ ଅସଦାଚରଣ, ଭିଡ଼଼ିଓ ଭାଇରାଲ ପରେ ପୋଲିସ ତଦନ୍ତ ଆରମ୍ଭ

Japanese Lady Misbehave Case Delhi: ହୋଲି ଖେଳ ନାମରେ ବିଦେଶୀ ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗ। ଏହି ଘଟଣାର ଭିଡ଼଼ିଓ ଭାଇରାଲ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହୋଲି ଅବସରରେ ଘଟିଯାଇଛି ଏଭଳି ଘଟଣା। ହୋଲି ଦିନ ଦିଲ୍ଲୀରେ ଜଣେ ଜାପାନୀ ଯୁବତୀଙ୍କ ସହ ଅସଦାଚରଣ, ଦୁର୍ବ୍ୟବହାର, ଉତ୍ପୀଡନ କରାଯିବା ସହ ମାରପିଟ କରାଯାଇଛି। 

ଏନେଇ ମିଳିଥିବା ଖବର ଅନୁସାରେ ହୋଲି ଖେଳିବା ସମୟରେ ଗୋଟିଏ ଗୋଷ୍ଠୀ ଜାପାନୀ ଯୁବତୀଙ୍କ ସହିତ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏହି ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଅଭିଯୋଗ ଦାଖଲ କରାଯାଇନାହିଁ। କିନ୍ତୁ ଦିଲ୍ଲୀ ପୋଲିସ ଏହି ଘଟଣା ବାବଦରେ ଅବଗତ ହେବା ପରେ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି।

ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣାର ଭିଡ଼଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଦଳେ ଯୁବକ ଜଣେ ଜଣେ ଜାପାନୀ ଯୁବତୀଙ୍କୁ ଘେରି ଯାଇ ତାଙ୍କ ଉପରେ ଜବରଦସ୍ତ ରଙ୍ଗ ଲଗାଉଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ସେହି ବିଦେଶୀ ଯୁବତୀଙ୍କ ମୁଣ୍ଡରେ ଅଣ୍ଡା ଭାଙ୍ଗୁଥିବାର ଦେଖିବାକୁ ମିଳୁଛି। ଯୁବକଙ୍କ ଦ୍ୱାରା ଘେରି ହୋଇ ରହିଥିବା ଯୁବତୀ ଜଣଙ୍କ ସେମାନଙ୍କ କବଳରୁ କୌଣସି ପ୍ରକାରେ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଛନ୍ତି। ଯେତେବେଳେ ଜାପାନୀ ଯୁବତୀ ଜଣଙ୍କ ଯୁବକଙ୍କ କବଳରୁ ଖସିଯିବାକୁ ଚାହୁଁଛନ୍ତି ସେତେବେଳେ ଅନ୍ୟ କେହି ଜଣେ ଆସି ତାଙ୍କୁ ଧରିବାକୁ ଚେଷ୍ଟା କରନ୍ତି। ଏଭଳି ପରିସ୍ଥିତିରେ ଯୁବତୀ ଜଣଙ୍କ ତାଙ୍କୁ ବିରୋଧ କରି ଏକ ଚାପୁଡ଼ା ମାରିଥିଲା। ରଙ୍ଗ ଲାଗିବା ପରେ ସେହି ବିଦେଶୀ ଯୁବତୀଙ୍କୁ ଚିହ୍ନିବା କଷ୍ଟ ହୋଇପଡୁଛି।   

ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ପୋଲିସ। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଏହି ଘଟଣା ପାହାଡଗଡ଼ ଅଞ୍ଜଳର ବୋଲି ଜଣାପଡୁଛି। ହେଲେ ଏହାକୁ ନିଶ୍ଚିତ କରାଯାଇ ପାରିନାହିଁ। ଏହି ଘଟଣା ସେଠାରେ ଘଟିଛି ନା ନାହିଁ ଏବଂ ଏହି ଭିଡ଼ିଓ ନୂଆ ନା ପୁରୁଣା ତାହାର ଯାଞ୍ଚ କରାଯିବ। ପାହାଡଗଞ୍ଜ ଥାନାରେ କୌଣସି ବିଦେଶୀ ନାଗରିକଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିବା ନେଇ କୌଣସି ଅଭିଯୋଗ କିମ୍ବା ଫୋନ୍ କଲ ଆସିନାହିଁ।

ପୋଲିସ ପକ୍ଷରୁ କୁହାଯାଇଛି ଯୁବତୀଙ୍କ ପରିଚୟ କିମ୍ବା ଘଟଣାର ଅନ୍ୟ କୌଣସି ବିବରଣୀ ସମ୍ପର୍କରେ ସହାୟତା ପାଇଁ ଜାପାନ ଦୂତାବାସକୁ ଏକ ଇ-ମେଲ ପଠାଯାଇଛି। ପୋଲିସ ବିଟ ଡିଭିଜନ ଅଧିକାରୀ ତଥା ସ୍ଥାନୀୟ ଗୁପ୍ତଚର ଏଜେନ୍ସି ମାଧ୍ୟମରେ ସମ୍ପୃକ୍ତ ଯୁବତୀଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରାଯାଉଛି। ପରିଚୟ ଯାଞ୍ଚ ହେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଅନେକ ଲୋକ ଏହି ଭାଇରାଲ ଭିଡ଼ିଓ ଦିଲ୍ଲୀ ପୋଲିସ ଏବଂ ମହିଳା ଆୟୋଗ ଉଦ୍ଦେଶ୍ୟରେ ଟ୍ୟାଗ କରିଛନ୍ତି। ଜାତୀୟ ମହିଳା ଆୟୋଗ ପୀଡିତା ଜାପାନୀ ଯୁବତୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି।

 

Trending news