ସାବଧାନ: ଗଙ୍ଗାରେ ଗାଧୋଇଲେ ବି ବ୍ୟାପିପାରେ କୋରୋନା!
Advertisement

ସାବଧାନ: ଗଙ୍ଗାରେ ଗାଧୋଇଲେ ବି ବ୍ୟାପିପାରେ କୋରୋନା!

ବୈଜ୍ଞାନିକଙ୍କୁ ଗଙ୍ଗା (Ganga) ଅବବାହିକା କ୍ଷେତ୍ରରେ ମହାମାରୀର ବିକରାଳ ସ୍ୱରୂପ ନେବାକୁ ନେଇ ଚିନ୍ତା ସାମ୍ନାକୁ ଆସିଛି । ମହାମନା ମାଲବୀୟ ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ର ବିଏଚୟୁର ଅଧ୍ୟକ୍ଷ ତଥା ନଦୀ ବୈଜ୍ଞାନିକ ପ୍ରଫେସର ବିଡି ତ୍ରିପାଠୀ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି ଯେ ସେମାନେ ଆସନ୍ତା ୧୫ ଦିନ ପାଇଁ ଗଙ୍ଗା ସ୍ନାନଠାରୁ ଦୂରତା ରକ୍ଷା କରନ୍ତୁ ।

ସାବଧାନ: ଗଙ୍ଗାରେ ଗାଧୋଇଲେ ବି ବ୍ୟାପିପାରେ କୋରୋନା!

ନୂଆଦିଲ୍ଲୀ: ଗଙ୍ଗା (Ganga) ସ୍ନାନ  ମାଧ୍ୟମରେ କୋରୋନା ସଂକ୍ରମଣ (Coronavirus Infection) ବ୍ୟାପିବାର ଆଶଙ୍କା ରହିଛି । ବୈଜ୍ଞାନିକଙ୍କୁ ଗଙ୍ଗା ଅବବାହିକା କ୍ଷେତ୍ରରେ ମହାମାରୀର ବିକରାଳ ସ୍ୱରୂପ ନେବାକୁ ନେଇ ଚିନ୍ତା ସାମ୍ନାକୁ ଆସିଛି । ମହାମନା ମାଲବୀୟ ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ର ବିଏଚୟୁର ଅଧ୍ୟକ୍ଷ ତଥା ନଦୀ ବୈଜ୍ଞାନିକ ପ୍ରଫେସର ବିଡି ତ୍ରିପାଠୀ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି ଯେ ସେମାନେ ଆସନ୍ତା ୧୫ ଦିନ ପାଇଁ ଗଙ୍ଗା ସ୍ନାନଠାରୁ ଦୂରତା ରକ୍ଷା କରନ୍ତୁ ।

ଅଧିକ ପଢ଼ନ୍ତୁ:-କୌଣସି ରାଜ୍ୟ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କହିଛନ୍ତି କି? ରେଳ ବୋର୍ଡ ଅଧ୍ୟକ୍ଷ ଦେଲେ ଏହି ସୂଚନା

ସେ ନମାମି ଗଙ୍ଗାର ଅଧିକାରୀମାନଙ୍କୁ ଏକ ଚିଠି ଲେଖି ଗଙ୍ଗା ଅବବାହିକା ଅଞ୍ଚଳରେ ଆଲର୍ଟ ଜାରି କରିବାକୁ ଦାବି କରିଛନ୍ତି । ପ୍ରଫେସର ବିଡି ତ୍ରିପାଠୀ କହିଛନ୍ତି ଯେ, ସାରା ବିଶ୍ୱରେ କୋରୋନା ଭୂତାଣୁ (COVID-19) ଔଷଧ ଉପଲବ୍ଧ ନାହିଁ । ଏପର୍ଯ୍ୟନ୍ତ ଗଙ୍ଗା ଜଳ (Ganga Water) ଦ୍ୱାରା କୋରୋନା ଭୂତାଣୁ ବିଲୋପ ହେବାର ଅନୁସନ୍ଧାନ ରିପୋର୍ଟ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ।

