କୋରୋନିଲକୁ ନେଇ ପତଞ୍ଜଳି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ମାଡ୍ରାସ ହାଇକୋର୍ଟ
Advertisement

କୋରୋନିଲକୁ ନେଇ ପତଞ୍ଜଳି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ ସ୍ଥିତ କମ୍ପାନୀ ଆରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ରର ଏକ ଆବେଦନ ଉପରେ ଗତ ମାସରେ ଏହି ଅନ୍ତରିମ ଆଦେଶ ଜାରି କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଛି ଯେ ଉଦ୍ୟୋଗିକ ବ୍ୟବହାର ପାଇଁ ଟ୍ରେଡ୍ ମାର୍କ ନିୟମ ଅନୁଯାୟୀ ଏହା 'କରୋନିଲ୍-92 ବି' ପଞ୍ଜୀକୃତ ହୋଇଛି ।

କୋରୋନିଲକୁ ନେଇ ପତଞ୍ଜଳି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ମାଡ୍ରାସ  ହାଇକୋର୍ଟ(Madras High Court) ଯୋଗ ଗୁରୁ ବାବା ରାମଦେବ(Baba Ramdev)ଙ୍କ ପତଞ୍ଜଳି ଆୟୁର୍ବେଦ(Patanjali Ayurved) ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଜରିମାନା ପତଞ୍ଜଳିର 'କୋରୋନିଲ'(Coronil)କୁ ନେଇ ଲଗାଯାଇଛି । କରୋନିଲ ବିଷୟରେ ଦାବି କରାଯାଇଥିଲା ଯେ, ଏହା କୋଭିଡ-19 ଠିକ କରିପାରିବ । କୋର୍ଟ କହିଛନ୍ତି ଯେ, କୋରୋନା ଭୂତାଣୁ ଚିକିତ୍ସା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ଓ ଭୟର ସୁଯୋଗ ନେଇ ଲାଭ ପାଇଁ ଏହାର ବ୍ୟବହାର କରାଯାଇଛି ।

ଚେନ୍ନାଇ ସ୍ଥିତ କମ୍ପାନୀ ଆରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ରର ଏକ ଆବେଦନ ଉପରେ ଗତ ମାସରେ ଏହି ଅନ୍ତରିମ ଆଦେଶ ଜାରି କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଛି ଯେ ଉଦ୍ୟୋଗିକ ବ୍ୟବହାର ପାଇଁ ଟ୍ରେଡ୍ ମାର୍କ ନିୟମ ଅନୁଯାୟୀ ଏହା 'କରୋନିଲ୍-92 ବି' ପଞ୍ଜୀକୃତ ହୋଇଛି । କମ୍ପାନୀ କହିଛି ଯେ, ଜୁନ୍ ୧୯୯୩ରେ ଏହାର ରେଜିଷ୍ଟ୍ରି ସତ୍ତ୍ୱେ ପତଞ୍ଜଳି COVID-19 ମହାମାରୀ ପରେ ଏହାର 'ଇମ୍ୟୁନିଟି ବୁଷ୍ଟର୍' ପାଇଁ ଏହି ନାମ ବ୍ୟବହାର କରିଥିଲା । କମ୍ପାନୀ ଅନୁଯାୟୀ, ସେମାନେ ୨୦୨୭ ପର୍ଯ୍ୟନ୍ତ ଟ୍ରେଡ୍ ମାର୍କର ମାଲିକ ଅଟନ୍ତି । ଦିବ୍ୟା ମନ୍ଦିର ଯୋଗ କରୋନିଲ ନିର୍ମାଣ କରିଥିଲା । ପତଞ୍ଜଳି ଏହାର ମାର୍କେଟିଂ କରିଥିଲା ।

ଅଧିକ ପଢ଼ନ୍ତୁ:-ଭାରତରେ ମାତ୍ର ୨୨୫ ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଟୀକା !

କୋର୍ଟ କହିଛନ୍ତି ଯେ, ପତଞ୍ଜଳି ନିଜ ଉତ୍ପାଦ ବିକ୍ରୟ କରିବା ପୂର୍ବରୁ ଟ୍ରେଡ୍ ମାର୍କ ରେଜିଷ୍ଟ୍ରିକୁ ଯାଇ ଏହି ଟ୍ରେଡ୍ ମାର୍କ ପଞ୍ଜିକୃତ ହୋଇଛି କି ନାହିଁ ତାହା ଦେଖିବା  ଉଚିତ । ଚେନ୍ନାଇର ଆଡିଆର କର୍କଟ ପ୍ରତିଷ୍ଠାନ ତଥା ସରକାରୀ ଯୋଗ ଓ ନାଚୁରୋପାଥି ମେଡିକାଲ କଲେଜ ଏବଂ ହସପିଟାଲକୁ ୫-୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ ପତଞ୍ଜଳିଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ, ପତଞ୍ଜଳିର କୋରୋନିଲ କୋରୋନା ଔଷଧ ଭାବରେ ଲଞ୍ଚ କରାଯାଇଥିଲା । କିନ୍ତୁ ଏହାକୁ ଔଷଧ ରୂପେ ବିକ୍ରୟ କରିବା ପାଇଁ ଅନୁମୋଦନ ନ ମିଳିବା ପରେ ଏହାକୁ ଏକ ପ୍ରତିରୋଧକ ଶକ୍ତି ଭାବରେ ବିକ୍ରି କରାଯାଉଛି ।