Pollution in Delhi: ଦିପାବଳୀ ପରେ ବିଗିଡ଼ିଗଲା ସ୍ଥିତି, ବିଷାକ୍ତମୟ ହୋଇଗଲା ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ
Advertisement

Pollution in Delhi: ଦିପାବଳୀ ପରେ ବିଗିଡ଼ିଗଲା ସ୍ଥିତି, ବିଷାକ୍ତମୟ ହୋଇଗଲା ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ

Delhi Air Quality after Diwali: ଦିୱାଲି ଅବସରରେ ଫୁଟା ଯାଇଥିବା ବାଣ କାରଣରୁ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି। 

Pollution in Delhi: ଦିପାବଳୀ ପରେ ବିଗିଡ଼ିଗଲା ସ୍ଥିତି, ବିଷାକ୍ତମୟ ହୋଇଗଲା ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ

Delhi AQI after Diwali: ଦିପାବଳୀ ପରେ ବିଗିଡି ଯାଇଛି ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁମଣ୍ଡଳ। ଦିୱାଲି ଅବସରରେ ଫୁଟା ଯାଇଥିବା ବାଣ କାରଣରୁ ଏଠାରେ ପ୍ରଦୂଷଣ ବହୁତ ବୃଦ୍ଧି ପାଇଛି। ପ୍ରଦୂଷଣ ହେତୁ ଦିଲ୍ଲୀର ବାୟୁ ପ୍ରଦୂଷିତ ହୋଇସାରିଛି। ଦୀପାବଳି ସନ୍ଧ୍ୟାରୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି। 

ଏଭଳି ସମାନ ପରିସ୍ଥିତି ଦିଲ୍ଲୀ (Delhi) ସନ୍ନିକଟସ୍ଥ ନୋଏଡା ଏବଂ ଗୁରୁଗ୍ରାମ (NOIDA and Gurugram) ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ନିଷେଧାଦେଶ ଜାରି ହେବା ସତ୍ତ୍ୱେ ଦିପାବଳୀରେ (Diwali) ଲୋକେ ବାଣ ପୁଟାଇବାରୁ (Firecracker Burst) ବିରତ ହୋଇନାହାଁନ୍ତି। ପ୍ରଦୂଷଣ ବୃଦ୍ଧି କାରଣରୁ ଆଗାମୀ କିଛି ଦିନ ପାଇଁ ଦିଲ୍ଲୀ-ଏନସିଆର ଅଞ୍ଚଳରେ (Delhi NCR Region) ଧୂଆଁର ଚାଦର ଦେଖିବାକୁ ମିଳିପାରେ। ଏହା ପୂର୍ବରୁ ଆଶଙ୍କା କରାଯାଉଥିଲା ଯେ ରାଷ୍ଟ୍ରୀୟ ରାଜଧାନୀ (National Capital Delhi) ବାୟୁରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପାରେ। 

ଦିୱାଲୀ ରାତିରେ ଦିଲ୍ଲୀ-ନୋଏଡା ଅଞ୍ଚଳର (Delhi NOIDA Region) ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ଅତ୍ୟନ୍ତ ଖରାପ ବର୍ଗକୁ ଚାଲିଯାଇଛି। ଦିଲ୍ଲୀରେ ଏକ୍ୟୁଆଇ ୩୨୩ ଏବଂ ନୋଏଡାରେ ୩୪୨  ରହିଥିବାର ରେକର୍ଡ କରାଯାଇଛି। ଦିଲ୍ଲୀର କେତେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ପାଳ ଜଳିବା ଘଟଣା ବୃଦ୍ଧି ପାଇବା ଏବଂ ଅନୁକୂଳ ପାଣିପାଗ ପରିସ୍ଥିତି କାରଣରୁ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ସକାଳ ପାଞ୍ଚଟା ବେଳେ ଗୁରୁଗ୍ରାମରେ ଏକ୍ୟୁଆଇ ୨୪୫ ରହିଥିବାର ରେକର୍ଡ କରାଯାଇଛି।

Also Read: Delhi NCR: ଆରମ୍ଭରୁ ଅସମ୍ଭାଳ, ଆଗକୁ କେତେ?

ବାୟୁ ଗୁଣବତ୍ତା ପ୍ରଣାଳୀ (Air Quality System) ଏକ୍ୟୁଏସ (AQS) ଏବଂ ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (System of Air Quality and Weather Forecasting and Research) ଏସଏଏଫଏଆର (SAFAR) ପୂର୍ବାନୁମାନ କରିଥିଲା ​​ଯେ ଯଦି ଗତ ବର୍ଷ ଭଳି ବାଣ ଫୁଟାଯାଏ, ତାହେଲେ ଦୀପାବଳି ରାତିରେ ବାୟୁ ଗୁଣବତ୍ତା ଗୁରୁତର ସ୍ତରକୁ ଏବଂ ରେଡ୍ ଜୋନ୍ ମଧ୍ୟକୁ ଚାଲି ଯାଇପାରେ।

କଟକଣା ଜାରି ହେବା ସତ୍ତ୍ୱେ ଦିପାବଳୀ ସନ୍ଧ୍ୟାର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଜବରଦସ୍ତ ବାଣ ଫୁଟାଇଛନ୍ତି ଲୋକେ। ବାଣରୁ ନିର୍ଗତ ହେଉଥିବା ଧୂଆଁ କାରଣରୁ ଅନେକ ଲୋକ ଆଖି ପୋଡୁଥିବାପ ଅଭିଯୋଗ ହୋଇଥିଲେ। ଦକ୍ଷିଣ ଦିଲ୍ଲୀର ପୂର୍ବ କୈଳାଶ, ନେହେରୁ ପ୍ଲେସ୍, ମୁଲଚନ୍ଦ ସମେତ ଅନ୍ୟାନ୍ୟ ଅଞ୍ଚଳରେ ସନ୍ଧ୍ୟା ସମୟରେ ବାଣ ଫୁଟାଇବାର ଶବ୍ଦ ଶୁଣିବାକୁ ମିଳିଥିଲା। ବୁରାରୀ ଠାରେ ରହୁଥିବା ଜଣେ ଲୋକ କହିଛନ୍ତି ଯେ, ସେମାନେ ଶିକ୍ଷିତ ଲୋକ, ତଥାପି ସେମାନେ ଏହା କରୁଛନ୍ତି। ପିଲାମାନେ ଏଥିରୁ କ'ଣ ଶିଖିବେ? 

ପୂର୍ବ ଏବଂ ଉତ୍ତର ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନାଗର, ମୟୂର ବିହାର, ଶାହାଦରା, ଯମୁନା ବିହାର ସମେତ ଅନେକ କ୍ଷେତ୍ରରେ ପରିସ୍ଥିତି ସମାନ ରହିଥିଲା। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏଥର ବାଣ ଫୁଟାଇବାର ଶବ୍ଦ ଗତ ବର୍ଷ ତୁଳନାରେ କମ୍ ଥିଲା। ହେଲେ ରାତି  ୯ଟା ପରେ ବାଣ ଶବ୍ଦ ବଢି ୟାଇଥିଲା।

କିପରି ମପାଯାଏ ବାୟୁର ଗୁଣବତ୍ତା ମାନ?

  • ୦-୫୦: ଉତ୍ତମ
  • ୫୧-୧୦୦: ସନ୍ତୋଷଜନକ
  • ୧୦୧-୨୦୦: ମଧ୍ୟମ
  • ୨୦୧-୩୦୦: ଖରାପ
  • ୩୦୦-୪୦୦: ବହୁତ ଖରାପ
  • ୪୦୧-୫୦୦: ଗମ୍ଭୀର