ଏଭଳି ପରିସ୍ଥିତିରେ ଗଙ୍ଗା ଜଳ ଦ୍ୱାରା ଭୂତାଣୁ ଶେଷ ହେବାର ପୃଷ୍ଟି ନ ହେଉଛି, ସେପର୍ଯ୍ୟନ୍ତ ଲୋକଙ୍କୁ ଗଙ୍ଗା ସ୍ନାନ ଓ ଗଙ୍ଗା ଉପକୂଳଠାରୁ ଦୂରତା ରକ୍ଷା କରିବା ଉଚିତ୍ । ସେ କହିଛନ୍ତି ଯେ ଭୂତାଣୁ ଶୁଖିଲା ପୃଷ୍ଠ ଅପେକ୍ଷା ଜଳରେ ଶୀଘ୍ର ବ୍ୟାପିଥାଏ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଗଙ୍ଗା ଜଳର ପ୍ରବାହ ସହିତ ଏହି ଭୂତାଣୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରେ ।

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀରୁ କେମିତି ପାଇବେ ରକ୍ଷା? WHO କହିଲା କ’ଣ ଖାଇବେ ଓ କ’ଣ ନୁହେଁ...

୧୨ ବୈଜ୍ଞାନିକଙ୍କ ଟିମ୍ କରୁଛି ଗବେଷଣା

ପ୍ରଫେସର ତ୍ରିପାଠୀ କହିଛନ୍ତି ଯେ, ରୁଡ଼କି ବିଶ୍ୱବିଦ୍ୟାଳୟର ଜଳ ଉତ୍ସ ବିଭାଗର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନ୍ଦୀପ ଶୁକ୍ଲା ମଧ୍ୟ ଗଙ୍ଗା ରାସ୍ତାରେ ସଂକ୍ରମଣ ବିସ୍ତାରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ୧୨ ଜଣ ବୈଜ୍ଞାନିକଙ୍କ ଏକ ଟିମ୍ ପ୍ରବାହିତ ପାଣିରେ କୋରୋନା ଭୂତାଣୁ ସକ୍ରିୟ ରହିବାର ସମୟ ଉପରେ ଅନୁସନ୍ଧାନ କରୁଛନ୍ତି । ଏହି ଭୂତାଣୁ କେତେ ଦିନ ପାଣିରେ ସକ୍ରିୟ ରହିପାରିବ ତାହା ଅନୁସନ୍ଧାନ କରାଯାଉଛି । ଅନୁସନ୍ଧାନ ଶେଷ ହେବା ପରେ ଏହା ପ୍ରକାଶ ପାଇବ ।

ଅଧିକ ପଢ଼ନ୍ତୁ:-ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...

ହରିଦ୍ୱାର କୁମ୍ବ (Kumbh Mela) ରେ ଗାଧୋଇବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଖାଡ଼ା ସହିତ ଜଡିତ ପ୍ରାୟ ୪୦ ସାଧୁସନ୍ଥ କୋରୋନା ସଂକ୍ରମିତ ହୋଇଛନ୍ତି । କୋରୋନା ସଂକ୍ରମିତ ହୋଇ ମହାମଣ୍ଡଲେଶ୍ୱର କପିଲ ଦେବ ଦାସଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ଅଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କୁ ଅନ୍ନପୂର୍ଣ୍ଣା ମଠ ମନ୍ଦିରର ମହନ୍ତ ରାମେଶ୍ୱର ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାୟ ୪୯ ଲକ୍ଷ ୩୧,୩୪୩ ଶ୍ରଦ୍ଧାଳୁ ରାଜକୀୟ ସ୍ନାନ କରିଛନ୍ତି । ଏଥି ସହିତ ୨,୪୮୩ ଜଣ  କୋରୋନା ସଂକ୍ରମିତ ହୋଇଛନ୍ତି ।

ଗଙ୍ଗା ଅବବାହିକା କ୍ଷେତ୍ର

ହରିଦ୍ୱାରଠାରୁ ପ୍ରାୟ ୮୦୦ କିଲୋମିଟର ସମତଳ ଗଢ଼ମୁକ୍ତେଶ୍ୱର, ସୋରୋ, ଫାରୁଖାବାଦ୍, କନ୍ନୌଜ, ବିଠୁର, କାନପୁର, ରାୟବରେଲି, ପ୍ରୟାଗରାଜ, ମିର୍ଜାପୁର, ବାରାଣାସୀ, ଗାଜିପୁର, ବାଲିଆ, ବକ୍ସର, ପାଟନା, ଭାଗଲପୁର ଦେଇ ଗଙ୍ଗା ପ୍ରବାହିତ ହେଉଛନ୍ତି ।