Arvind Kejriwal: ଦିଲ୍ଲୀରେ ଗଡ଼ିବ ୧୫୦୦ ଇ-ସ୍କୁଟର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
Advertisement

Arvind Kejriwal: ଦିଲ୍ଲୀରେ ଗଡ଼ିବ ୧୫୦୦ ଇ-ସ୍କୁଟର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

Arvind Kejriwal: ଦିଲ୍ଲୀରେ ୨୫୦ଟି ସ୍ଥାନରେ ଗଡ଼ିବ ୧୫୦୦ଟି ଇ-ସ୍କୁଟର । ଦ୍ୱାରିକାରୁ ଇ-ସ୍କୁଟରର ପାଇଲଟ ପ୍ରୋଜେକ୍ଟ ଲଞ୍ଚ କରିବା ନେଇ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Arvind Kejriwal: ନିଜର କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ( Arvind Kejriwal) ସହରକୁ ସରସ ସୁନ୍ଦର ଓ ସୁବିଧା ଜନିତ କରିବା ପାଇଁ କୌଣସି ପଦକ୍ଷେପ ହାତଛଡ଼ା କରିନଥାଆନ୍ତି । ସରକାରଙ୍କର ପାଇଲଟ ପ୍ରୋଜେକ୍ଟ (Pilot Project) ଶେଷ ମାଇଲ ସଂଯୋଗ (The Last Mile Connectivity) କୁ ଦୃତଗତିରେ ଆଗକୁ ବଢାଇବା ପାଇଁ ସେ ପୁଣି ୨ଟି ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହା ହେଉଛି ଦିଲ୍ଲୀ (Delhi) ୧୪୦୦ କିଲୋମିଟର ରାସ୍ତାର ନବୀକରଣ ଓ ଇ-ସ୍କୁଟର ପ୍ରଚଳନ।

କେଜ୍ରିୱାଲଙ୍କର ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏକ ସାମ୍ବାଦିକ ସମ୍ମିଳନୀ (Press Conference) ରେ କେଜ୍ରିୱାଲ କହିଛନ୍ତି, “  ମୁଁ ଗତ କିଛି ବର୍ଷ ଧରି The Last Mile Connectivity ପ୍ରୋଜେକ୍ଟରେ କାର୍ଯ୍ୟ କରିଆସୁଛି | ବର୍ତ୍ତମାନ ଏହି ପ୍ରୋଜେକ୍ଟ ଜୋରସୋରରେ ଚାଲିଛି। ଏହା ଅଧୀନରେ ଦିଲ୍ଲୀର ମୋଟ ୧୪୦୦ କିଲୋମିଟର ସଡ଼କ ମରାମତି କରାଯିବ | ଚଳିତ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଏହି ପ୍ରକଳ୍ପ ପାଇଁ କାର୍ଯ୍ୟ ଅର୍ଡର ଶେଷ ହେବ ଓ ଏହା ଏପ୍ରିଲ ୧ରୁ ଆରମ୍ଭ ହୋଇ ଛଅ ମାସ ମଧ୍ୟରେ ଶେଷ ହେବାର ସମ୍ଭାବନା ରହିଛି। ଏହାଛଡା ରାସ୍ତାର ଉଭୟ ପାର୍ଶ୍ୱରେ ଓ ଖାଲି ସ୍ଥାନରେ ବିରାଟ ବୃକ୍ଷରୋପଣ( Plantation) କାର୍ଯ୍ୟ ଆରମ୍ଭ ହେବାକୁ ଯାଉଅଛି ।’’ ଦିଲ୍ଲୀ ସରକାର ଆଗକୁ ସହରରେ ଇ-ସ୍କୁଟର ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏଥିପାଇଁ ଏହି ପ୍ରୋଜେକ୍ଟ ଦ୍ୱାରକାରୁ( Dwarka) ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

Also Read- Crime news: ୟୁ ଟୁବ୍ୟରେ ଭିଡ଼ିଓ ଦେଖି ଝୁଲି ଗଲା ନାବାଳକ

Also Read- Rakhi Sawant: ପରଲୋକରେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ, ଦିର୍ଘ ଦିନ ଧରି କ୍ୟାନସରରେ ଥିଲେ ପୀଡିତ

Also Read- IND vs NZ 2nd T20: ଦ୍ୱିତୀୟ ଟି 20 ମ୍ୟାଚରେ ଇଶାନ କିଶନଙ୍କ ସ୍ଥାନ ନେବେ ଏହି ଖେଳାଳି! ହେବେ ଶୁଭମାନ ଗିଲଙ୍କ ନୂଆ ଓପନିଂ ପାର୍ଟନର

ଏହା ସହ ସେ କହିଛନ୍ତି, “ ପ୍ରଥମେ ଦ୍ୱାରକାରେ ଶୁଭାରମ୍ଭ ହେବାକୁ ଥିବା ଏହି ପ୍ରୋଜେକ୍ଟ ଅଧୀନରେ ଅଞ୍ଚଳର ୨୫୦ଟି ସ୍ଥାନରେ ୧୫୦୦ ଇ-ସ୍କୁଟର ( E Scooters) ଉପଲବ୍ଧ ହେବ। ଆପଣ ଭଡା ଦେଇ ନିଜେ ଇ-ସ୍କୁଟର ଚଲାଇ ପାରିବେ। ଦିଲ୍ଲୀରେ ଚାଲୁଥିବା ବସ୍ ଓ ମେଟ୍ରୋରେ କାମ କରୁଥିବା ଇଣ୍ଟିଗ୍ରେଟେଡ୍ କାର୍ଡ (integrated card) ମାଧ୍ୟମରେ ଦେୟ ପ୍ରଦାନ କରାଯାଇ ପାରିବ। ୨୫୦ ଟି ଜାଗା ମଧ୍ୟରୁ ଯେ କୌଣସି ସ୍ଥାନରୁ ଇ-ସ୍କୁଟର ନେଇ ଆପଣ କୌଣସି ସ୍ଥାନରେ ରଖି ପାରିବେ। ଆଗାମୀ ୧୨ ମାସ ମଧ୍ୟରେ ମେଟ୍ରୋ ଷ୍ଟେସନ (Metro), ବସ୍‌ଷ୍ଟପ ଓ ଡାକ୍ତରଖାନା ପରି ସ୍ଥାନରେ ଏହି ଇ-ସ୍କୁଟର ସୁବିଧା ଯୋଗାଇ ଦିଆଯିବ। ”