କୋରୋନାର ତୃତୀୟ ଲହର ନିକଟତର, ଧାର୍ମିକ ଯାତ୍ରା-ପର୍ଯ୍ୟଟନକୁ କିଛି ଦିନ ପାଇଁ ବନ୍ଦ କରାଯାଉ: IMA
Advertisement

କୋରୋନାର ତୃତୀୟ ଲହର ନିକଟତର, ଧାର୍ମିକ ଯାତ୍ରା-ପର୍ଯ୍ୟଟନକୁ କିଛି ଦିନ ପାଇଁ ବନ୍ଦ କରାଯାଉ: IMA

ଅନ୍ତତଃ ପକ୍ଷେ ତିନିମାସ ପାଇଁ କୋରୋନା ଗାଇଡଲାଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ IMA କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛି । 

କୋରୋନାର ତୃତୀୟ ଲହର ନିକଟତର, ଧାର୍ମିକ ଯାତ୍ରା-ପର୍ଯ୍ୟଟନକୁ କିଛି ଦିନ ପାଇଁ ବନ୍ଦ କରାଯାଉ: IMA

ନୂଆଦିଲ୍ଲୀ: କୋରୋନା ଭୂତାଣୁର ତୃତୀୟ ଲହର (Third Wave of Coronavirus) ର ବଡ଼ ବିପଦ ମଧ୍ୟରେ ପର୍ଯ୍ୟଟନ ସ୍ଥଳଗୁଡ଼ିକ (Tourist Places) ଖୋଲିବା ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ((IMA) ଚିନ୍ତା ପ୍ରକଟ କରିଛି । ଯଦିଓ ଭାରତରେ ନୂତନ ମାମଲାରେ ହ୍ରାସ ଘଟିଛି, ତଥାପି ଅବହେଳା କରାଗଲେ କୋରୋନା ପୁଣିଥରେ ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଏହା ନ କରିବାକୁ ଚେତାବନୀ ଦେଲା WHO

ଅନ୍ତତଃ ପକ୍ଷେ ତିନିମାସ ପାଇଁ କୋରୋନା ଗାଇଡଲାଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ IMA କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଠାଯାଇଥିବା ଚିଠିରେ ଆଇଏମଏ (IMA) କହିଛି ଯେ, "ପର୍ଯ୍ୟଟନ, ତୀର୍ଥଯାତ୍ରା, ଧାର୍ମିକ ଉତ୍ସାହ ସମସ୍ତଙ୍କ ଆବଶ୍ୟକତା, କିନ୍ତୁ ଆଉ କିଛି ମାସ ଅପେକ୍ଷା କରିହେବ ।"

IMA ର ଅଧ୍ୟକ୍ଷ ଡକ୍ଟର ଜେଏ ଜୟଲାଲ ଓ ସେକ୍ରେଟେରୀ ଜେନେରାଲ ଡକ୍ଟର ଜୟେଶ ଲେଲେ ସେମାନଙ୍କ ଚିଠିରେ କହିଛନ୍ତି ଯେ, "ଦେଶ କେବଳ COVID-19 ମହାମାରୀର ବିନାଶକାରୀ ଦ୍ୱିତୀୟ ଲହରରୁ ବାହାରି ଆସୁଛି, କୋରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ବିଶ୍ୱସ୍ତରର ପ୍ରମାଣ ଉପଲବ୍ଧ ଓ କୌଣସି ବି ମହାମାରୀର ଇତିହାସରେ ସ୍ପଷ୍ଟ ଯେ ତୃତୀୟ ଲହର ଆସିବ ଓ ଅତି ଶୀଘ୍ର ଆସିବ ।"

ଅଧିକ ପଢ଼ନ୍ତୁ:-୪୦ ବର୍ଷ ବୟସରୁ ପେନସନ୍ ଦେବା ପାଇଁ LIC ଆଣିଛି ଏକ ଜବରଦସ୍ତ ପ୍ଲାନ୍, ଜାଣନ୍ତୁ ଏହାର ବିଶେଷତା

IMA ଲେଖିଛି ଯେ, ଭାରତରେ ଟିକାକରଣର ଗତିକୁ ତ୍ୱରାନ୍ୱିତ କରି ଓ କୋରୋନା ଗାଇଡଲାଇନକୁ ଅନୁସରଣ କରି ତୃତୀୟ ଲହରର ପ୍ରଭାବକୁ ହ୍ରାସ କରିହେବ । ଚିଠିରେ କୁହାଯାଇଛି ଯେ, ଯେତେବେଳେ ତୃତୀୟ ଲହରର ସମ୍ଭାବନା ରହିଛି, ସେତେବେଳେ ଉଭୟ ସରକାର ଓ ଜନସାଧାରଣ ଅବହେଳା କରୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଜନସମାଗମ ଦେଖାଯାଉଛି ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଏଣିକି ଏହି ୪୪ଟି ଟ୍ରେନରେ ବିନା ରିଜର୍ଭେସନରେ କରିପାରିବେ ଯାତ୍ରା, ଦେଖନ୍ତୁ ଲିଷ୍ଟ୍

ଏହା ବ୍ୟତୀତ ଆଇଏମଏ ଏହା ମଧ୍ୟ କହିଛି ଯେ, ପର୍ଯ୍ୟଟନ କିମ୍ବା ଧାର୍ମିକ ତୀର୍ଥଯାତ୍ରା ଖୋଲିବା ଏବଂ ଟିକା ନ ଲଗାଇଥିବା ଲୋକଙ୍କୁ ଏହି ଜନ ସମାବେଶରେ ଯୋଗଦେବାକୁ ଅନୁମତି ଦେବା କୋଭିଡ-19 ସଂକ୍ରମଣର ତୃତୀୟ ଲହର ପାଇଁ ଏକ ସମ୍ଭାବ୍ୟ ସୁପର ସ୍ପ୍ରେଡର ଅଟେ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ଅନୁଯାୟୀ, ଜୁଲାଇ ୧୨ ପର୍ଯ୍ୟନ୍ତ ଭାରତରେ ୪,୫୦,୮୯୯ ସକ୍ରିୟ ମାମଲା ରହିଛି ।